fbpx

ଜାଣନ୍ତୁ ଖାଦ୍ୟକୁ କିପରି ଖାଇଲେ ଅଧିକ ଶକ୍ତି ମିଳିଥାଏ

  • ସୁସ୍ଥ ଶରୀର ପାଇଁ ସବୁଜ ପନିପରିବା ନିହାତି ଆବଶ୍ୟକ । ଅନେକଙ୍କ ମନରେ ଏହି ପ୍ରଶ୍ନ ଉଙ୍କିମାରୁଥାଏ ଯେ, ପରିବାକୁ କିପରି ଖାଇଲେ ତାହା ଆମ ଶରୀର ପାଇଁ ଅଧିକ ଶ୍ରେୟସ୍କର । ପସନ୍ଦ ଅନୁଯାୟୀ ଏହାକୁ ସମସ୍ତେ ରାନ୍ଧି କରି, ସାଲାଡ୍, ଜୁସ୍ କରି ଖାଇବାକୁ ପସନ୍ଦ କରିଥାନ୍ତି । ଆସନ୍ତୁ ଜାଣିବା କିଭଳି ଉପାୟରେ ଖାଇଲେ ତାହା ଶରୀରକୁ ଅଧିକ ପୋଷକ ତତ୍ତ୍ୱ ଯୋଗାଇଥାଏ ।
  • ଖାଦ୍ୟକୁ ରାନ୍ଧିବା ସମୟରେ ଅଧିକ ସିଝାଇଲେ ତାହାର ପୁଷ୍ଟିକର ଗୁଣ ହ୍ରାସ ପାଇଥାଏ । ସେହିପରି ଖାଦ୍ୟକୁ ଚୋବାଇ ଖାଇଲେ ଭିଟାମିନ ଓ ମିନେରାଲ ଶରୀରରେ ପହଞ୍ଚିବାରେ ବହୁତ ବିଳମ୍ବ ହୁଏ । ସବୁଜ ପନିପରିବା ଫାଇବରର ଏକ ମୁଖ୍ୟ ସ୍ରୋତ । ଏହାଛଡ଼ା ଏଥିରେ ପର୍ଯ୍ୟାୟ ମାତ୍ରାରେ ଦ୍ରବୀଭୂତ ଭିଟାମିନ୍ ମଧ୍ୟ ରହିଛି । ଖାଦ୍ୟକୁ ରାନ୍ଧିବା ସମୟରେ ଏହାର ଭିଟାମିନ୍ ଅଂଶ କମ୍ ହୋଇଯାଏ । ସାଲାଡ୍ କରିବା ସମୟରେ ସବୁ ପରିବାକୁ ଏକତ୍ର କରିବା, କାଟିବା, ତା’ପରେ ଖାଇବା ଏହି ପ୍ରକ୍ରିୟାରେ ଏହାର ପୋଷକ ତତ୍ତ୍ୱ କମ୍ ହୋଇଯାଇଥାଏ ।
  • ପରିବା ଜୁସ୍ ପିଇବା ଦ୍ୱାରା ଏହାର ପୋଷକ ତତ୍ତ୍ୱ ପେଟ ଭିତରେ ଅମ୍ଲୀୟ ପରିବେଶରେ ମଧ୍ୟ ରହିପାରିଥାଏ, ଅପରପକ୍ଷେ ସାଲାଡ ଓ ଖାଦ୍ୟ ଚୋବାଇ ଖାଇଲେ ଏପରି ହୋଇନଥାଏ । ଜୁସ୍ ପିଇବା ଦ୍ୱାରା ପାଚନ ଯନ୍ତ୍ର ଉପରେ କମ୍ ଚାପ ପଡ଼ିଥାଏ । ପରିବା ଜୁସ୍ ଶରୀର ମଧ୍ୟକୁ ଶୀଘ୍ର ପହଞ୍ଚି ପାରୁଥିବାରୁ ଏହା ଆଣ୍ଟିଅକ୍ଟିଡେଣ୍ଟ ପରି କାମ କରିଥାଏ । ଜୁସ୍ ପିଇବା ଦ୍ୱାରା ଆପଣଙ୍କ ଶରୀରର ଓଜନ ବୃଦ୍ଧି ଘଟେ ନାହିଁ ।
  • ପରିବାକୁ ରାନ୍ଧିବା ଓ ସାଲାଡ୍ ତିଆରି କରିବାରେ ଅଧିକ ସମୟ ଲାଗିଥାଏ, ମାତ୍ର ଜୁସ୍ ସହଜରେ ହୋଇଯାଇଥାଏ । ପ୍ରତ୍ୟେକ ଦିନ ଏକ ଗ୍ଲାସ୍ ସବୁଜ ପରିବା ଜୁସ୍ ପିଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ସହ ଚର୍ମ, କେଶ ପାଇଁ ଏହା ବରଦାନ ସଦୃଶ ହୋଇଥାଏ ।
  • ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଖାଦ୍ୟକୁ ଜୁସ୍ କରି ପିଇବା ଦ୍ୱାରା ଏହାର ଫାଇବର ଓ ଭିଟାମିନ୍ ଶରୀରରେ ପୂର୍ଣ୍ଣ ରୂପରେ ଓ ଶୀଘ୍ର ପହଞ୍ଚି ଥାଏ । ଏହି ଜୁସ୍ ପିଇବା ଦ୍ୱାରା ଶରୀରରେ ପହଞ୍ଚୁଥିବା ମିନେରାଲ ପାଚନ ତନ୍ତ୍ରର କାର୍ଯ୍ୟ କ୍ଷମତା ବୃଦ୍ଧି କରିଥାଏ ।

Get real time updates directly on you device, subscribe now.