fbpx

ମାଡିଆସୁଛି ବାତ୍ୟା ‘ତଉକ୍ତେ’, ଜାଣନ୍ତୁ ଓଡ଼ିଶା ଉପରେ ଏହାର କେତେ ପ୍ରଭାବ ପଡିବ…

ଭୁବନେଶ୍ୱର,୧୩।୫(ଓଡିଶା ଭାସ୍କର ): ଆରବ ମହାସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ‘ତଉକ୍ତେ’ ମେ ୧୪ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଆଉ ତାପରେ ଧୀରେ ଧୀରେ ଏହା ବାତ୍ୟାର ରୁପ ନେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା ଆସନ୍ତା ୧୬ ତାରିଖରେ ବାତ୍ୟାରେ ପରିଣତ ହେବ ବୋଲି ସୂଚନା ଦିଆଯାଇଛି । ଏହି ବାତ୍ୟାର ନାଁ ‘ତଉକ୍ତେ’ ବୋଲି ମିଆଁମାର ନାମକରଣ କରିଛି । ଏହି ସମ୍ଭାବ୍ୟ ବାତ୍ୟା ଗୁଜରାଟ କିମ୍ବା ମହାରାଷ୍ଟ୍ର ଉପକୂଳ ଛୁଇଁପାରେ ।ଏହାର ସାମାନ୍ୟ ତମ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ରାଜ୍ୟରେ ବର୍ତ୍ତମାନ ପାଗରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ । ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜାରି ରହିବ । ଗୁରୁବାର ରାଜ୍ୟର ୧୭ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ ।

ତେବେ ଆରବ ସାଗରରେ ଗୁରୁବାର ବା ୧୩ ତାରିଖରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଘନୀଭୂତ ହୋଇ ଆସନ୍ତା ୧୫ ତାରିଖ କିମ୍ବା ୧୬ ତାରିଖ ସକାଳ ସୁଦ୍ଧା ବାତ୍ୟା ରୂପ ନେଇପାରେ । ଏହା ଆରମ୍ଭରେ ପଶ୍ଚିମ ଉପକୂଳର ଦୂରରେ ତଥାପ୍ରାୟତଃ ସାମନ୍ତରାଳ ଭାବେ ଗତି କରିବ । କେତେକ ମଡେଲ୍‌ କହୁଛି, ଏହା ଗୁଜରାଟ ଆଡ଼େ ମୁହାଁଇବା ସମ୍ଭାବନା ଅଛି । ଏହା ମହାରାଷ୍ଟ୍ର ସ୍ଥଳଭାଗ ଛୁଇଁବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଏହାଦ୍ୱାରା କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟରେ ପ୍ରବଳ ବର୍ଷା ହୋଇପାରେ । ତେବେ ଲଘୁଚାପ ହୋଇ ଅବପାତ ରୂପ ନେବା ପରେ ଏହା ବାବଦରେ ଅଧିକ ଆକଳନ କରିହେବ । ଆରବସାଗରର ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେକାଳବୈଶାଖୀ ସମ୍ଭାବନା ଅଛି । ସର୍ବାଧିକତାପମାତ୍ରା ସ୍ୱାଭାବିକଠାରୁ କମ୍‌ ରହିବ ।

ପାଣିପାଗ ବିଭାଗ କହିଛି, ଗୁରୁବାର ଉତ୍ତର ଉପକୂଳ ଓଡ଼ିଶାର ଅନେକ ସ୍ଥାନସମେତ କେନ୍ଦୁଝର, ମୟୂରଭଞ୍ଜ, ଦକ୍ଷିଣଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନଏବଂ ଅନୁଗୁଳ, ଢେଙ୍କାନାଳ, କନ୍ଧମାଳରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣରବର୍ଷା ହୋଇପାରେ । ଏହି ସମୟରେ ମାଛ ଧରାଳୀ ଏବଂ ତଟବର୍ତ୍ତୀ ବ୍ୟବସାୟୀ ମାନଙ୍କୁ ଏହି ସମୟରେ ପାଣି ଭିତରକୁ ଯିବାକୁ ବାରଣ କରାଯାଇଛି । ଏହି ସମୟରେ ମତ୍ସଜୀବୀମାନଙ୍କୁ ପାଣିଭିତରକୁ ଯିବାକୁ ବାରଣ କରାଯାଇଛି ।

Get real time updates directly on you device, subscribe now.