fbpx

(Video) ଏ କେମିତି ସମ୍ଭବ? ରାତି ଆକାଶରେ ଉଡ଼ୁଛି ବିରାଟ ସାପ! ଭୟରେ ସ୍ଥାନୀୟ ଲୋକେ

ନୂଆଦିଲ୍ଲୀ: ମଣିଷ ଓ ପଶୁଙ୍କ ମଧ୍ୟରେ ବହୁ ପୂରାତନ କାଳରୁ ସମ୍ପର୍କ ରହିଆସିଥିଲେ ହେଁ ଭୟଙ୍କର ପଶୁଙ୍କ ଠାରୁ ମଣିଷ ଦୂରେଇ ରହିଥାଏ । ଯଦି ଆମେ ସାପ କଥା କହିବା, ତେବେ ଯେ କେହି ବି ଛାନିଆ ହେବା ସ୍ୱାଭାବିକ । ସାଧାରଣତଃ ଅନେକ ସମୟରେ ଆମ ଚାରିପାଖରେ ଅନେକ ସମୟରେ ବିଷାକ୍ତ ସାପ ଦେଖିବାକୁ ମିଳିଥାନ୍ତି । ତେବେ ଯଦି ଆପଣଙ୍କୁ କୁହାଯିବ, ଆକାଶରୁ ସାପ ଖସୁଛି ବୋଲି, ଏହା ନିଶ୍ଚିତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ବର୍ତ୍ତମାନ ଆକାଶରୁ ସାପ ଖସୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଟ୍ୱିଟରରେ ଶେୟାର କରାଯାଇଥିବା ଏହି ଭିଡିଓରେ ସାପଟି ରାସ୍ତାକଡ଼ରେ ଥିବା ଏକ ବିଦ୍ୟୁତ ତାରରେ ଲଟକି ରହିଥିବା ଦେଖା ଯାଉଛି । ସାପକୁ ଦେଖିବା ପାଇଁ ଉକ୍ତ ସ୍ଥାନରେ ବହୁ ଲୋକ ଜମା ହୋଇଯାଇଥିଲେ । ତେବେ ହଠାତ୍ ସଡ଼କ ଉପରେ ସାପଟି ଖସି ପଡ଼ିଥିଲା । ଏହି ସମୟରେ ଲୋକମାନେ ରଡ଼ି ଛାଡ଼ି ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ପରବର୍ତ୍ତୀ ସମୟରେ ଉଦ୍ଧାରକାରୀ ଟିମ୍ ସାପକୁ ଧରିବା ସହ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି । ଏହି ଘଟଣା ବିଷୟରେ ଶୁଣିବା ପରେ ସମସ୍ତେ ତାବୁଜ ହୋଇଯାଇଥିବା ଦେଖାଯାଇଥିଲା । ତେବେ ଆକାଶରୁ ସାପ ଖସିବା କଥାଟି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ବେଶି ଚର୍ଚ୍ଚା ହେଉଥିବା ଦେଖାଯାଇଛି ।

Get real time updates directly on you device, subscribe now.