fbpx

ଓଜନ କମ କରିବା ପାଇଁ ଗରମ ପାଣି କେତେ ପରିମାଣରେ ଲାଭଦାୟକ ? ଜାଣନ୍ତୁ

ସାଧାରଣତଃ ଅଧିକ ପାଣି ପିଇବା ଦ୍ୱାରା ଆମ ଶରୀରକୁ ଅନେକ ପ୍ରକାର ଫାଇଦା ମିଳିଥାଏ। ଏହା ଚର୍ମ, ମାଂସପେଶୀ, ହାଡ ଆଦି ସ୍ୱାସ୍ଥ୍ୟ ପାଇଁ ଭଲ କାମ କରିଥାଏ ଏବଂ ଶରୀରରେ ଶୀରା ପ୍ରଶୀରାକୁ ପୁଷ୍ଟିକର ଶକ୍ତି ଯୋଗାଇବା ଓ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣ ଦିନକୁ ଥରେ କିମ୍ବା ଦୁଇଥର ଗରମ ପାଣି ପିଅନ୍ତି ତେବେ ଏହାର ଅନ୍ୟାନ୍ୟ ଫାଇଦା ମଧ୍ୟ ରହିଛି । କିଛି ଲୋକ ଓଜନ କମାଇବା ପାଇଁ ଏହି ଗରମ ପାଣିକୁ ପିଇଥାନ୍ତି । ତେବେ ଆସନ୍ତୁ ଜାଣିବା ଓଜନ କମ କରିବା ପାଇଁ ଗରମ ପାଣି କେତେ ପରିମାଣରେ ଲାଭଦାୟକ ।

ମେଡିକାଲ୍ ନ୍ୟୁଜ୍ ଟୁଡେ ଅନୁଯାୟୀ, ଯଦି ଆପଣ ଅଧିକ ପରିମାଣର ପାଣି ପିଉଛନ୍ତି ତେବେ ଏହା ଆପଣଙ୍କ ପେଟକୁପୂର୍ଣ୍ଣ ଅନୁଭବ କରିଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରର ପୋଷକ ତତ୍ତ୍ୱକୁ ଶୋଷଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଏବଂ ବର୍ଜ୍ୟବସ୍ତୁକୁ ବାହାର କରିବା ପାଇଁ ମଧ୍ୟ କାମ କରିଥାଏ । ୨୦୦୩ ରେ ପ୍ରକାଶିତଏକ ଅଧ୍ୟୟନରୁ ଜଣାପଡିଛି ଯେ, ଗରମ ପାଣି ପିଇବା ଦ୍ୱାରା ଥଣ୍ଡା ପାଣି ଅପେକ୍ଷା ଏଥିରେ ଶୀଘ୍ର ଓଜନ ହ୍ରାସ ହୋଇପାରେ । ଗବେଷକମାନେ ଜାଣିବାକୁ ପାଇଲେ ଯେ, ଯଦି ଭୋଜନ ପୂର୍ବରୁ ଆପଣ ୫୦୦ ମିଲି ଉଷୁମ ପାଣି ପିଅନ୍ତି, ତେବେ ଏହା ମେଟାବୋଲିଜିମ୍ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

ଯଦି ଆପଣ ଜଳର ତାପମାତ୍ରା ୯୮.୬ ଡିଗ୍ରୀକୁବୃଦ୍ଧି କରନ୍ତି, ତେବେ ଏହା ମେଟାବୋଲିଜିମ୍ କୁ ୪୦ ପ୍ରତିଶତ ବୃଦ୍ଧି କରିଥାଏ । ଏହା ୩୦-୪୦ ମିନିଟ୍ ପାଇଁ ମେଟାବୋଲିଜିମ୍ ବୃଦ୍ଧି କରିପାରିବ । ଯଦି ଆପଣ ଗରମ ପାଣି ପିଇବାକୁ ପସନ୍ଦ କରନ୍ତି ନାହିଁ, ତେବେ ଶରୀରର ତାପମାତ୍ରା ଠାରୁ ଜଳର ତାପମାତ୍ରା ଟିକେ ଅଧିକ କରନ୍ତୁ । ଏହା ଆପଣଙ୍କ ଓଜନ ହ୍ରାସ କରିବା ପାଇଁ କିମ୍ବା ଅନ୍ୟାନ୍ୟ ଲାଭ ପାଇଁ ଉପଯୁକ୍ତ ହୋଇପାରେ । ଅତ୍ୟଧିକ ଗରମ ପାଣି ଖାଇବା ଦ୍ୱାରା ଏହା ଆପଣଙ୍କୁ ଜାଳି ଦେଇପାରେ କିମ୍ବା ଆପଣଙ୍କର ଆଭ୍ୟନ୍ତରୀଣ ଅଙ୍ଗକୁ ନଷ୍ଟ କରିପାରେ ।

Get real time updates directly on you device, subscribe now.