fbpx

ଯେକୌଣସି ମୋବାଇଲକୁ କେତେ ବର୍ଷ ବ୍ୟବହାର କରିବା ଉଚିତ୍ ? ଜାଣନ୍ତୁ ଉତ୍ତର

Advertisement

ବର୍ତ୍ତମାନ ସୁଦ୍ଧା ଆପଣ କେତେ ସମୟରେ କେତୋଟି ସ୍ମାର୍ଟଫୋନ୍ ପରିବର୍ତ୍ତନ କରିଛନ୍ତି ?ଆପଣଙ୍କ ପାଖରେ ଏବେ ଥିବା ସ୍ମାର୍ଟଫୋନକୁ ଆପଣ କେତେ ବର୍ଷ ଧରି ବ୍ୟବହାର କରୁଛନ୍ତି ? କେତେବର୍ଷ ଧରି ଆପଣ ଏହାକୁ ବ୍ୟବହାର କରିବା ଉଚିତ୍ ? ଯଦି ଏହି ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରେ ନାହିଁ, ତେବେ ଏହି ଖବରଟି ଆପଣଙ୍କ ପାଇଁ ରହିଛି । ଆଜି ଏହି ଆର୍ଟିକିଲରେ ଆମେ ଆପଣଙ୍କୁ କହିବୁ ସ୍ମାର୍ଟଫୋନ୍ କେବେ ବଦଳାଯିବା ଉଚିତ୍ । ଏହାର ଲାଇଫ୍ କେତେ ଦିନ? ଆସନ୍ତୁ ଜାଣିବା …

କିଛି ଲୋକ ପ୍ରତିବର୍ଷ ଫୋନ୍ ବଦଳାନ୍ତି :-
କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ପ୍ରତିବର୍ଷ ଫୋନ୍ ବଦଳାନ୍ତି । ଆଉ କିଛି ବର୍ଷରେ ଅନେକ ଥର ନିଜ ଫୋନ୍ ବଦଳାନ୍ତି । ଏହା କରିବା ପଛରେ ମାର୍କେଟକୁ ଆସିଥିବା ଫୋନର ଏକ ଅପଗ୍ରେଡ୍ ଭର୍ସନ ହୋଇପାରେ ବା ଲୋକମାନଙ୍କର ସଉକ୍ ହୋଇପାରେ । ତଥାପି ବହୁତ ଲୋକ ଅଛନ୍ତି, ଯେଉଁମାନେ ଥରେ ଫୋନ୍ କିଣନ୍ତି ଏବଂ ଏହାକୁ ଅତି କମରେ ଦୁଇ ତିନି ବର୍ଷ ବ୍ୟବହାର କରନ୍ତି । କିନ୍ତୁ ଏସବୁ ମଧ୍ୟରେ ସ୍ମାର୍ଟଫୋନର ସେଲଫ୍ ଲାଇଫ୍ କେତେ, ତାହା ଜାଣିବା ମଧ୍ୟ ଜରୁରୀ ।

ସ୍ମାର୍ଟଫୋନ୍ ସେଲଫ୍ ଲାଇଫ୍ :-
ବିଶେଷଜ୍ଞଙ୍କ ଅନୁଯାୟୀ, କୌଣସି କମ୍ପାନୀ ପାଇଁ ସ୍ମାର୍ଟଫୋନର ସେଲ ଲାଇଫ ଭାରତରେ ମାତ୍ର ୯ ମାସ । ଏଠାରେ ଆମେ କମ୍ପାନୀ ବିଷୟରେ କହୁଛୁ । ଏହାର ଅର୍ଥ ହେଉଛି, କୌଣସି କମ୍ପାନୀ ଅନୁଯାୟୀ ସେଲ୍ଫ ଲାଇଫ୍ ହୋଇଥାଏ । ତଥାପି ପାରମ୍ପାରିକ ଭାବରେ ସ୍ମାର୍ଟଫୋନର ସେଲଫ୍ ଲାଇଫ୍ ୧୮ ମାସ । କେତେକ ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି ଯେ, ପୂର୍ବରୁ ସ୍ମାର୍ଟଫୋନ୍ ବଜାର ବାର୍ଷିକ ଭାବରେ ଚାଲୁଥିଲା । ତା’ପରେ ବଜାରରେ ପ୍ରତିଯୋଗିତା ବୃଦ୍ଧି ପାଇବାରେ ଲାଗିଲା ଏବଂ ଏହି ଚକ୍ର ହ୍ରାସ ପାଇଲା । ସ୍ମାର୍ଟଫୋନ୍ କମ୍ପାନୀଗୁଡିକ ମଧ୍ୟ ଏଥିରୁ ଉପକୃତ ହେବା ଆରମ୍ଭ କଲେ ।

ପ୍ରତିବର୍ଷ ସ୍ମାର୍ଟଫୋନ୍ ବଦଳାଇବା ଠିକ୍ କି?
ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ପ୍ରତିବର୍ଷ ସ୍ମାର୍ଟଫୋନ୍ ବଦଳାଇବାକୁ ପଡେ, ତେବେ ଏହାକୁ ଏକ ଭଲ ଫୋନ୍ ଭାବରେ ବିବେଚନା କରାଯାଇପାରିବ ନାହିଁ । କୌଣସି ସ୍ମାର୍ଟଫୋନ୍ ଏକ ଭଲ ସ୍ମାର୍ଟଫୋନ୍ ସେତେବେଳେ ହେବ, ଯେତେବେଳେ ଏହାର ସେଲଫ୍ ଲାଇଫ୍ ୨ ବର୍ଷ କିମ୍ବା ତା’ଠାରୁ ଅଧିକ ହେବ ।

Get real time updates directly on you device, subscribe now.