୧୦ ବର୍ଷ ମଧ୍ୟରେ କେତେ ଧନୀ ହେଲେ ଅରବିନ୍ଦ କେଜ୍ରିୱାଲ? ବ୍ୟାଙ୍କ-ବାଲାନ୍ସ କଥା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ୧୦ ବର୍ଷର ଶାସନ ମଧ୍ୟରେ, ସେ ଏତିକି ସଂପତ୍ତିର ମାଲିକ ହୋଇଛନ୍ତି। ଜାଣନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ର ଫଳାଫଳ ଆସିସାରିଛି। ବିଜେପି ୨୭ ବର୍ଷ ପରେ ଦିଲ୍ଲୀରେ ସରକାର ଗଠନ କରିବ। ଦିଲ୍ଲୀରେ ଆମ୍ ଆଦମୀ ପାର୍ଟୀ ହାରିବା ସହ ଅରବିନ୍ଦ କେଜ୍ରିୱାଲ ନିଜେ ହାରିଯାଇଛନ୍ତି।

ତେବେ ଆସନ୍ତୁ ଜାଣିବା ୧୦ ବର୍ଷର ଶାସନ ମଧ୍ୟରେ ଅରବିନ୍ଦ କେଜ୍ରିୱାଲଙ୍କର କେତେ ବଢିଛି ସମ୍ପତ୍ତି।

କେଜ୍ରିୱାଲଙ୍କ ନେଟୱର୍ଥ: ରାଜନୀତି ପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଭାରତୀୟ ରାଜସ୍ୱ ସେବାର ଅଧିକାରୀ ଥିଲେ। ଆଇଆଇଟି ଖଡ଼ଗପୁରରେ ମେକାନିକାଲ ଇଞ୍ଜିନିୟରିଂ କରିଥିବା ଅରବିନ୍ଦ କେଜ୍ରିୱାଲ ୨୦୧୨ ମସିହାରେ ‘ଆମ୍ ଆଦମୀ ପାର୍ଟୀ’ ନାମକ ରାଜନୈତିକ ଦଳ ଗଠନ କରିଥିଲେ ଏବଂ ଏହି ପାର୍ଟୀର ଜାତୀୟ ସଂଯୋଜକ ହୋଇଥିଲେ।

୨୦୨୫ରେ ନିର୍ବାଚନ ରିପୋର୍ଟ ଅନୁଯାୟୀ ତାଙ୍କର ଅଚଳ ସଂପତ୍ତି ୧.୭୩ କୋଟି ଟଙ୍କା ରହିଛି।

ଏଥିସହ କେଜ୍ରିୱାଲଙ୍କ ପାଖରେ କ୍ୟାଶ ୫୦ ହଜାର ଏବଂ ବିଭିନ୍ନ ବ୍ୟାଙ୍କରେ ସମୁଦାୟ ୨.୯୬ ଟଙ୍କା ଜମା ଅଛି। ତାଙ୍କ ନାମରେ କୌଣସି ଘର ଏବଂ କାର ନାହିଁ।

୨୦୧୫ରେ ଥିଲା ଏତିକି କୋଟି: ୨୦୧୫ରେ କେଜ୍ରିୱାଲ ନିର୍ବାଚନ ଆୟୋଗକୁ ଯେଉଁ ରିପୋର୍ଟ ଦାଖଲ କରିଥିଲେ, ସେଥିରେ ତାଙ୍କର ସମୁଦାୟ ସଂପତ୍ତି ୨.୧ କୋଟି କହିଥିଲେ। ସେହିପରି ୨୦୨୦ରେ ତାଙ୍କର ଏହି ସମ୍ପତ୍ତି ବଢି ୩.୪୪ କୋଟି ହୋଇଯାଇଥିଲା।

ଅର୍ଥାତ ପାଞ୍ଚ ବର୍ଷ ସିଏମ ରହିବା ପରେ କେଜ୍ରିୱାଲଙ୍କ ସମୁଦାୟ ସମ୍ପତ୍ତିରେ ୧ କୋଟି ୩୦ ଲକ୍ଷ ବୃଦ୍ଧି ଘଟିଛି।