fbpx

ସୂର୍ଯ୍ୟ ଭିତରେ କେତୋଟି ପୃଥିବୀ ଫିଟ୍ ହୋଇପାରିବ, ଜାଣନ୍ତୁ ଏନେଇ କ’ଣ କହୁଛି ମହାକାଶ ବିଜ୍ଞାନ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ସଦା ସର୍ବଦା ମଣିଷ, ଜଳବାୟୁ, ପଶୁପକ୍ଷୀ, ଅନ୍ତରୀକ୍ଷକୁ ନେଇ ଗବେଷଣା ଚଳାଇଥାନ୍ତି । ତେବେ ଅନେକ ସମୟରେ ଏନେଇ କିଛି ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥାଏ । ତେବେ ଆପଣ କେବେ ଭାବିଛନ୍ତି ଆମେ ବସବାସ କରୁଥିବା ପୃଥିବୀ ଗ୍ରହ କେତେ ବଡ଼ । କୁହାଯାଏ, ସୂର୍ଯ୍ୟ ପୃଥିବୀଠାରୁ ୧୦୯ ଗୁଣ ବଡ଼ । ପାଖାପାଖି ୧୩ ଲକ୍ଷ ପୃଥିବୀ ଗୋଟିଏ ସୂର୍ଯ୍ୟ ଭିତରେ ପଶି ପାରିବେ । ଏହି ତଥ୍ୟ ଗୁଗଲ ସର୍ଚ୍ଚରୁ ମିଳିଛି ।

କୁହାଯାଏ, ସୂର୍ଯ୍ୟ ରଶ୍ମୀ ପୃଥିବୀ ପୃଷ୍ଠରେ ପହଞ୍ଚିବା ପାଇଁ ୮.୩ ମିନିଟ ସମୟ ଲାଗେ । ସୂର୍ଯ୍ୟଠାରୁ ପୃଥିବୀର ଦୂରତା ପାଖାପାଖି ୧୫ କୋଟିରୁ ଅଧିକ କିଲୋମିଟର । ଥରେ ଭାବନ୍ତୁ ସୂର୍ଯ୍ୟର ଶକ୍ତି କେତେ, ଆମେ ତା’ ନିକଟକୁ ଗଲେ ଆମର ଅବସ୍ଥା କ’ଣ ହେବ । ପୃଥିବୀ ତୁଳନାରେ ସୂର୍ଯ୍ୟ କେତେ ବିରାଟ ଆଉ ଶକ୍ତିଶାଳୀ ତାହା ଏଥିରୁ ସହଜେ ଅନୁମେୟ ।

ସୂର୍ଯ୍ୟ ମଧ୍ୟରେ କେତୋଟି ପୃଥିବୀ ଫିଟ୍ ହୋଇପାରିବେ ଏନେଇ ଅନେକ ସମୟରେ ସୋସିଆଲ ମିଡ଼ିଆରେ କିଛି ପ୍ରଶ୍ନ ଭାଇରାଲ ହୋଇଥାଏ । ନାସା ପକ୍ଷରୁ ଏନେଇ ମଧ୍ୟ ଭିନ୍ନ ଭିନ୍ନ ତଥ୍ୟ ମିଳିଥାଏ । ଆମ ସୌର ଜଗତ ପରି ଆହୁରି ଅନେକ ସୌର ମଣ୍ଡଳ ଏହି ବିଶ୍ୱ ବ୍ରହ୍ମାଣ୍ଡରେ ରହିଥିବା କୁହାଯାଏ ।

ପୃଥିବୀ ଆଉ ସୂର୍ଯ୍ୟକୁ ନେଇ ତୁଳନା କି କଳ୍ପନା କରିବା ଏତେ ସହଜ ନୁହେଁ । ଯଦିଓ ବୈଜ୍ଞାନିକମାନେ ଦିନକୁ ଦିନ ନୂଆ ନୂଆ ତଥ୍ୟ ପ୍ରଦାନ କରୁଛନ୍ତି, ତଥାପି ତାହା ଶତ ପ୍ରତିଶତ ସଠିକ ବୋଲି କହି ହେବ ନାହିଁ । ଆଜି ପର୍ଯ୍ୟନ୍ତ ବିଜ୍ଞାନ ଯେଉଁ ସିଦ୍ଧାନ୍ତରେ ପହଞ୍ଚିଛି ତାହାକୁ ଠିକ୍ ବୋଲି ମାନିବାକୁ ପଡ଼ିବ ।

Get real time updates directly on you device, subscribe now.