fbpx

ଆପଣ କେତେ ସୁସ୍ଥ, ଜାଣିବେ କିପରି: ଡାକ୍ତରଙ୍କ ବିନା ପରାମର୍ଶରେ ଘରେ ବସି ଏହାର ଟେଷ୍ଟ କରିପାରିବେ

ଆଜିକାଲି ମଣିଷ ଦେହରେ ବିଭିନ୍ନ ପ୍ରକାରର ରୋଗ ଦେଖିବାକୁ ମିଳୁଛି । ଆଜକୁ ୨୦-୩୦ ବର୍ଷ ପୂର୍ବରୁ ପରିସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଲୋକମାନେ ୮୦-୧୦୦ ବର୍ଷ ବୟସ ପର୍ଯ୍ୟନ୍ତ ସହଜରେ ବଞ୍ଚିବା ସହିତ ସେମାନଙ୍କର ଠାରେ ଥଣ୍ଡା, ଜ୍ୱର କ୍ୱଚିତ ଦେଖାଯାଉଥିଲା । ମାତ୍ର ଆଜିକାଲି ମଣିଷର ପରିବର୍ତ୍ତିତ ଜୀବନଶୈଳୀ, ଖରାପ ଖାଦ୍ୟ ସେବନ, ସୁସ୍ଥ ଜୀବନ ତାକୁ ବିନାଶ ଆଡ଼କୁ ଟାଣି ନେଉଛି । ତେବେ ଆପଣ କେତେ ସୁସ୍ଥ ଅଛନ୍ତି ତାହା ଆପଣମାନେ ଡାକ୍ତରଙ୍କର ବିନା ପରାମର୍ଶରେ ମଧ୍ୟ ଘରେ ବସି ଜାଣିପାରିବେ । ଯଦି ଆପଣଙ୍କ ସ୍ୱାସ୍ଥ୍ୟରେ କୌଣସି ଗଡ଼ବଡ଼ ଥିବ ତେବେ ଆପଣଙ୍କ ମୁହଁ ତା’ର ପ୍ରମାଣ ଦେଇ ପାରିବ ।

ଆପଣଙ୍କ ଆଖିର ଭ୍ରୁଲତାରୁ ଯଦି ବାଳ ଝଡ଼ୁଥାଏ, ତେବେ ତାହା ଏଲୋପେସିଆ ଏରିଟା ରୋଗର ଲକ୍ଷଣ । ଯେତେବେଳେ ଇମ୍ୟୁନ ସିଷ୍ଟମ ହେୟାର ଫୋଲିକଲ ବା ତ୍ୱଚାର ଭିତର ଅଂଶକୁ ଟାର୍ଗେଟ୍ କରେ, ସେତେବେଳେ ଏପରି ଘଟିଥାଏ । ତେଣୁ ଡାକ୍ତରଙ୍କ ସହ ପରାମର୍ଶ କଲେ ସେ ହେୟାର ଫୋଲିକଲ ତିଆରି ପାଇଁ କିଛି ଔଷଧ ଖାଇବାକୁ କହିଥାନ୍ତି । ଅନେକ ସମୟରେ ଆପଣଙ୍କ ଶରୀରରେ ବହୁ ଆବର୍ଜନା ପଦାର୍ଥ ଜମା ହେବା ସହ ଲାଲ ରକ୍ତକଣିକା ଛିଡ଼ି ଯାଇଥାଏ । ଫଳରେ ଆପଣଙ୍କ ଆଖି ଓ ଚେହେରା ହଳଦିଆ ରଙ୍ଗ ଦେଖାଯାଇଥାଏ । ଏହା ଭାଇରାଲ ଇନଫେକସନ୍, ଲିଭର, ପାନକ୍ରିୟାଜ ଅସନ୍ତୁଳନ ଓ ଲିଭର ସିରୋସିସ ସମ୍ବନ୍ଧୀୟ ରୋଗର ଲକ୍ଷଣ ବୋଲି କୁହାଯାଏ ।

