ଓଡିଶା ଭାସ୍କର; ବେଳେ ବେଳେ ଅନୁଭବ କରିଥିବେ ଯେ, ଆପଣଙ୍କ ମୁଣ୍ଡର କେବଳ ଗୋଟିଏ ପାଖରେ ଧକ୍ ଧକ୍ ହୋଇ ମୁଣ୍ଡବଥା ହୋଇଥାଏ । ଯାହା ଫଳରେ ନା ଶାନ୍ତିରେ ଶୋଇ ପାରନ୍ତି ନା ବସି ପାରନ୍ତି । ଏହି ମୁଣ୍ଡବ୍ୟଥା ହେଉଥିବା ବେଳେ ଆପଣ ଭାରି ବିରକ୍ତ ଅନୁଭବ ବି କରିଥା’ନ୍ତି । ତେବେ ଏପରି ହେବା ପଛରେ ଏହାର କାରଣ ଆପଣ ଜାଣିଛନ୍ତି କି?
ଅଧକପାଳି (ଇଂରାଜୀରେ :ମାଇଗ୍ରେନ) ଏକ ପ୍ରାଥମିକ ମୁଣ୍ଡବଥା ବେମାରୀ ଯେଉଁଥିରେ ବାରମ୍ବାର ମଧ୍ୟମ ବା ତୀବ୍ର ମୁଣ୍ଡବଥା ହୁଏ ଓ ତାହା ସହିତ ଅଟୋନୋମିକ ନର୍ଭସ ସିଷ୍ଟମ ଲକ୍ଷଣ ପ୍ରକାଶ ପାଇଥାଏ । ମୁଣ୍ଡର ଗୋଟିଏ ପାଖରେ ମୁଣ୍ଡବଥା ଧକ୍ ଧକ୍ ହୋଇ ହୁଏ । ଯାହା ଏକ ଲମ୍ବା ସମୟ ଧରି ଚାଲିଥାଏ । ଏହା ସହ ଓକାଳ, ବାନ୍ତି ତଥା ଆଲୋକ, ଶବ୍ଦ କିମ୍ଵା ଘ୍ରାଣ ଶକ୍ତି ଅଧିକ ସମ୍ବେଦୀ ହୁଏ ଓ ଶାରୀରିକ କର୍ମ କଲେ ଅଧିକ କଷ୍ଟ ହୁଏ । ଶାରୀରିକ ପରିଶ୍ରମ କଲେ ଏହି ରୋଗ ବଢ଼ିଯାଏ । ଏକ ତୃତୀୟାଂଶ ଲୋକଙ୍କର ଅରା ବା ଦୃଷ୍ଟି ସମସ୍ୟା ହୁଏ ଯାହାଦ୍ୱାରା ଆଗକୁ ଅଧକପାଳି ଆସିବା ସଙ୍କେତ ଦିଏ ।
ପରିସ୍ଥିତି ଓ ଜେନେଟିକର ମିଶ୍ରିତ ପ୍ରଭାବ ଯୋଗୁ ଅଧକପାଳି ହେବା ବିଶ୍ଵାସ କରାଯାଏ । ଦୁଇ ତୃତୀୟାଂଶ ରୋଗୀଙ୍କର ବଂଶରେ ଏହି ରୋଗ ଥାଏ । ହରମୋନ ସ୍ତରର ପରିବର୍ତ୍ତନ ଯୋଗୁ ଏହା ମଧ୍ୟ ହୋଇପାରେ । ଯେହେତୁ ପୂର୍ଣ୍ଣାବୟବ ହେବା ପୂର୍ବରୁ ପୁଅମାନଙ୍କର ଠାରେ ଏହା ରହିଥାଏ କିନ୍ତୁ ପରେ ପୁରୁଷଙ୍କ ଅପେକ୍ଷା ମହିଳା ସଂଖ୍ୟା ୩ ଗୁଣ ହୁଏ । ଗର୍ଭାବସ୍ଥାରେ ଅଧକପାଳି କମିଯାଏ । (୯) ଗର୍ଭାବସ୍ଥାରେ ଏହି ସଙ୍କଟ କମିଯାଏ । ଏହି ରୋଗ କେଉଁ ଉପାୟରେ ହୁଏ ତାହା ଜଣାନାହିଁ । ତେବେ ଏହା ଏକ ସ୍ନାୟୁ-ରକ୍ତନଳୀ ସମ୍ବନ୍ଧୀୟ ରୋଗ । ପ୍ରାଥମିକ ଥିଓରି ଅନୁସାରେ ସେରେବ୍ରାଲ କର୍ଟେକ୍ସ ଅତ୍ୟଧିକ ଉତ୍ତେଜିତ ହୋଇ ବ୍ରେନଷ୍ଟେମର ଟ୍ରାଇଜେମିନାଲ ନ୍ୟୁକ୍ଳିଅସରେ ଥିବା ସ୍ନାୟୁ ଉପରେ ଅସାଧାରଣ ପ୍ରତିକ୍ରିୟା କରାଏ । ଯଦିଓ ଏହାର କୌଣସି ସ୍ଥାୟୀ ସମାଧାନ ନାହିଁ କିନ୍ତୁ ଘରୋଇ ଉପଚାରରେ ଏଥିରୁ ଆପଣ ଉପଶମ ପାଇପାରିବେ ।
- ୧୦-୧୫ ମିନିଟ୍ ନଡ଼ିଆ ତେଲରେ ମୁଣ୍ଡ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା ଅଧକପାଳିରୁ ଉପଶମ ମିଳିଥାଏ ।
- ପୁଦିନା ଚା’ ଅଧକପାଳି ପାଇଁ ବହୁତ ଗୁଣକାରୀ । ଆପଣ ଚାହିଁଲେ ପୁଦିନାର ଚା’ ପିଇ ମୁଣ୍ଡବ୍ୟଥା ଦୂର କରିପାରିବେ ।
- ସେହିପରି ଅଧକପାଳି ପାଇଁ ମସାଲା ଚା’ ବି ବହୁତ ଜରୁରୀ । ତେବେ ଏହି ମସାଲା ଚା’ ତିଆରି କରିବା ସମୟରେ ଏଥିିରେ ଅଦା, ଲବଙ୍ଗ ଓ ଅଳେଇଚ ମିଶାଇବା ପାଇଁ ଭୁଲନ୍ତୁ ନାହିଁ । ମସାଲା ଚା’ ପିଇବା ଦ୍ୱାରା ମସ୍ତିସ୍କ ଉତ୍ତେଜିତ ହୋଇଯାଏ ।
- ରଶୁଣ ହେଉଛି ଏକ ପ୍ରାକୃତିକ ପେନକିଲର, ଯାହା ଅଧକପାଳି ସମୟରେ ଭଲ ସାହାଯ୍ୟ କରେ । ରଶୁଣ ପେଶି ତା’ର ରସ ବାହାର କରନ୍ତୁ । ଏକ ଚାମଚ ରଶୁଣ ରସ ବାହାର କରି ସାରିବା ପରେ ଏହାକୁ ସେବନ କରନ୍ତୁ ।