Mahakumbh: ଉତ୍ତର ପ୍ରଦେଶରେ ଏତିକି ହେବ ରୋଜଗାର, ସିଏମ ଯୋଗୀଙ୍କର ବଡ଼ ଖୁଲାସା
ଉତ୍ତରପ୍ରଦେଶର ପ୍ରୟାଗରାଜରେ ଭାରତ ସମେତ ସାରା ଦୁନିଆରୁ ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ମହାକୁମ୍ଭରେ ଭାଗ ନେବାକୁ ଆସୁଛନ୍ତି । ବର୍ତ୍ତମାନ ସିମେ ଯୋଗୀ ଆଦିତ୍ୟ ନାଥ ଖୁଲାସା କରିଛନ୍ତି ଯେ, ମହାକୁମ୍ଭରେ ଉତ୍ତର ପ୍ରଦେଶରେ କେତେ ହେବ ରୋଜଗାର ।
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗ ରାଜ ଜିଲ୍ଲାରେ ମହାକୁମ୍ଭ ୨୦୨୫ର ପ୍ରସ୍ତୁତି ଜୋର ସୋରରେ ଲାଗିରହିଛି । ସଂଗମ ନଗରୀ ଉତ୍ସାହର ସହ ଦୁନିଆର ସମସ୍ତ ଶ୍ରଦ୍ଧାଳୁଙ୍କର ସ୍ୱାଗତ ପାଇଁ ପ୍ରସ୍ତୁତ ରହିଛି । ଏଥର ପ୍ରୟାଗରାଜ ମହାକୁମ୍ଭରେ ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ଆସିବାର ସମ୍ଭାବନା ରହିଛି ।
ୟୁପି ସରକାର ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ଏହି ସମସ୍ତ ପ୍ରସ୍ତୁତି କରାଯାଉଛି । ସେହିପରି ବର୍ତ୍ତମାନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖୁଲାସା କରିଛନ୍ତି ଯେ, ଏଥର ଉତ୍ତର ପ୍ରଦେଶରେ କେତେ ଟଙ୍କା ରୋଜଗାର ହେବ ।
ୟୁପି କେତେ ରୋଜଗାର କରିବ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସମ୍ମିଳନୀକୁ ସମ୍ବୋଧନ କରି ଖୁଲାସା କରିଛନ୍ତି ଯେ, ମହାକୁମ୍ଭରେ ୪୦ କୋଟି ଶ୍ରଦ୍ଧାଳୁ ଆସିବାର ସମ୍ଭାବନା ରହିଛି ଏବଂ ଏଥିରେ ଉତ୍ତର ପ୍ରଦେଶର ଦୁଇ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ବୃଦ୍ଧି ହେବାର ସମ୍ଭାବନା ରହିଛି ।
ସିଏମ ଯୋଗୀ କହିଛନ୍ତି ଯେ, ମହାକୁମ୍ଭ ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳନ, ଯାହା ଭାରତ ସମେତ ସାରା ଦୁନିଆକୁ ନିଜ ପ୍ରାଚୀନ ପରଂପରା ପାଇଁ ଗର୍ବିତ ଏବଂ ଏହାର ସାଂସ୍କୃତିକ ମୂଳତତ୍ତ୍ୱକୁ ବୁଝାଇବା ପାଇଁ ଏକ ସୁଯୋଗ ପ୍ରଦାନ କରିଥାଏ ।
ଭବ୍ୟ, ଦିବ୍ୟ ଏବଂ ଡିଜିଟାଲ ହେବ ମହାକୁମ୍ଭ: ସିଏମ ଯୋଗୀ କହିଛନ୍ତି ଯେ, ଭାରତର ପିଏମ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ଦେଶ ନିଜ ପ୍ରାଚୀନ ଐତିହ୍ୟ ଉପରେ ଗର୍ବ କରୁଛି । ସିଏମ ଯୋଗି କହିଛନ୍ତି ଯେ, ଏଥର ମହାକୁମ୍ଭ ଭବ୍ୟ, ଦିବ୍ୟ ଏବଂ ଡିଜିଟାଲ ହେବ ।
ଏହି ଆୟୋଜନକୁ ସଫଳ ଏବଂ ସୁବିଧାଜନକ କରିବା ପାଇଁ ଲଗାତାର ପ୍ରୟାସ କରାଯାଉଛି । ସ୍ୱଚ୍ଛ ଏବଂ ପରିବେଶ ଅନୁକୂଳ ୧.୫ ଲକ୍ଷରୁ ଅଧିକ ଶୌଚାଳୟର ନିର୍ମାଣ କରାଯାଇଛି । ଏଥିସହ ଗଙ୍ଗା ଏବଂ ଯମୁନାରେ କୌଣସି ପ୍ରକାର ଆବର୍ଜନା ପ୍ରବେଶକୁ ରୋକିବାର ବ୍ୟବସ୍ଥା କରାଯାଇଛି ।