ନୂଆଦିଲ୍ଲୀ: ଭାରତୀୟ ଜୀବନବୀମା ନିଗମ (ଏଲଆଇସି) ଏହାର ଗ୍ରାହକଙ୍କୁ ବହୁ ବୀମା ଯୋଜନା ଉପଲବ୍ଧ କରାଇଥାଏ । ଏହାଦ୍ୱାରା ଗ୍ରାହକଙ୍କୁ ବହୁ ସୁବିଧା ମିଳିଥାଏ । କିନ୍ତୁ ବହୁ ସମୟରେ ଏପରି ବହୁ ପଲିସି ରହିଥାଏ ଯାହା ବିଷୟରେ ପଲିସି ଧାରକ ଭୁଲିଯାଇଥାଏ । ଯଦି ଆପଣ ବି ଏଲଆଇସି ପଲିସି ଧାରକ ଅଟନ୍ତି କିମ୍ବା ଥିଲେ ତେବେ ଏ ବିଷୟରେ ଖୁବ ସହଜରେ ଘରେ ବସି ଜାଣିପାରିବେ କି ଆପଣଙ୍କର ଏଲଆଇସିରେ କିଛି ବାକି ପଇସା ପଡି ରହିନାହିଁ ତ ?
ଦାବିଦାର ନ ଥିବା ଅର୍ଥ ବା ବାକି ରହିଥିବା ଅର୍ଥ ରାଶି ସେହି ଆମାଉଣ୍ଟ ହୋଇଥାଏ ଯାହା ପଲିସିଧାରକଙ୍କର ଅଚାନକ ମୃତ୍ୟୁ ହୋଇଯିବା ପରେ , ବୀମା ରାଶି କ୍ଲେମ୍ ନ କରିବା ଦ୍ୱାରା କିମ୍ବା କ୍ଷତିପୂରଣର ଦାବୀ ନ କରିବା ଦ୍ୱାରା ବୀମା କମ୍ପାନୀ ନିକଟରେ ଜମା ହୋଇ ରହିଥାଏ ।
ଏଲଆଇସି ଏହାର ଗ୍ରାହକଙ୍କୁ ବାକି ଥିବା ଅର୍ଥ ରାଶି ଓ ଏହା ସହିତ ବାକିଥିବା ଅର୍ଥରାଶିକୁ ଚେକ୍ କରିବାକୁ ସୁବିଧା ଦେଇଥାଏ । ବ୍ୟକ୍ତି ନିଜର ଏହି ଦାବୀ ବିଷୟରେ ବିସ୍ତୃତ ସୂଚନା ଏଲଆଇସି ୱେବସାଇଟରୁ ପ୍ରାପ୍ତ କରିପାରିବ । ଗ୍ରାହକ ଏଥିପାଇଁ ଏଲଆଇସି ୱେବସାଇଟକୁ ଯାଇ ପଲିସି ନମ୍ବର, ପଲିସିଧାରକଙ୍କ ନାମ, ଜନ୍ମ ତାରିଖ, ପାନ କାର୍ଡ ନମ୍ବରର ସୂଚନା ଦେବାକୁ ହେବ । ତେବେ ପାନ କାର୍ଡ ନମ୍ବର ଓ ପଲିସି ନମ୍ବର ଏଠାରେ ଇଚ୍ଛାଧୀନ ରହିଛି । କିନ୍ତୁ ପଲିସି ଧାରକଙ୍କ ନାମ ଓ ଜନ୍ମ ତାରିଖ ନିହାତି ଆବଶ୍ୟକ । ଯଦି ପଲିସି ବିଷୟରେ ନୋମିନିକୁ କିଛି ଜଣା ନାହିଁ କିମ୍ବା ପଲିସି କାଗଜପତ୍ର ମିଳୁନାହିଁ ତେବେ ଏହି ପ୍ରକାର ପଲିସିଧାରକଙ୍କ ମୃତ୍ୟୁ ପରେ ନୋମିନି ଏହି ଅର୍ଥରାଶି ଉପରେ ନିଜର ଦାବୀ କରିପାରିବ ନାହିଁ ।