ଅନ୍ୟ ପୁରୁଷଙ୍କ ପ୍ରେମରେ ସ୍ତ୍ରୀ ପଡ଼ିଲେ; କ’ଣ କରିବା ଦରକାର ସ୍ୱାମୀ… ଜାଣନ୍ତୁ କିଛି ଟିପ୍ସ
ସ୍ତ୍ରୀଙ୍କ ସହ ଝଗଡ଼ା ନ କରି ବୁଝାଇବାକୁ ଚେଷ୍ଟା କରନ୍ତୁ । ରାଗରେ କୌଣସି ନିଷ୍ପତ୍ତି ନେବା ଅସୁବିଧା ସୃଷ୍ଟି କରିବ ।
ଓଡ଼ିଶା ଭାସ୍କର: ବୈବାହିକ ଜୀବନକୁ ସରସ, ସୁନ୍ଦର କରିବା ପାଇଁ ପ୍ରେମ ଓ ଭରସାର ଆବଶ୍ୟକତା ଏକାନ୍ତ ଜରୁରୀ । କିନ୍ତୁ ବେଳେବେଳେ ପରିସ୍ଥିତି ଏମିତି ହୋଇଯାଏ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କରେ ତିକ୍ତତା ଭରିଯାଏ ।
କିନ୍ତୁ ଯଦି ଆପଣଙ୍କ ସ୍ତ୍ରୀ ଅନ୍ୟ କାହା ପ୍ରେମରେ ପଡ଼ନ୍ତି, ଆଉ ତାକୁ ନେଇ ଘରେ ଅଶାନ୍ତି ଲାଗି ରୁହେ, ତେବେ ସ୍ୱାମୀମାନେ ଭାଙ୍ଗି ପଡ଼ନ୍ତି, ଏ ପରିସ୍ଥିତିର ମୁକାବିଲା ପାଇଁ ଚାଲନ୍ତୁ ଜାଣିବା ସ୍ୱାମୀ କ’ଣ କରିବା ଆବଶ୍ୟକ…
ଖୋଲାମନରେ କଥା ହୁଅନ୍ତୁ: ପ୍ରଥମେ ଶାନ୍ତ ମନରେ ସ୍ତ୍ରୀଙ୍କ ସହ କଥା ହୁଅନ୍ତ, ସ୍ତ୍ରୀଙ୍କ ଅନ୍ତର ଭାବନାକୁ ଜାଣିବାକୁ ଚେଷ୍ଟା କରନ୍ତୁ । ବିନା ଜଜମେଣ୍ଟରେ ତାଙ୍କ କଥା ଶୁଣନ୍ତୁ ।
ନିଜ ସମ୍ପର୍କକୁ ମନେ ପକାଅ: ସ୍ତ୍ରୀଙ୍କ ସହ କାଟିଥିବା ଖୁସି ମୁହୂର୍ତ୍ତକୁ ସ୍ୱାମୀ ତାଙ୍କୁ ମନେପକାଇ ଦେବା ଉଚିତ୍ । ତାଙ୍କୁ ଅନୁଭବ କରାଇବାକୁ ପଡ଼ିବ ସେମାନଙ୍କ ସମ୍ପର୍କ ସବୁଠାରୁ ସୁନ୍ଦର ଓ ପବିତ୍ର । ସେମାନଙ୍କ ସମ୍ପର୍କରେ ଥିବା ଆବିଳତା ଆଉ କେଉଁ ସମ୍ପର୍କରେନାହିଁ ବୋଲି ସେ ନିଜେ ଚିନ୍ତା କରିବା ଦରକାର ।
ଭାବନାକୁ ବୁଝ: ତାଙ୍କ ଭାବନାର ମଜା ଉଡ଼ାନ୍ତୁ ନାହିଁ । ତାଙ୍କ ଭାବନାକୁ ସମ୍ମାନ ଜଣାଇବା କଷ୍ଟକର ହେଲେ ବି ତାଙ୍କୁ ବୁଝାସୁଝା କରିବା ଜରୁରୀ । ଏ କଥାକୁ କେନ୍ଦ୍ର କରି ତାଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ନିଜ ଦ୍ୱାରା ହୋଇଥିବା ଭୁଲର ଅନୁତାପ ତାଙ୍କ ଆଗରେ କରିବାକୁ ପଡ଼ିଥାଏ ।
ପ୍ରଫେଶନାଲ ହେଲ୍ପ ନିଅନ୍ତୁ: ଯଦି ଦୁହିଁଙ୍କ ଭିତରେ କଥାବାର୍ତ୍ତାରେ ସମସ୍ୟାର ସମାଧାନ ନ ହୁଏ ତେବେ କପଲ କାଉନସିଲିଂ ବା କପୁଲ ଥେରାପିର ସାହାଯ୍ୟ ନିଅନ୍ତୁ । ଏହାଦ୍ୱାରା ସମ୍ପର୍କ ପୁଣିଥରେ ଯୋଡ଼ି ହେବାର ସମ୍ଭାବନା ରହିଛି ।