fbpx

ପ୍ରତ୍ୟେକ ବର୍ଷ କେତେ ସୁନା ହୋଇଥାଏ ଖନନ! ଭାରତର କେଉଁଠି ରହିଛି ସୁନାର ଖଣି ?

ନୂଆଦିଲ୍ଲୀ : ସୁନାକୁ ନେଇ ସମସ୍ତଙ୍କ ମନରେ ଖୁବ ଉତ୍ସୁକତା ଭରି ରହିଥାଏ । ଏହା ବିଷୟରେ ଅଦିକ ଜାଣିବା ପାଇଁ ସବୁବେଳେ ଆଗ୍ରହ ରହିଥାଏ । ତେବେ ଆପଣ ବ୍ୟବହାର କରୁଥିବା ଏହି ସୁନା କେଉଁଠି ଖନନ ହୁଏ ଆପଣ ଜାଣିଛନ୍ତି କି? ଭାରତର ଏହା କେଉଁ ସ୍ଥାନରେ ରହିଛି ତାହା ଜାଣିଛନ୍ତି କି? କୁହାଯାଉଛି ଯେ ଚୀନରେ ସବୁଠାରୁ ଅଧିକ ସୁନା ଖନନ କରାଯାଉଛି । ପ୍ରାୟ ୫,୦୦୦ ବର୍ଷ ପୂର୍ବେ ସୁନାକୁ ଖୋଜା ଯାଇଥିଲା । ବୈଜ୍ଞାନିକ ଏବଂ ଇତିହାସକାରୀଙ୍କ ମତରେ ସୁନା ପୃଥିବୀରେ ଖୋଜା ଯାଇଥିବା ପୁରୁଣା ଧାତୁଙ୍କ ମଧ୍ୟରୁ ଅନ୍ୟତମ । ସାରା ଦୁନିଆରେ ସୁନା କେବଳ ଧାତୁ ନୁହେଁ, ଏହା ଆର୍ଥିକ ସମ୍ପତ୍ତିର ପ୍ରତୀକ ମଧ୍ୟ ଅଟେ ।

ଆମେ ସମସ୍ତେ ଜାଣିଛନ୍ତି ଯେ, ଗୋଟିଏ ସମୟରେ ଭାରତକୁ ‘ସୁନାର ପକ୍ଷୀ’ କୁହାଯାଉଥିଲା ଏବଂ ଏପରି କହିବାର ଅନେକ କାରଣ ମଧ୍ୟ ରହିଛି । ସୂଚନା ଅନୁସାରେ, ଦେଶରେ ସବୁଠାରୁ ଅଧିକ ସୁନା ଉତ୍ପାଦନ କର୍ଣ୍ଣାଟକରେ ହେଉଛି । କର୍ଣ୍ଣାଟକରେ କୋଲାର ଗୋଲ୍ଡ ମାଇନ୍ସ ଠାରେ ଉତ୍ପାଦନ କରାଯାଉଛି । ଏହା ବ୍ୟତୀତ ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ରାଜ୍ୟରେ ହୀରାବୁଦ୍ଧିନ ଏବଂ କେନ୍ଦରୁକୋଚାର ଖଣିରୁ ବି ପ୍ରଚୁର ପରିମାଣରେ ସୁନା ଖୋଳା ଯାଏ । ସାରା ବିଶ୍ୱରେ ୩ ହଜାର ଟନ୍ ସୁନା ବାହାର କରାଯାଉଥିବା ବେଳେ କେବଳ ଭାରତରେ ହିଁ ୧.୬ ଟନ୍ ସୁନା ଉତ୍ପାଦନ କରାଯାଉଛି । ତେବେ ଦେଶର ବାର୍ଷିକ ଖନନ ୭୭୪ ଟନ୍ ରହିଛି କିନ୍ତୁ ଦେଶରେ ଏହାର ଦୁଇଗୁଣରୁ ଅଧିକ ସୁନା ଖନନକରିବାରେ ସକ୍ଷମ ହୋଇଛି ।

ଆମ ଦେଶରେ ମହିଳାଙ୍କ ପାଖରେ ୨୧ ହଜାର ଟନ ସୁନା ରହିଛି, ଯାହାକି ବହୁତ ଅଧିକ ଅଟେ । ବିଶ୍ୱର ଶୀର୍ଷରେ ଥିବା ୫ଟି ବ୍ୟାଙ୍କ ପାଖରେ ମଧ୍ୟ ଏହି ପରିମାଣର ସୁନା ରିଜର୍ଭ ନଥିବ । ସାଧାରଣତଃ ଏହି ବହୁ ମୂଲ୍ୟ ଧାତୁ କେବଳ ପାରଦ ବା ଚାନ୍ଦି ସହିତ ମିଶ୍ର ଧାତୁ ଭାବେ ମିଳିଥାଏ ।

Get real time updates directly on you device, subscribe now.