fbpx

କେତେ ସଫଳ ମୋଦୀ ସରକାରଙ୍କ ‘ମିଶନ ରୋଜଗାର’ ? ମହିଳାଙ୍କୁ ଏହିପରି ମିଳୁଛି ଚାକିରିର ସୁଯୋଗ

ନୂଆଦିଲ୍ଲୀ: ଦେଶରୁ ବେକାରୀ ସମସ୍ୟା ହଟାଇବା ପାଇଁ ମୋଦୀ ସରକାରଙ୍କ ପ୍ରୟାସ ଜାରି ରହିଛି । ଚଳିତବର୍ଷ ପ୍ରାୟ ୧୦ ଲକ୍ଷ ଲୋକଭ୍କୁ ସରକାରୀ ଚାକିରି ଦେବା ପାଇଁ କରିଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଦିଗରେ ଆଗେଇ ଚାଲିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରିପୋର୍ଟ ଅନୁସାରେ, ସରକାର ୨୦୨୩ ଶେଷ ସୁଦ୍ଧା ୧୦ ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ଦେବା ପାଇଁ ସାମୂହିକ ନିଯୁକ୍ତି ଯୋଜନା ‘ମିଶନ ରିକ୍ରୁଟମଣ୍ଟ’ ରେ ବଡ ସଫଳତା ମିଳିଛି ।

ସୂଚନା ଅନୁସାରେ, ଏବେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ମୋଟ ୬ଟି ରୋଜଗାର ମେଳାର ଆୟୋଜନ କରିଛନ୍ତି । ଏହି ଯୋଜନାରେ ସରକାର ପ୍ରାୟ ୪୦%ରୁ ଅଧିକ ସଫଳତା ପାଇତିବା ବେଳେ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ସରକାରୀ ଚାକିରି ହାସଲ କରି ସାରିଛନ୍ତି । ତେବେ ମୋଟ ୪,୩୦,୫୪୬ ଜଣଙ୍କୁ ସ୍ୱପ୍ନର ସରକାରୀ ଚାକିରି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏମାନଙ୍କୁ ଟାଇପିଷ୍ଟ, ଶିକ୍ଷକ ଏବଂ ଡାକ୍ତର ଇତ୍ୟାଦି ପଦବୀରେ ନିଯୁକ୍ତି ପ୍ରଦାନ କରାଯାଇଛି । ତେବେ ନିଯୁକ୍ତି ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରତି ୬ ଜଣଙ୍କ ଭିତରେ ଜଣେ ମହିଳା ରହିଛନ୍ତି । ରିପୋର୍ଟ ଅନୁସାରେ, କାର୍ମିକ, ଲୋକ ଅଭିଯୋଗ ଏବଂ ପେନସନ ମନ୍ତ୍ରାଳୟର ତଥ୍ୟରୁ ଜଣାଯାଇଛି ଯେ, କେନ୍ଦ୍ର ସରକାରଙ୍କ ତରଫରୁ ନିଯୁକ୍ତି ପାଇଥିବା ଲୋକମାନଙ୍କ ମଧ୍ୟରେ ୩,୬୧,୭୬୩ ଜଣ ପୁରୁଷ ଥିବା ବେଳେ ୬୮,୭୮୩ ଜଣ ମହିଳା କୃତକାର୍ଯ୍ୟ ହୋଇ ପାରିଛନ୍ତି । ଅର୍ଥାତ୍ ମୋଟ ନିଯୁକ୍ତିର ୧୬% ମହିଳା ଏହି ମିଶନ ରୋଜଗାରର ଫାଇଦା ପାଇ ପାରିଛନ୍ତି ।

ତେବେ ଏହି ନିଯୁକ୍ତି ମଧ୍ୟରେ ସର୍ବାଧିକ ୧,୩୮,୯୮୬ ଜଣ ଭାରତୀୟ ରେଲୱେରେ ନିଯୁକ୍ତି ପାଇଛନ୍ତି । ଏହାପରେ ଡାକ ବିଭାଗରେ ମଧ୍ୟ ୬୮,୨୨୫ ଜଣ ଏବଂ ଗୃହ ମନ୍ତ୍ରାଳୟରେ ୪୩,୫୯୨ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିପରି ଆର୍ଥିକ ସେବା ବିଭାଗରେ ୩୩,୭୪୩ ଇଚ୍ଛକ ପ୍ରାର୍ଥିଙ୍କ ଚୟନ କରାଯାଇଛି । ଏହାବ୍ୟତୀତ ରକ୍ଷା ମନ୍ତ୍ରାଳୟରେ ୧୮,୬୩୫ ରାଜସ୍ୱ ବିଭାଗରେ ୧୪,୯୫୨ ଏବଂ ଉଚ୍ଚ ଶିକ୍ଷା ବିଭାଗରେ ୧୧,୫୩୬ ଜଣ ଏହି ମିଶନ ଜରିଆରେ ନୂଆ ନିଯୁକ୍ତି ପାଇଛନ୍ତି ।

Get real time updates directly on you device, subscribe now.