fbpx

ଐଶ୍ୱର୍ଯ୍ୟା- ଅଭିଷେକ ମଧ୍ୟରେ ଫାଟ ! ଡ଼ିଭୋର୍ସ ହେଲେ ଐଶ୍ୱର୍ଯ୍ୟାଙ୍କୁ କେତେ ମିଳିବ ଆଲିମନି…

ମୁମ୍ବାଇ: ବଡ଼ ଘର… ବଡ଼ ଗୁମର କଥା । ଚର୍ଚ୍ଚାରେ ବଲିଉଡ଼ର ଲୋକପ୍ରିୟ ଯୋଡ଼ି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ । ଉଭୟଙ୍କ ସମ୍ପର୍କକୁ ନେଇ ବିଭିନ୍ନ ଗୁଜବ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ରିପୋର୍ଟରୁ ପ୍ରକାଶ ଉଭୟଙ୍କ ମଧ୍ୟରେ କିଛି ବି ଠିକ୍ ନାହିଁ । ଐଶ୍ୱର୍ଯ୍ୟା ଓ ଅଭିଷେକ ପରସ୍ପରକୁ ସୋସିଆଲ ମିଡ଼ିଆରେ Unfollow  କରିବା ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛି । କେବଳ ଏତିକି ନୁହେଁ ଐଶ୍ୱର୍ଯ୍ୟା ନିଜ ଶ୍ୱଶୁର ଘର ‘ଜଲସା’ରେ ନୁହେଁ ବରଂ ନିଜ ମା’ଙ୍କ ଘରେ ରହୁଛନ୍ତି । ନିକଟରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଲାଡଲୀ ଆରାଧ୍ୟାଙ୍କ ସ୍କୁଲ ଉତ୍ସବରେ ପୁରା ପରିବାରକୁ ଏକାଠି ଦେଖିବାକୁ ମିଳିଥିଲା । କିନ୍ତୁ ସମସ୍ତେ ଏକାଠି ନୁହେଁ ଅଲଗା ଅଲଗା ଆସିଥିଲେ । ସେହିପରି କିଛି ଦିନ ପୂର୍ବରୁ ଅଭିଷେକ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ ଯେଉଁଠି ସେ ବିବାହ ମୁଦି ପିନ୍ଧିନଥିବା ଫଟୋ ଭାଇରାଲ ହୋଇଥିଲା । ଏହି ସବୁ କଥାରୁ ଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଛାଡ଼ପତ୍ର ହେବା ନେଇ ଗୁଜବ ମଧ୍ୟ ଖୁବ୍ ଉଡ଼ିଥିଲା । ତେବେ ସତ କ’ଣ କେହି ବି ଜାଣି ନାହାନ୍ତି ।


ବର୍ତ୍ତମାନ ଅଭିଷେକଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯଦି ଏହି ଷ୍ଟାର ଦମ୍ପତ୍ତିଙ୍କ ମଧ୍ୟରେ ଛାଡ଼ପତ୍ର ହୁଏ ତେବେ ଐଶ୍ୱର୍ଯ୍ୟାଙ୍କୁ କେତେ ଆଲିମନି(Alimony) ମିଳିବ ଆସନ୍ତୁ ଜାଣିବା । ବଲିଉଡ଼ ଇଣ୍ଡଷ୍ଟ୍ରୀର ନାମିଦାମୀ କଳାକାର ମଧ୍ୟରେ ଅଭିଷେକ ବକଚ୍ଚନଙ୍କ ନାଁ ସାମିଲ ଅଛି । ପ୍ରାୟ ୬୮ରୁ ଉର୍ଦ୍ଧ୍ୱ ଫିଲ୍ମରେ ସେ କାମ କରିସାରିଛନ୍ତି । ଏଥିରୁ ୩୮ଟି ଫିଲ୍ମରୁ କିଛି ଫ୍ଲପ୍‌, ବ୍ଲକବଷ୍ଟର ଏବଂ ହିଟ୍ ହୋଇଛି । ୨୦୦୦ରେ ନିର୍ମିତ ହୋଇଥିବା ‘ରିଫ୍ୟୁଜି’ ଫିଲ୍ମରୁ ସେ ଡେବ୍ୟୁ କରିଥିଲେ । ଏଥିପାଇଁ ତାଙ୍କୁ ବେଷ୍ଟ ମେଲ୍ ଡେବ୍ୟୁ ଫିଲ୍ମ ଫେୟାର ଆୱାର୍ଡ଼ ମିଳିଥିଲା ।

ରିପୋର୍ଟ ଅନୁଯାୟୀ ଅଭିଷେକ ବଚ୍ଚନଙ୍କ ମୋଟ୍ ସମ୍ପତ୍ତି ୨୮୦ କୋଟି ଟଙ୍କା । ମାସକୁ ପ୍ରାୟ ୧.୮ କୋଟି ଟଙ୍କା ରୋଜଗାର କରନ୍ତି । ତାଙ୍କର ବାର୍ଷିକ ଆୟ ୨୫ କୋଟି ଟଙ୍କା । ଏଥିମଧ୍ୟରୁ ନିଜସ୍ୱ ସମ୍ପତ୍ତି କହିବାକୁ ଗଲେ ୭୫ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ସମ୍ପତ୍ତିର ମୂଲ୍ୟ ୬୦ କୋଟି ଟଙ୍କା ରହିଛି । ସେହିପରି ଦେଖିବାକୁ ଗଲେ ଅଭିଷେକଙ୍କ ସମ୍ପତ୍ତିରୁ ୨୫% ଐଶ୍ୱର୍ଯ୍ୟା ରାୟଙ୍କୁ ମିଳିଲେ ମାସକୁ ୪୫ ଲକ୍ଷ ଟଙ୍କା ହେଉଛି ।
କହିରଖୁଛୁ ଏହି ବଲିଉଡ଼ ଜୋଡ଼ି ୨୦୦୭ ମସହା ଏପ୍ରିଲ ୨୦ରେ ବିବାହ କରିଥିଲେ । ୨୦୧୧ରେ ଉଭୟ ଆରାଧ୍ୟାର ମାତା ପିତା ହେବାର ସୌଭାଗ୍ୟ ଲାଭ କରିଥିଲେ ।

Get real time updates directly on you device, subscribe now.