fbpx

ଉତ୍ତରକାଶୀ ଟନେଲରେ କେଉଁ ରାଜ୍ୟରୁ କେତେ ଶ୍ରମିକ ଫସି ରହିଛନ୍ତି?

ଉତ୍ତରକାଶୀ: ଆଜକୁ ୧୭ ଦିନ ହେଲାଣି କାଳ କୋଠରୀ ଭିତରେ ବନ୍ଦୀ ହୋଇ ରହିଛନ୍ତି ବିଭିନ୍ନ ରାଜ୍ୟର ୪୧ ଜଣ ଶ୍ରମିକ। ଉଦ୍ଧାର ପାଇଁ ସମସ୍ତ ପ୍ରଚେଷ୍ଟା କରାଯାଇଥିବା ସତ୍ତ୍ୱେ ବି ଏ ପର୍ୟ୍ୟନ୍ତ ଜଣେ ହେଲେ ବି ଶ୍ରମିକ ବାହାରକୁ ବାହାରି ପାରିନାହାନ୍ତି। କିନ୍ତୁ ଏହି ବହୁ ସମୟ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଉ ମାତ୍ର କିଛି ସମୟ ପରେ ପାହାଡ଼ର ଛାତି ଚିରି ବାହାରକୁ ଆସିବେ ସମସ୍ତ ୪୧ ଶ୍ରମିକ। ଯେଉଁଥିପାଇଁ ଉଦ୍ଧାର କାର୍ୟ୍ୟ ଏବେ ଦ୍ୱାରଦେଶରେ ପହଞ୍ଚିଛି। ତେବେ ବିଭିନ୍ନ ସମସ୍ୟାକୁ ଅତିକ୍ରମ କରିବା ପରେ ରେସ୍କ୍ୟୁ ଟିମ ସଫଳତା ଆଡକୁ ଆଗେଇ ଚାଲିଛି । ଯାହା ଉପରେ କେବଳ ଦେଶ ନୁହେଁ ବରଂ ସାରା ବିଶ୍ୱର ନଜର ରହିଛି।

ତେବେ ଦେଶର ୮ ରାଜ୍ୟରୁ ମୋଟ ୪୧ ଜଣ ଶ୍ରମିକ ଏବେ ବି ମରଣ ଯନ୍ତାରେ ଫସି ରହିଛନ୍ତି। ଯେଉଁଥିରେ ଝାଡ଼ଖଣ୍ଡରୁ ସର୍ବାଧିକ ୧୫ ଜଣ ଶ୍ରମିକ ଫସି ରହିଛନ୍ତି। ଅନ୍ୟପଟେ ଏଥିରେ ଉତ୍ତରପ୍ରଦେଶରୁ ୮ ଜଣ ରହିଛନ୍ତି। ସେହିପରି ଓଡିଶାରୁ ୫ ଓ ବିହାରରୁ ବି ୫ ଜଣ ଶ୍ରମିକ ଫସିଛନ୍ତି। ସେପଟେ ପଶ୍ଚିମବଙ୍ଗର ୩ ଓ ଉତ୍ତରାଖଣ୍ଡରୁ ୨ ଜଣ ଲେଖାଏଁ ରହିଛନ୍ତି। ସେମାନଙ୍କ ମଧ୍ୟରେ ଆସାମରୁ ୨ ଓ ହିମାଚଳ ପ୍ରଦେଶରୁ ଜଣେ ଶ୍ରମିକ ରହିଛନ୍ତି। ୧୭ ଦିନର ଅପେକ୍ଷା ପରେ ଏବେ ସମସ୍ତ ୪୧ ଶ୍ରମିକ ଅନ୍ଧାରି ଦୁନିଆରୁ ବାହାରକୁ ବାହାରିବାକୁ ଯାଉଛନ୍ତି।

Get real time updates directly on you device, subscribe now.