fbpx

୧୫ ଅଗଷ୍ଟ ଓ ରକ୍ଷାବନ୍ଧନରେ ରୁହନ୍ତୁ ସତର୍କ, ଶୁଭେଚ୍ଛା ପୋଷ୍ଟରେ କ୍ଲିକ କରିବା ମାତ୍ରେ ଖାଲି ହୋଇପାରେ ଆକାଉଣ୍ଟ

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି କାଲିର ଦିନ ଭାରତର ଲୋକଙ୍କ ପାଇଁ ଉତ୍ସାହର ଦିନ। ୧୫ ଅଗଷ୍ଟ ୨୦୨୪ରେ ଭାରତରେ ୭୮ତମ ସ୍ୱାଧୀନତା ଦିବସ ପାଳନ କରାଯିବ। ଏହା ବ୍ୟତୀତ ୧୯ ଅଗଷ୍ଟରେ ରକ୍ଷାବନ୍ଧନ ପାଳନ କରାଯିବ। ବର୍ତ୍ତମାନ ସମୟରେ ଲୋକେ ମେସେଜ କରି ଜଣେ ଅନ୍ୟଜଣଙ୍କୁ ୧୫ ଅଗଷ୍ଟ ବା ରକ୍ଷାବନ୍ଧନର ଶୁଭେଚ୍ଛା ମେସେଜ ପଠାଉଛନ୍ତି। ଯଦି ଆପଣଙ୍କ ପାଖକୁ କିଏ ଶୁଭେଚ୍ଛା ପଠାଉଛି ତେବେ ଏହା ଉପରେ କ୍ଲିକ କରିବା ପୂର୍ବରୁ ସତର୍କ ରୁହନ୍ତୁ। ଏହି ସେସେଜ କ୍ଲିକ କରିବା ମାତ୍ରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ନହେଉ। ସାଇବର ଫ୍ରଡ ଆଜିକାଲି ଶୁଭେଚ୍ଛା ମେସେଜ ମାଧ୍ୟମରେ ଠକେଇ ମଧ୍ୟ କରୁଛନ୍ତି।

ବର୍ତ୍ତମାନ ସାଇବର ଫ୍ରଡ ଏପରି ଲିଙ୍କ ପଠାଇ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଛନ୍ତି। ଯେଉଁଥିରେ ଦୃଶ୍ୟମାନ ହେବ ଅନ୍ୟକିଛି ହେଲେ କ୍ଲିକ କରିବାପରେ ଆଉକିଛି ଆସି ଆପଣଙ୍କ ମୋବାଇଲ ହ୍ୟାକ ହୋଇଯିବ ବା ବ୍ୟାଙ୍କ ଖାତା ଖାଲି ହୋଇପାରେ। ଅନେକଥର ଅଜଣା ଲିଙ୍କକୁ କ୍ଲିକ କରିବା ମାତ୍ରେ ମୋବାଇଲର ଆକ୍ସେସ ଫ୍ରଡ ପାଖକୁ ଚାଲିଯିବ ଏବଂ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ସିଧା ଖାଲି ହୋଇପାରେ।

ସାଇବର କ୍ରାଇମଠାରୁ କିପରି ବଞ୍ଚିବେ:
-ମୋବାଇଲ ଉପରେ ଆସୁଥିବା ଅଜଣା ଲିଙ୍କ କ୍ଲିକ ନ କରନ୍ତୁ।
-ଯଦି ଭୁଲରେ କୌଣସି ଲିଙ୍କ ଉପରେ କ୍ଲିକ କରୁଛନ୍ତି ତେବେ ମୋବାଇଲକୁ ଫର୍ମାଟ କରନ୍ତୁ।
-ଫର୍ମାଟ କରିବା ପୂର୍ବରୁ ମୋବାଇଲରୁ କୌଣସି ଆବଶ୍ୟକୀୟ ଡାଟା ତେବେ ସେମାନେ ଅନ୍ୟ ଜଣଙ୍କ ସିଷ୍ଟମରେ ପକାଇପାରିବେ।
-ଆପ ଷ୍ଟୋର ଉପରେ ହାର୍ମଫୁଲ ଆପ ପାଇଁ ସିକ୍ୟୁରିଟି ସର୍ବଦା ଅନ ରଖନ୍ତୁ।
-କୌଣସି ବି ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ସୂଚନା ସେୟାର କରନ୍ତୁ ନାହିଁ।

Get real time updates directly on you device, subscribe now.