fbpx

ସୀମା ଟପିଗଲା ସୈତାନୀ: ମହିଳାଙ୍କୁ ଖୁଆଇଲେ କୁକୁର ମଳ, ଜଞ୍ଜିରରେ ବାନ୍ଧି ଦେଲେ ଯୌନ ନିର୍ଯ୍ୟାତନା

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଜାକର୍ତ୍ତାରୁ ଏପରି ଏକ କାହାଣୀ ସାମ୍ନାକୁ ଆସିଛି ଯାହା ଆପଣଙ୍କ ହୃଦୟକୁ ଥରାଇ ଦେବ । ଏଠାରେ ଜଣେ ଘରୋଇ କାମବାଲି ମହିଳାଙ୍କ ସହ ଏପରି ଘଟଣା ଘଟିଛି ଯାହା ଆପଣ ପୂର୍ବରୁ କେବେବି ଶୁଣି ନ ଥିବେ । ଏହି କାହାଣୀ ହେଉଛି ୨୪ ବର୍ଷୀୟା ସୀତି ଖୋତିମାଙ୍କର । ସିତୀଙ୍କ ଘର ଜାଭାର ଏକ ଗାଁରେ । ଗତବର୍ଷ ସେ କାମ ସନ୍ଧାନରେ ଜାକର୍ତ୍ତା ଆସିଥିଲେ । ତାଙ୍କ ମାତା ପିତାଙ୍କ ଉପରେ ବହୁତ ଋଣ ଥିଲା ଯାହା ଶୁଝିବା ଲାଗି ସେ ଜାକର୍ତ୍ତାରେ ଏକ ଘରୋଇ କାମବାଲି ଚାକିରି କରିବାକୁ ଚାଲି ଆସିଥିଲେ । କିନ୍ତୁ ଏଠାରେ ତାଙ୍କର ଜୀବନ ନର୍କ ପାଲଟିଯାଇଥିଲା । ତାଙ୍କୁ କାମ ଦେଇଥିବା ମାଲିକ ତାଙ୍କର ଏପରି ଅବସ୍ଥା କରି ଦେଇଛନ୍ତି ଯେ, ତାଙ୍କୁ ଏବେ ଚିହ୍ନିବା ମୁସ୍କିଲ ହୋଇଯାଇଛି । ତାଙ୍କୁ ସେମାନେ ଏତେ ପିଟିଛନ୍ତି ଯେ, ତାଙ୍କ ଶରୀରରେ ବହୁ ହାଡ ଭାଙ୍ଗିଯାଇଛି । ସେ ଏବେ ଠିକ୍ ଭାବେ ଚାଲିବାକୁ ବି ଅକ୍ଷମ । ତାଙ୍କ ଗୋଡରେ ଏବେ ବି ପୋଡା ଚିହ୍ନ ଓ ଜଞ୍ଜିରର ଦାଗ ରହିଛି ।

ସୀତିଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବରେ ନିର୍ଯ୍ୟାତନା ଦିଆଯାଉଥିଲା । ତାଙ୍କୁ କୁକୁରର ପରିସ୍ରା ପିଆଯାଉଥିଲା । କୁକୁର ଝାଡା ତାଙ୍କ ପାଟିରେ ଭର୍ତ୍ତି କରାଯାଉଥିଲା । ଘରର ମାଲିକ ଫୁଟା ପାଣି ତାଙ୍କ ଉପରେ ଢାଳି ତାଙ୍କୁ ଜଞ୍ଜିରରେ ବାନ୍ଧି ଦେଉଥିଲେ । କେବଳ ଏତିକି ନୁହେଁ ତାଙ୍କୁ ଜଞ୍ଜିରରେ ବାନ୍ଧି ଯୌନ ନିର୍ଯ୍ୟାତନା ମଧ୍ୟ ଦିଆଯାଉଥିଲା ।