ଯଦି ଆପଣଙ୍କ ଚେହେରାରେ ଅଜବ ଓ ଅଦରକାରୀ ଭାବେ ବାଳ ରହିଥାଏ ତାହା ରୋଗର ସଙ୍କେତ ଦେଇଥାଏ । କିଛି ପୁରୁଷଙ୍କ କାନ ଓ ମହିଳାଙ୍କ ଥୋଡ଼ିରେ ଅସ୍ୱାଭାବିକ ଭାବେ କେଶ ଉଠିଥାଏ । ଯଦିଓ ଏହା ସେତେ ଗମ୍ଭୀର ନୁହେଁ ତେବେ, ମହିଳାଙ୍କ ପାଇଁ ଏହା ପୋଲିସିଷ୍ଟିକ ଓଭାରି ସିଣ୍ଡ୍ରୋମର ସଙ୍କେତ ଦେଇଥାଏ । ସାଧାରଣତଃ ସର୍ଦ୍ଦି ସିଜିନରେ ଓଠ ଫାଟିବା ସହ ଶୁଷ୍କ ହୋଇଥାଏ । ତେଣୁ ଏଥିପାଇଁ ପେଟ୍ରୋଲିୟମ ଜେଲି, ନଡ଼ିଆ ତେଲ, ବାମ୍ ଆଦିରେ ମଶ୍ଚରାଇଜର କରାଯାଇଥାଏ । ଏହାଛଡ଼ା ଡିହାଇଡ୍ରେସନ, ଆଲର୍ଜି, ମେଡିସିନର ସାଇଡ ଇଫେକ୍ଟ ଦ୍ୱାରା ମଧ୍ୟ ଓଠ ଫାଟିବା ଦେଖାଯାଇଥାଏ ।

ଅନେକ ସମୟରେ ଆଖିର ତଳଭାଗରେ ଉପଲବ୍ଧ ଥିବା ତରଳ ପଦାର୍ଥ ପାଇଁ ଆଖି ଫୁଲା ଦେଖାଯାଏ । ଏହାଛଡ଼ା ଅସଂପୂର୍ଣ୍ଣ ନିଦ୍ରା, ଅଧିକ ଲୁଣ ସେବନ, ହରମୋନ୍ ପରିବର୍ତ୍ତନ, ବୃଦ୍ଧତ୍ୱ, ଆଲର୍ଜି, ଗରମ ଓ ଆର୍ଦ୍ର ଜଳବାୟୁ, ମେକଅପ୍, ସାବୁନ ଲଗାଇବା, ଆଦି କାରଣରୁ ଆଖି ଫୁଲା ଦେଖାଯାଇଥାଏ । କିଛି ଲୋକଙ୍କ ଶରୀରରେ କଳାଜାଇ ବା ଧଳାଜାଇ ଜନ୍ମରୁ ରହିଥାଏ । ଏହା ଶରୀର ପାଇଁ କ୍ଷତିକାରକ ହୋଇ ନଥାଏ । ମାତ୍ର ଯଦି ତା’ର ରଙ୍ଗ ବା ଆକାରରେ ପରିବର୍ତ୍ତନ ଘଟେ ବା ଯନ୍ତ୍ରଣା ହୁଏ, ତେବେ ତାହା କ୍ୟାନ୍ସର ଲକ୍ଷଣ ହୋଇପାରେ । ତେଣୁ ଏ କ୍ଷେତ୍ରରେ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଦରକାର ।

କିଛି ଲୋକଙ୍କ ମୁହଁରେ ବେଳେବେଳେ ଘା’ ହେଉଥିବାର ଦେଖାଯାଇଥାଏ । ଏହା ଏକ ସଂକ୍ରାମକ ରୋଗ, ଯାହାକି ଶରୀରରେ ତରଳ ପଦାର୍ଥ ମାଧ୍ୟମରେ ପ୍ରତିଫଳିତ ହୋଇଥାଏ । ଏହି ଭାଇରସ୍ ଶରୀରରେ ନିଷ୍କ୍ରିୟ ଅବସ୍ଥାରେ ରହିଥାଏ, ମାତ୍ର ବ୍ୟକ୍ତି ଥକ୍କା ବା ରୋଗଗ୍ରସ୍ତ ଥିବା ସମୟରେ ସକ୍ରିୟ ହୋଇ ଉଠିଥାଏ । ଯଦି ଆପଣଙ୍କ ଆଖିପତା ଚାରିପାଖରେ ଧଲାଦାଗ ଦେଖାଯାଉଛି, ତେବେ ତାହା ଜାନଥେଲାସମା ରୋଗର ଲକ୍ଷଣ ଅଟେ । କୋଲେଷ୍ଟରଲର ମାତ୍ରା ଅଧିକ ହେବା କାରଣରୁ ଏପରି ହୋଇଥାଏ । ଏହି ରୋଗରେ ଯନ୍ତ୍ରଣା ହୋଇନଥାଏ ଓ ଔଷଧ ଦ୍ୱାରା ଏହାର ଉପଶମ କରାଯାଇଥାଏ । ବେଳେବେଳେ ଏହା ହୃଦରୋଗ ସମ୍ବନ୍ଧୀୟ ସମସ୍ୟାର ସଙ୍କେତ ମଧ୍ୟ ଦେଇଥାଏ ।

Get real time updates directly on you device, subscribe now.