ବକ୍ସ ଅଫିସରେ ଧମାଲ କରିଛି ହାଉସଫୁଲ 5, ପ୍ରଥମ ଦିନରେ କଲେକ୍ସନ୍ ହୋଇଛି କୋଟି କୋଟି ଟଙ୍କା

ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ହାଉସଫୁଲ 5' ପ୍ରଥମ ଦିନରେ କଲେକ୍ସନ୍ କରିଛି କୋଟି କୋଟି ଟଙ୍କା

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ହାଉସଫୁଲ 5’ ଶେଷରେ ବକ୍ସ ଅଫିସରେ ମୁକ୍ତିଲାଭ କଲା। ଅକ୍ଷୟଙ୍କ ଫିଲ୍ମକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଯେଉଁ ଆଗ୍ରହ ଏବଂ ମାର୍କେଟିଂ ସ୍ଟାଟର୍ଜିକୁ ଧ୍ୟାନରେ ରଖି ଫିଲ୍ମ ନିର୍ମାତାମାନେ ଦୁଇଟି ଭିନ୍ନ କ୍ଲାଇମାକ୍ସ ସହିତ ହାଉସଫୁଲ 5 ରିଲିଜ୍ କରିଥିଲେ।

ଯାହାର ନାଁ ‘ହାଉସଫୁଲ 5A’ ଏବଂ ‘ହାଉସଫୁଲ 5B’ ରଖାଯାଇଥିଲା। ଯାହାକୁ ଦେଖି ଦର୍ଶକମାନେ ବେଶ ପ୍ରଶଂସା କରିଛନ୍ତି।କୁହାଯାଉଛି ‘ହାଉସଫୁଲ 5’ ପ୍ରଥମ ଦିନରେ 22-23 କୋଟି ଟଙ୍କା ସଂଗ୍ରହ କରିଛି।

‘ହାଉସଫୁଲ 5’ ର ପ୍ରଥମ ଦିନର କଲେକ୍ସନ୍ ଚଳିତ ବର୍ଷ ଜାନୁଆରୀରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ‘ସ୍କାଏ ଫୋର୍ସ’ ର ପ୍ରଥମ ଦିନର କଲେକ୍ସନ୍ ଅପେକ୍ଷା ବହୁତ ଅଧିକ। ‘ସ୍କାଏ ଫୋର୍ସ’ ପ୍ରଥମ ଦିନରେ 11.50 କୋଟି ଟଙ୍କା ସଂଗ୍ରହ କରିଥିଲା। 2019 ରେ ମୁକ୍ତିଲାଭ କରିଥିବା ‘ହାଉସଫୁଲ 4’ ତୁଳନାରେ ‘ହାଉସଫୁଲ 5’ ପ୍ରଥମ ଦିନରେ ଅଧିକ ଟଙ୍କା କଲେକ୍ସନ କରିଛି।

‘ହାଉସଫୁଲ 4’ ପ୍ରଥମ ଦିନରେ 19 କୋଟି ଟଙ୍କା ରୋଜଗାର କରିଥିବାବେଳେ ‘ହାଉସଫୁଲ 5’ ପ୍ରଥମ ଦିନରେ ପ୍ରାୟ 22-23 କୋଟି ଟଙ୍କା ରୋଜଗାର କରିଛି। କୁହାଯାଉଛି ପ୍ରଥମ ସପ୍ତାହର ଶେଷ ସୁଦ୍ଧା ଏହି ଫିଲ୍ମଟି 75 କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ।

‘ହାଉସଫୁଲ 5’ ଏକ ମଲ୍ଟିଷ୍ଟାରର ଫିଲ୍ମ, ଯେଉଁଥିରେ ଅକ୍ଷୟଙ୍କ ବ୍ୟତୀତ ରିତେଶ ଦେଶମୁଖ, ଅଭିଷେକ ବଚ୍ଚନ, ଫରଦୀନ ଖାନ, ନାନା ପାଟେକର, ଜ୍ୟାକି ଶ୍ରଫ୍, ରଞ୍ଜିତ, ଜନି ଲିଭର, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ନର୍ଗିସ୍ ଫାଖ୍ରୀ, ଚଙ୍କି ପାଣ୍ଡେ, ଡିନୋ ମୋରିଆ, ସୋନମ ବାଜୱା, ଚିତ୍ରାଙ୍ଗଦା ସେନ୍ ଏବଂ ସୌନ୍ଦର୍ଯ୍ୟା ଶର୍ମାଙ୍କ ଭଳି କଳାକାର ରହିଛନ୍ତି।

ସାଜିଦ ନାଡିଆଡୱାଲାଙ୍କ ଫିଲ୍ମ ‘ହାଉସଫୁଲ 5’ ତରୁଣ ମନସୁଖାନିଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବାବେଳେ ଫିଲ୍ମର କାହାଣୀ ଏକ କ୍ରୁଜ୍ ଜାହାଜରେ ହୋଇଥିବା ଏକ ହତ୍ୟାକାଣ୍ଡ ଉପରେ ଆଧାରିତ।