ଗତ ବର୍ଷ ଏପ୍ରିଲରେ ସେ ଜାକର୍ତ୍ତାରେ ପହଞ୍ଚିଥିଲେ । ଏହାର କିଛି ସପ୍ତାହ ପରେ ସେ ଯେଉଁ ଘରେ କାମ କରୁଥିଲେ ସେଠିକାର ଅନ୍ୟ ଜଣେ ଚାକରାଣୀ ତାଙ୍କ ନାମରେ ଚୋରୀ ଅଭିଯୋଗ ଆଣିଥିଲେ । ସୀତି ଯେତେବେଳେ ଚୋରୀ କରିନାହାନ୍ତି ବୋଲି କହିଥିଲେ ସେତେବେଳେ ତାଙ୍କୁ ଖୁବ୍ ମାଡ ଖାଇବାକୁ ପଡିଥିଲା । ଏହାପରେ ତାଙ୍କ ଉପରେ ଦିନକୁ ଦିନ ନିର୍ଯ୍ୟାତନା ବଢିଚାଲିଲା । ୮ମାସ ଚାକିରୀ କରିବା ପରେ ସୀତିଙ୍କୁ ମାଲିକ ମାତ୍ର ୮ ହଜାର ୧୮୪ଟଙ୍କା ୨୯ ପଇସା ଦେଇଥିଲା । ଯେତେବେଳେ ସୀତିଙ୍କ ଅବସ୍ଥା ପୁରା ଖରାପ ହୋଇଯାଇଥିଲା ସେତେବେଳେ ତାଙ୍କୁ ଏକ ଟ୍ୟାକ୍ସୀରେ ବସାଇ ମାଲିକ ତାଙ୍କ ଘରକୁ ପଠାଇ ଦେଇଥିଲା । ଏହି ସମୟରେ ତାଙ୍କ ଅବସ୍ଥା ଏପରି ହୋଇଯାଇଥିଲା ଯେ, ସେ ଏକ ମଣିଷ ପରି ଦେଖାଯାଉ ନ ଥିଲେ । ରାତି ୩ ଟାରେ ସେ ନିଜ ଘରେ ପହଞ୍ଚିଥିଲେ । ଘର ଲୋକମାନେ ନିଜ ଝିଅକୁ ଦେଖି ଚିହ୍ନି ପାରି ନ ଥିଲେ । ଏହାପରେ ଘର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ୪ ମାସ ହସ୍ପିଟାଲରେ ରହି ଚିକିତ୍ସିତ ହେବା ପରେ ଏବେ ତାଙ୍କ ଅବସ୍ଥାରେ କିଛି ସୁଧାର ଆସିଛି ।

ସୀତିଙ୍କ ଅଭିଯୋଗ ପରେ ଯେଉଁ ମହିଳା ତାଙ୍କୁ କାମରେ ରଖିଥିଲା ତାଙ୍କୁ ୪ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି । ଅନ୍ୟପକ୍ଷରେ ତାଙ୍କ ସ୍ୱାମୀ, ଝିଅ ଓ ଘରର ଅନ୍ୟ ୬ ଜଣ ସହଯୋଗୀଙ୍କୁ ସାଢେ ତିନି ବର୍ଷ ଜେଲ୍ ହୋଇଛି । ସୀତି କିନ୍ତୁ ଏହି ଦଣ୍ଡାଦେଶକୁ ନେଇ ଖୁସି ନୁହଁନ୍ତି । ସେ କହିଛନ୍ତି ତାଙ୍କୁ ଯେତେମାତ୍ରାରେ ଅତ୍ୟାଚାର କରାଯାଇଛି ତାହା ତୁଳନାରେ ଏହି ଦଣ୍ଡ କିଛି ବି ନୁହେଁ । ମାନବାଧିକାର ସଂସ୍ଥା ଜଲା ପିଆରଟି ସହାୟତାରେ ଏବେ ସେ ଦୋଷୀମାନଙ୍କ ବିରୁଦ୍ଧରେ ଯୌନ ଶୋଷଣ ଓ ମାନବ ଚାଲାଣ ମାମଲା ରୁଜୁ କରିଛନ୍ତି ।

Get real time updates directly on you device, subscribe now.