fbpx
BJD SKY
BJD SKY

ବର୍ଷରେ କେତେ ଥର ପାଳନ କରାଯାଏ ନବରାତ୍ରୀ, କେଉଁ ନବରାତ୍ରୀ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ

BJD

ଓଡିଶା ଭାସ୍କର : ୧୫ ଅକ୍ଟୋବରରେ ଶାରଦୀୟ ନବରାତ୍ର ଆରମ୍ଭ ହେବାକୁ ଯାଉଛି । ହିନ୍ଦୁ ଧର୍ମରେ ନବରାତ୍ରର ବିଶେଷ ମହତ୍ୱ ରହିଛି । ନବ ରାତ୍ରର ୯ ଦିନ ମା’ଙ୍କର ଅଲଗା ଅଲଗା ରୂପର ପୂଜା କରାଯାଏ । ନବ ରାତ୍ର ପୂଜାର ବ୍ରତ କରିବା ଦ୍ୱାରା ଭକ୍ତଙ୍କର ସବୁ ମନୋସ୍କାମନା ପୂରଣ ହୋଇଥାଏ । ତେବେ ବର୍ଷକୁ ୪ ଥର ନବରାତ୍ର ପାଳନ କରାଯାଏ । ଯେଉଁ ନବରାତ୍ରର ଅଲଗା ଅଲଗା ମହତ୍ୱ ରହିଛି । ପୌଷ-ମାଘ, ଚୈତ୍ର ,ଆଷାଢ ଏବଂ ଆଶ୍ୱିନ ମାସରେ ନବରାତ୍ର ପାଳନ କରାଯାଏ । ଚୈତ୍ର ଏବଂ ଆଶ୍ୱିନ ମାସରେ ପାଳନ ହେଉଥିବା ନବରାତ୍ରୀ ମହତ୍ୱପୂର୍ଣ୍ଣ ହୋଇଥାଏ । ଏହା ଛଡା ଅନ୍ୟ ଦୁଇଟି ମାସରେ ଆସୁଥିବା ପୌଷ , ଆଷାଢ ରେ ପାଳନ ହେଉଥିବା ନବରାତ୍ରୀ ଗୁପ୍ତ ନବରାତ୍ର ଭାବରେ ପାଳନ କରାଯାଏ । ଆଶ୍ୱିନ ମାସରେ ଶରତ ଋତୁ ଆରମ୍ଭ ହୋଇଥାଏ ଫଳରେ ଏହାକୁ ଶାରଦୀୟ ନବରାତ୍ରୀ ବୋଲି କୁହାଯାଏ । ଶାରଦୀୟ ନବରାତ୍ର ୧୫ ଆକ୍ଟୋବରରୁ ଆରମ୍ଭ ହୋଇ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥାଏ ।

ପୌଷ ମାସରେ ନବରାତ୍ରୀର ମହତ୍ତ୍ୱ : ଏହି ନବରାତ୍ର ଶୁକ୍ଳ ପକ୍ଷରେ ପୌଷ ମାଘରେ ପାଳନ କରାଯାଏ । ଯାହାକୁ ଗୁପ୍ତ ନବରାତ୍ର କୁହାଯାଏ । ଏହା ମନ୍ତ୍ର-ତନ୍ତ୍ର ଏବଂ ଗୁପ୍ତ ଶିଦ୍ଧିରେ ଏହାର ପୂଜା ହୋଇଥାଏ । ତେବେ ଗ୍ରୃହସ୍ତମାନେ ଚୈତ୍ର ଏବଂ ଆଶ୍ୱିନ ମାସରେ ନବରାତ୍ର ପାଳନ କରାଯାଏ । ପୌଷ ମାସରେ ନବରାତ୍ର ବିଶେଷ ଶିଦ୍ଧି ପାଇଁ ପୂଜା କରାଯାଏ ।

 ଚୈତ୍ର ନବରାତ୍ର : ଶାରଦୀୟ ନବରାତ୍ର ପରି ଚୈତ୍ର ନବରାତ୍ରକୁ ମଧ୍ୟ ବ୍ରତ ପାଳନ କରି ପୂଜା କରାଯାଏ । ଚୈତ୍ର ନବରାତ୍ରର ପ୍ରଥମ ଦିନରେ ମା’ଙ୍କ ଶୋଳପୁତ୍ରୀଙ୍କ ପୂଜା କରାଯାଏ । ଏବଂ କଳସ ସ୍ଥାପନା କରାଯାଏ । ଚୈତ୍ର ନବରାତ୍ର ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ଆରମ୍ଭ ହୋଇ ନବମୀ ପର୍ଯ୍ୟନ୍ତ ଚାଲିଥାଏ । ଏଥିରେ ମା’ ଦୁର୍ଗାଙ୍କର ୯ଟି ସ୍ୱରୂପର ପୂଜା କରାଯାଏ ।

ଆଷାଢ ନବରାତ୍ରୀ : ଆଷାଢ ନବରାତ୍ରୀ ଜୁନ ଜୁଲାଇରେ ପାଳନ କରାଯାଏ । ଏହା ଆଷାଢ ମାସର ଶୁକ୍ଳ ପକ୍ଷରେ ପ୍ରତିପଦା ତିଥିରେ ପାଳନ କରାଯାଏ । ଏହି ନବରାତ୍ରକୁ ମଧ୍ୟ ଗୁପ୍ତ ଭାବରେ ପାଳନ କରାଯାଏ । ଧାର୍ମିକ ମାନ୍ୟତା ମନ୍ତ୍ର-ତନ୍ତ୍ର ଶିଖୁଥିବା ସାଧକମାନଙ୍କ ପାଇଁ ଏହି ନବରାତ୍ର ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ଶାରଦୀୟ ନବରାତ୍ର ଆଶ୍ୱିନ ମାସରେ ଆସିଥାଏ । ଚଳିତ ବର୍ଷ ଏହି ନବରାତ୍ର ୧୫ ଅକ୍ଟୋବରରେ ଆରମ୍ଭ ହେବ । ଯାହା ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଶାରଦୀୟ ନବରାତ୍ର ଆଶ୍ୱିନ ମାସରେ ପ୍ରତିପଦା ଆରମ୍ଭରୁ ହୋଇଥାଏ । ଏବଂ ଆଶ୍ୱିନ ମାସ ନବମୀରେ ଏହା ସମାପ୍ତ ହୋଇଥାଏ । ଏହି ପୂଜାରେ ମାଙ୍କର ନଟି ସ୍ୱରୂପକୁ ପୂଜା କରାଯାଏ ।

Get real time updates directly on you device, subscribe now.