ନଦୀ ଉପରେ କିପରି ନିର୍ମାଣ ହୋଇଥାଏ ସେତୁ?

ଓଡ଼ିଶା ଭାସ୍କର: ଆପଣମାନେ ନିଶ୍ଚିତ ସମୁଦ୍ର ଏବଂ ନଦୀ ଉପରେ ବିରାଟ ପୋଲ କିମ୍ବା ବନ୍ଧ ନିର୍ମାଣ ହୋଇଥିବାର ଦେଖିଥିବେ । କିନ୍ତୁ ଆପଣ କେବେ ଭାବିଛନ୍ତି ପାଣିରେ ସେତୁ କିପରି ନିର୍ମାଣ ହୋଇଥାଏ ? ଇଂଜିନିୟରମାନେ କେଉଁ ଟେକନିକ୍ ଦ୍ୱାରା ଏଭଳି ବିରାଟ ସେତୁ ନିର୍ମାଣ କରିଥାନ୍ତି ? ଏହି ସବୁ ସେତୁ ଏତେ ମଜବୁତ ହୋଇଥାଏ ଯେ ଅନେକ ବର୍ଷ ଧରି ବଡ଼ ବଡ଼ ଭାରି ଯାନ ବାହନ ଚଳାଚଳ କରିଥାଏ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ:

ନଦୀ ଏବଂ ସମୁଦ୍ରରେ ସେତୁ ନିର୍ମାଣ ସମୟରେ ଜଳ ମଧ୍ୟରେ ରଖାଯାଇଥିବା ଭିତ୍ତିପ୍ରସ୍ତରକୁ Cofferdam କୁହାଯାଏ । ଏହା ଦେଖିବାକୁ ଡ୍ରମ୍ ଭଳି ଯେଉଁଥିରେ ବଡ଼ ବଡ଼ ଶିଟ୍ ଗୁଡ଼ିକର ବ୍ୟବହାର ହୋଇଥାଏ । ଏହା ବହୁତ ମଜବୁତ ଅଟେ । ଏହି Cofferdam ଗୋଲାକାର ବା ବର୍ଗାକାର ହୋଇଥାଏ ଯାହା ଜଳର ପ୍ରବାହକୁ ନିୟନ୍ତ୍ରଣ କରିବାରେ ସହାୟକ ଅଟେ । Cofferdam ଜଳ ଭର୍ତ୍ତି ହେବା ପରେ ଏକ ପାଇପ୍ ମାଧ୍ୟମରେ ଜଳ ନିଷ୍କାସିତ କରାଯାଇଥାଏ । ଏହା ପରେ ପିଲାର୍ ନିର୍ମାଣ କରାଯାଇଥାଏ । ନଦୀ ଏବଂ ସମୁଦ୍ର ଉପରେ ନିର୍ମିତ ସେତୁର କାମ ଅନ୍ୟତ୍ର କରାଯାଇଥାଏ । ଏଠାରେ କେବଳ ସାମଗ୍ରୀ ଆସେ ଓ ପିଲାର୍(ସ୍ତମ୍ଭ) ଉପରେ ସେଟ୍ କରାଯାଏ । ସିଭିଲ୍ ଇଂଜିନିୟରଙ୍କ ଭାଷାରେ ଏହାକୁ ପ୍ରି-କାଷ୍ଟ ସ୍ଲାବ କୁହାଯାଏ । ଏହି ପ୍ରି-କାଷ୍ଟ ସ୍ଲାବଗୁଡ଼ିକ ପିଲାର୍ ବା ସ୍ତମ୍ଭ ସହ ସଂଲଗ୍ନ କରାଯାଇ ସେତୁ ନିର୍ମିତ ହୋଇଥାଏ । ତେବେ ସ୍ତମ୍ଭ ନିର୍ମାଣ ଏବଂ ଭିତ୍ତିପ୍ରସ୍ତର କରିବାର କାର୍ଯ୍ୟ ସାଇଟ୍ ଉପରେ ହିଁ ହୋଇଥାଏ । ସେତୁର ଲମ୍ବ, ଦୈର୍ଘ୍ୟ, ଜଳର ଗଭୀରତା ଏବଂ ଜଳର ପ୍ରବାହ ଆଧାରରେ ଇଂଜିନିୟର ଭିତ୍ତିପ୍ରସ୍ତର ସ୍ଥାପନା ପାଇଁ ପୂର୍ବରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥାନ୍ତି ।

ଅଧିକାଂଶ କ୍ଷେତ୍ରରେ ଜଳର ଗଭୀରତା ଅଧିକ ଥିଲେ Cofferdam ଉପଯୋଗୀ ହୋଇନଥାଏ । ଏଥିପାଇଁ ଗବେଷକମାନେ ପ୍ରଥରେ ଜଳ ଗଭୀରକୁ ଯାଇ ମାଟି ପରୀକ୍ଷଣ କରିଥାନ୍ତି । ଏହା ପରେ ନିର୍ଦ୍ଧାରିତ ସ୍ଥାନ ଚିହ୍ନଟ କରାଯାଇ ଖୋଳା ହୁଏ । ସେଠାରୁ ପାଇପ୍ ସଂଯୋଗ କରି ସେହି ସ୍ଥାନର ପାଣି ନିଷ୍କାସିତ କରାଯାଏ ଏବଂ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । Beam Bridge, Suspension Bridge, Arch Bridge ଭଳି ଅନେକ ପ୍ରକାର ସେତୁ ନିର୍ମାଣ ହୋଇଥାଏ ।