fbpx

ୟୁପିରେ ଏତିକି ସିଟ୍ ଜିତିବ ବିଜେପି! ପ୍ରୟାଗରାଜ ରାଲିରେ ବଡ଼ ଖୁଲାସା କଲେ ରାହୁଲ ଗାନ୍ଧୀ

Advertisement

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସାରା ଦେଶରେ ପ୍ରଚାର ପ୍ରସାର କରୁଛନ୍ତି । ଏହାରବି ମଧ୍ୟରେ ସେ ରବିବାର ଦିନ ପ୍ରୁାଗ ରାଜରେ ରାଲିକୁ ସମ୍ବୋଧିତ କରି ବିଜେପିକୁ ଟାର୍ଗେଟ କରିଛନ୍ତି । ଏହି ରାଲିରେ ତାଙ୍କ ସହ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟୀର ମୁଖିଆ ଅଖିଳେଶ ଯାଦବ ମଧ୍ୟ ଉପସ୍ଥିତ ଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେପି ମାତ୍ର ଗୋଟିଏ ସିଟ୍ ଜିତିବ ଏବଂ ତାହା କେବଳ କୈଟୋର ସିଟ୍ ।

ରାଲିକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ପୁଣି ସେନାରେ ନିଯୁକ୍ତି ପ୍ରକ୍ରିୟା କଥା ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ, ଅଗ୍ନିବୀର ସ୍କିମକୁ ଉଠାଇ ଦେବୁ ଏବଂ ସେମାନଙ୍କୁ ଆବଶ୍ୟ ଚାକିରି ଦେବୁ । ଆମେ ଗରିବ ଏବଂ ବେରୋଜଗାର ଲୋକଙ୍କ ଆକାଉଣ୍ଟରେ ଟଙ୍କା ପଠାଇବୁ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହା ସମ୍ବିଧାନକୁ ବଞ୍ଚାଇବାର ଲଢେଇ । କୌଣସି ବି ଶକ୍ତି ସମ୍ବିଧାନକୁ ଶେଷ କରିପାରିବ ନାହିଁ । ବିଜେପି ଏବଂ ଆରଏସଏସର ଲୋକେ ଲଗାତାର ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି । ହେଲେ ସେମାନଙ୍କୁ କହିବାକୁ ଚାହୁଁଛି ଯେ, କୌଣସି ବି ଶକ୍ତି ସମ୍ବିଧାନକୁ ଶେଷ କରିପାରିବ ନାହିଁ । ବିଜେପି ଏବଂ ପିଏମ ନରେନ୍ଦ୍ର ମୋଦୀ କେବଳ ନିଜ ଶିଳ୍ପପତି ବନ୍ଧୁମାନଙ୍କ ପାଇଁ କାମ କରିଛନ୍ତି । ହେଲେ ଆମ ସରକାର ଆସିଲେ ଆମେ ଗରିବମାନଙ୍କ ପାଇଁ କାମ କରିବୁ ।

Get real time updates directly on you device, subscribe now.