fbpx
BSKY SKY
BSKY SKY

ସରନେମ୍‌କୁ ନେଇ ବିବାହିତା ମହିଳାଙ୍କର କ’ଣ ରହିଛି ଅଧିକାର, କ’ଣ କହୁଛି ଆଇନ

BSKY

ଓଡ଼ିଶା ଭାସ୍କର: ବିବାହ ପରେ ମହିଳାମାନେ ସାଧାରଣତଃ ନିଜ ନାମ ସହିତ ସ୍ୱାମୀଙ୍କ ସରନେମ୍ ଲଗାଇଥାନ୍ତି । ଆପଣ ଏହାକୁ ଆମ ସମାଜର ରୀତିନୀତି କହିପାରନ୍ତି କିମ୍ବା ସାମାଜିକ ଚାପ ବି କହିପାରନ୍ତି କିନ୍ତୁ ଦେଶରେ ଏହି ପରମ୍ପରା ଦୀର୍ଘ ସମୟ ଧରି ଚାଲି ଆସୁଛି । ବହୁ ମାମଲାରେ ବ୍ୟକ୍ତିର ବ୍ୟକ୍ତିଗତ ପସନ୍ଦ ବି ହୋଇପାରେ । ଆମ ସମାଜରେ ଏହା ମନେ କରାଯାଏ କି ଜଣେ ମହିଳାଙ୍କ ପରିଚୟ ତାଙ୍କ ପତିଙ୍କ ସହ ଯୋଡି ହୋଇ ରହିଥାଏ । କିନ୍ତୁ ଏପରି ବି ବହୁ ମହିଳା ଅଛନ୍ତି ଯେଉଁମାନେ ବିବାହ ପରେ ନିଜ ସରନେମ୍ ବଦଳାଇବା ଆବଶ୍ୟକ ମନେ କରନ୍ତି ନାହିଁ ।

ତେବେ ଏହି ସରନେମ୍‌କୁ ନେଇ ଦିଲ୍ଲୀ ହାଇକୋର୍ଟରେ ଗତ କିଛିଦିନ ତଳେ ଏକ ଯାଚିକା ଦାୟର ହୋଇଥିଲା । ୪୦ ବର୍ଷୀୟା ଦିବ୍ୟା ମୋଦୀ ଟୋଙ୍ଗ୍ୟା ଏହି ଯାଚିକା ଦାୟର କରିଥିଲେ । ସେ ଏହି ଯାଚିକା ଜରିଆରେ ନିଜ ପରିଚୟ ଅଧିକାର ମାଗିଥିଲେ । ଦିବ୍ୟା ୨୦୧୪ରେ ଆଇନଗତ ଭାବରେ ନିଜ ସ୍ୱାମୀଙ୍କ ସରନେମ୍ ଆପଣାଇଥିଲେ । ଗତ ବର୍ଷ ଅଗଷ୍ଟରେ ସେ ଦିଲ୍ଲୀର ଏକ କୋର୍ଟରେ ହିନ୍ଦୁ ବିବାହ ଅଧିନିୟମ ୧୯୫୫ ଜରିଆରେ ତଲାକ ଲାଗି ଆବେଦନ କରିଥିଲେ । କିନ୍ତୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଅବଧି ଲମ୍ବି ଚାଲିଥିବା ବେଳେ ସେ କୋର୍ଟରେ ନିଜର ପୂର୍ବ ସରନେମ୍ ଫେରାଇ ଦେବାକୁ ଆବେଦନ କରିଥିଲେ ।
ଦିବ୍ୟା ଏକ ସରକାରୀ ଅଧିସୂଚନା କ୍ରମରେ ବାଧାର ସାମ୍ନା କରିବା ପରେ କୋର୍ଟ ଶରଣରେ ଆସିଥିଲେ । ଅଧିସୂଚନା ଅନୁସାରେ ଜଣେ ବିବାହିତ ମହିଳା ଯିଏ ତଲାକ ପରେ ନିଜ ବାପଘରର ସରନେମ୍ ଉପଯୋଗ କରିବାକୁ ଚାହୁଁଛି ସେ ତଲାକ କାଗଜପତ୍ର କିମ୍ବା ସ୍ୱାମୀଙ୍କ ଠାରୁ ନୋ ଅବଜେକସନ୍ ସାର୍ଟିଫିକେଟ୍ ଦେବାକୁ ହେବ । ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁଣାଣୀର ଆଗାମୀ ତାରିଖ ୨୮ ମେ’ ରଖିଛନ୍ତି ।

ଅଧିସୂଚନା କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ(ଏମଓଏଚ୍‌ୟୁ) ପକ୍ଷରୁ ଜାରି କରାଯାଇଥିଲା । ଏହି ଅଧିସୂଚନା ଦିବ୍ୟାଙ୍କ ଲାଗି ଏକ ବଡ ସମସ୍ୟା ପାଲଟିଯାଇଥିଲା । କିନ୍ତୁ କୋର୍ଟ ଏହା ସ୍ପଷ୍ଟ କରିଛନ୍ତି କି ଏହିପ୍ରକାର ପ୍ରଥା(ବିବାହ ପରେ ସରନେମ୍ ବଦଳାଇବା କି ନ ବଦଳାଇବା) କୌଣସି ଆଇନଗତ ଆଦେଶ ନୁହେଁ । ସୁପ୍ରିମକୋର୍ଟ କହିଛନ୍ତି କେହି ନିଜର ନାମ ବଦଳାଇବା ସମ୍ବିଧାନ ପ୍ରଦତ୍ତ ମତ ଓ ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ଅଧିକାରର ଏକ ମହତ୍ତ୍ୱପୂର୍ଣ୍ଣ ଦିଗ । ତେଣୁ ଜଣେ ବ୍ୟକ୍ତିଙ୍କର ତାଙ୍କ ନାମ ଉପରେ ସଂପୂର୍ଣ୍ଣ ଅଧିକାର ରହିଛି ।

Get real time updates directly on you device, subscribe now.