କେତେ କ୍ଷତିକାରକ ଓମିକ୍ରନର ସବ୍ ଭାରିଆଣ୍ଟ? ଚତୁର୍ଥ ଲହରରୁ ବର୍ତ୍ତିବା ପାଇଁ କରନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ଦେଶରେ କରୋନା ଭାଇରସର ସଂକ୍ରମଣ ଲଗାତାର ବଢ଼ୁଛି । ଏହାରି ମଧ୍ୟରେ ଓମିକ୍ରନର ସବ୍ ଭାରିଆଣ୍ଟ ବିଏ.୪ ଏବଂ ବିଏ.୫ ସଂକ୍ରମଣ ଦେଖିବାକୁ ମିଳିଛି । ଭାରତରେ ମଧ୍ୟରେ ବିଏ.୪ ଏବଂ ବିଏ.୫ ଭାରିଆଣ୍ଟ ପ୍ରବେଶ କରିଛିି, ଭାରତରେ ଏହା ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ଦେଖାଯାଇଛି । କିନ୍ତୁ ବିଶେଷଜ୍ଞ ଆଶଙ୍କା କରୁଛନ୍ତି ଯେ ଯଦି ସଂକ୍ରମଣକୁ ରୋକିବା ପାଇଁ ଜରୁରୀ ପଦକ୍ଷେପ ନ ନିଆଯାଏ ତେବେ ସଂକ୍ରମଣ ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିପାରେ ।

କରୋନା ଭାଇରସର ସବ ଭାରିଆଣ୍ଟ ବିଏ.୪ ଏବଂ ବିଏ.୫ କିଛି ଦେଶରେ ଚିନ୍ତାର କାରଣ ପାଲଟିଛି, ଅବଶ୍ୟ ଭାରତରେ ଏହାର ପ୍ରଭାବ କମ୍ ରହିଛି । ବିଶେଷଜ୍ଞଙ୍କ କହିବା ଅନୂଯାୟୀ ଦେଶରେ ଲୋକମାନଙ୍କ ମଧ୍ୟରେ ପୂର୍ବରୁ ହିଁ ଓମିକ୍ରନ ବିରୋଧରେ ରୋଗପ୍ରତିରୋଧକ ଶକ୍ତି ମଜବୁତ ରହିଛି ଫଳରେ ଓମିକ୍ରନର ସବ୍ ଭାରିଆଣ୍ଟର କମ୍ ରହିଛି । ତଥାପି ଏହି ସବ୍ ଭାରିଆଣ୍ଟ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି ଏବଂ ଏହାର ନେଇ ଟେଷ୍ଟିଂକୁ ମଧ୍ୟ ବଢ଼ାଯାଇଛି ।

ବିଶେଷଜ୍ଞଙ୍କ କହିବା ଅନୂଯାୟୀ ସଂକ୍ରମିତ ରୋଗୀଙ୍କ ଲକ୍ଷଣ ଉପରେ ନଜର ରଖିବା ବହୁତ ଜରୁରୀ, କାରଣ ଭିନ୍ନ ଭିନ୍ନ ଲୋକଙ୍କ ଠାରେ ବିଏ.୪ ଏବଂ ବିଏ.୫ ଲକ୍ଷଣ ଅଲଗା ଅଲଗା ରହିଛି । ଓମିକ୍ରନର ସବ୍ ଭାରିଆଣ୍ଟ ବିଏ.୪ ଏବଂ ବିଏ.୫ ରେ ସଂକ୍ରମିତ ହେବାଦ୍ୱାର ଜ୍ୱର ହେବା, ମୁଣ୍ଡବିନ୍ଧାହେବା, ବାନ୍ତି ଏବଂ ପେଟ କାଟିବା, ତଣ୍ଟିରେ ଯନ୍ତ୍ରଣା ହେବା, କାଶ ହେବା ଭଳି ସାଧାରଣ ଲକ୍ଷଣ ଦେଖାଯାଏ ।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ଓମିକ୍ରନର ସବ୍ ଭାରିଆଣ୍ଟ ବିଏ.୪ ଏବଂ ବିଏ.୫ ଚିନ୍ତାଜନକ ନୁହେଁ ବୋଲି କହିଛି । ‘ହୁ’ କହିଛି ଯେ ଦୁଇ ସବ୍ ଭାରିଆଣ୍ଟର ଲକ୍ଷଣ ଅଧିକ ଗମ୍ଭୀର ନାହିଁ ଏବଂ ଏହା ପୂର୍ବ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ମଧ୍ୟ ନୁହେଁ । ଏହା ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି ଯେ ସବୁ ଦେଶ ଏହି ରୋଗୀଙ୍କ ଲକ୍ଷଣ ଉପରେ ନଜର ରଖନ୍ତୁ ଏବଂ ସତର୍କତାମୂଳକ ପଦକ୍ଷେପ ନିଅନ୍ତୁ ।