fbpx

ରାଜ୍ୟରେ କମିଲା ମଦ ଦର, ଜାଣନ୍ତୁ କେଉଁ ବ୍ରାଣ୍ଡ ପାଇଁ କେତେ ଟଙ୍କା?

ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ମଦ ପିଇଥିବା ଲୋକଙ୍କ ଉପରେ ସତେ ଯେପରି ଦୁଃଖର ପାହାଡ ଭାଙ୍ଗି ପଡିଥିଲା, କାରଣ ସରକାର ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତା ପରେ ଅନଲାଇନ ମଦ ଓ ଦୋକନରେ ବିକ୍ରି ହେଉଥିବା ମଦ ଉପରେ ଟ୍ୟାକ୍ସକୁ ନେଇ ବି ଭାଙ୍ଗିପଡିଥିଲେ ମଦୁଆ । କିନ୍ତୁ ଏବେ ମଦ ଉପରେ କୋଭିଡ ଶୁଳ୍କ ହ୍ରାସ କରିଛନ୍ତି ରାଜ୍ୟ ସରକାର । ଗତକାଲିଠାରୁ ରାଜ୍ୟରେ ମଦ ଦର ୩୫% କମରେ ବିକ୍ରି ହେଉଛି । ଏହା ସହ ନୂଆ ଏମ୍ଆରପି ଦର ମଧ୍ୟ ଲାଗୁ ହୋଇଛି । ନୂଆ ଦରର ତାଲିକା ଅବକାରୀ ବିଭାଗର https://osbc.co.in/ ୱେବସାଇଟରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି । ଆସନ୍ତୁ ଜାଣିବା କେଉଁ ମଦ ପାଇଁ ଆପଣଙ୍କୁ କେତେ ଟଙ୍କା ଦେବାକୁ ପଡିବ..

Get real time updates directly on you device, subscribe now.