fbpx

ଅସ୍ତ୍ରୋପଚାର ପରେ କିପରି ଅଛନ୍ତି ମହମ୍ମଦ ସାମି?, ସାମିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆସିଲା ଏଭଳି ସୂଚନା…

ନୂଆଦିଲ୍ଲୀ : ଅସ୍ତ୍ରୋପଚାର ପରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ ତାଙ୍କର ଅସ୍ତ୍ରୋପଚାରକୁ ୧୫ ଦିନ ବିତିଗଲାଣି ଏବଂ ଏବେ ତାଙ୍କର ସିଲୋଇ ମଧ୍ୟ ଖୋଲି ଦିଆଯାଇଛି। ମୁଁ ହାସଲ କରିଥିବା ଏହାପରେ ସାମି ଲେଖିଛନ୍ତି, ଏପରି ଅଗ୍ରଗତି ପାଇଁ ମୁଁ କୃତଜ୍ଞ ଏବଂ ମୋର ଆରୋଗ୍ୟ ଯାତ୍ରାର ପରବର୍ତ୍ତୀ ପର୍ଯ୍ୟାୟକୁ ଅପେକ୍ଷା କରିଛି ।

ଫେବୃଆରୀ ୨୬ ରେ ମହମ୍ମଦ ସାମିଙ୍କ ଅସ୍ତ୍ରୋପଚାର ହୋଇଥିଲା ଏବଂ ସେ ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଅର୍ଥାତ୍ ଆଇପିଏଲ୍ ରେ ଖେଳିବେ ନାହିଁ ବୋଲି ମଙ୍ଗଳବାର ଦିନ କହିଥିଲା ବିସିସିଆଇ ।

 

Get real time updates directly on you device, subscribe now.