fbpx

ଘରେ ସର୍ବାଧିକ କେତେ ରଖିପାରିବେ କ୍ୟାସ? ଜାଣି ରଖନ୍ତୁ ଇନକମ୍ ଟାକ୍ସର ନିୟମ

Advertisement

ନୂଆଦିଲ୍ଲୀ: ଭାରତରେ ଡିଜିଟାଲାଇଜେସନକୁ ଗୁରୁତ୍ୱ ଦିଆ ଯାଉଥିବା ବେଳେ ବର୍ତ୍ତମାନ ଲୋକେ ଘରେ କ୍ୟାସ ରଖିବା କମ୍ କରି ଦେଇଛନ୍ତି । କିନ୍ତୁ ପୂର୍ବରୁ ଇମରଜେନ୍ସି ପାଇଁ ଘରେ ନଗଦ ଟଭ୍କା ରଖିବା ପାଇଁ କୁହାଯାଉଥିଲା । ତେବେ ଏହାପୂର୍ବରୁ ଲୋକମାନେ ବ୍ୟାଙ୍କରେ ଟଙ୍କା ରଖିବା ପରିବର୍ତ୍ତେ ଘରେ କୌଣସି ସ୍ଥାନରେ ଏହି ଟଙ୍କାକୁ ଲୁଚାଇ ରଖୁଥିଲେ । କିନ୍ତୁ ଏବେ ଲୋକମାନେ ଡିଜିଟାଲ ୱାଲେଟରୁ କର୍ଚ୍ଚ କରୁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଘରେ ସର୍ବାଧିକ କେତେ ଟଙ୍କା ଆପଣ ନଗଦ ରଖିପାରିବେ? ତେବେ ଚାଲନ୍ତୁ ଜାଣିବା ଏହି ନିୟମ

ଘରେ କେତେ ଟଙ୍କା ପର୍ଯ୍ୟନ୍ତ ନଗଦ କ୍ୟାସ ରଖା ଯାଇ ପାରିବ? କେତେ ଟଙ୍କା ପର୍ଯ୍ୟନ୍ତ କ୍ୟାସ ରଖିଲେ ଆପଣଙ୍କ ଉପରେ ପେନାଲ୍ଟି ଲାଗିବ ନାହିଁ? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ମଧ୍ୟ ରହିଥିବ । ତେବେ ଆୟକର ବିଭାଗର ନିୟମ ଅନୁସାରେ, ଭାରତୀୟ ନାଗରିକଙ୍କୁ ଘରେ ନଗଦ କ୍ୟାସ ରଖିବା ପାଇଁ ଅନୁମତି ଦିଆ ଯାଇଛି । ଅର୍ଥାତ୍ ଆପଣ ଘରେ ନିଜ ଇଚ୍ଛାରେ ଘରେ ଟଭ୍କା ରଖି ପାରିବେ । କିନ୍ତୁ ମନେ ରଖନ୍ତୁ, ଯଦି ଯାଞ୍ଚ ଏଜେନ୍ସି ଏହାକୁ ରେଡ କରି ଜବତ କରନ୍ତି, ତେବେ ସମସ୍ତ ଟଙ୍କାର ଆୟ ଏବଂ ଏହାର ହିସାବ କହିବାକୁ ହେବ । ଏଭଳି ପରିସ୍ତିତିରେ ଆପଣ ନଗଦ ଆୟର ସମ୍ପୂର୍ଣ୍ଣ ଉତ୍ସ ଜାଣି ରଖିବା ଉଚିତ । ଏଥିପାଇଁ ଆପଣଙ୍କର ସମ୍ପୂର୍ଣ୍ଣ ଡକୁମେଣ୍ଟ ରହିଥିବା ଆବଶ୍ୟକ, ଯାହା ଯାଞ୍ଚ ସମୟରେ ଆପଣ ଦେଖାଇପାରିବେ ।

ତେବେ ଯଦି ଆପଣ ପ୍ରତିବର୍ଷ ଆୟକର ରିଟର୍ଣ୍ଣ ଫାଇଲ କରନ୍ତି, ତେବେ ଏ ନେଇ କୌଣସି ଚିନ୍ତା କରିବାର ନାହିଁ । କିନ୍ତୁ ଏହି ନଗଦ ଟଙ୍କା କେବଳ ଆପଣଙ୍କ ଆଇଟିଆର ଅନୁଯାୟୀ ହୋଇଥିବା ଆବଶ୍ୟକ । ଆଇଟିଆର ଅନୁଯାୟୀ ଆନଣଙ୍କ ପାଖରେ ଟଭ୍କା ରହିବା ଆବଶ୍ୟକ । ନଚେତ ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ।

Get real time updates directly on you device, subscribe now.