fbpx

ବହୁତ୍ ସହଜ, ପୁରୁଣା ପ୍ରେମିକା କି ପ୍ରେମିକ ଆଉ ମନେ ପଡିବେନି

୧. ଜଣଙ୍କୁ ଭୁଲିବା ସହଜ ନୁହେଁ , ବିଶେଷ ତ ଏମିତି ଏକ ବ୍ୟକ୍ତି ଯିଏ ଆପଣଙ୍କ ମନ ର ଗଭୀର ପ୍ରଦେଶ ରେ ଅଛି , ଯିଏ ଆପଣଙ୍କ ଜୀବନର କେଉଁ ଏକ ମୁହୁର୍ତ୍ତ ରେ ଆପଣଙ୍କ ସହ ଅନେକ ରାସ୍ତା ବା ଗଭୀରତା ଅତିକ୍ରମ କରିଛି ।
୨. ହେଲେ ଏହା ଅସମ୍ଭବ ବି ନୁହେଁ । ହେଲେ ଏଥି ପାଇଁ କିଛି ମନ ର ନିୟମ ରହିଛି ଯାହା ଜାଣିବା ଆବଶ୍ୟକ । ଯଦି କାହାକୁ ଭୁଲିବାକୁ ଚାହାନ୍ତି ତେବେ ଧ୍ୟାନ ଦେଇ ପଢନ୍ତୁ।

୩. ଆପଣଂକ ମସ୍ତିଷ୍କ ଏକ ମୋବାଇଲ ମେମୋରି କାର୍ଡ ଭଳି ଯେଉଁଠି ବହୁତ୍ କିଛି ପ୍ରତିଦିନ ବହୁତ୍ ମେସେଜ ଆସୁଛି ଆପଣ ଦେଖୁଛନ୍ତି ଆଉ ଜାନୁଛନ୍ତି । ଠିକ୍ ସେମିତି ଆପଣଙ୍କ ମନକୁ ପ୍ରତିଦିନ ବହୁତ୍ ବିଚାର ଆସୁଛି , ମନକୁ ମନ ଆପଣ ଚିନ୍ତା ନକଲେ ବି ଆସୁଛି । କେବଳ ଆପଣ ତାକୁ ଦେଖିବାକୁ ଚେଷ୍ଟା କରନ୍ତୁ । ହେଲେ ତା ସହ ଲାଗିଲେ ଆପଣ ଫଶିଲେ ।
୪. ଭାବନ୍ତୁ ଅପଙ୍କ ମନକୁ ଆସିଲା ଆପଣ କେମିତି ନିଜ ପ୍ରେମିକା ସହ ଝଗଡ଼ା କରିଥିଲେ । ଏହି ଚିନ୍ତା ବା କଥା ବା ବିଚାର ମନକୁ ଆସିଲେ କେବଳ ଦେଖନ୍ତୁ ଆପଣଙ୍କ ମୁଣ୍ଡ ରେ ୟେ ଏକ ସିନେମା ଚାଲିଲା ପରି ଚାଲିଛି । କେବଳ ଦେଖନ୍ତୁ ଆଉ ଜାଣନ୍ତୁ ଏ ଘଟଣା ପୁରୁଣା ଆଉ ଘଟି ସାରିଛି । ବାସ ନା କିଛି ଭାବନ୍ତୁ ନା ତର୍ଜମା କରନ୍ତୁ କି ଅନୁତାପ କି ରାଗ ଯାହା ଆସୁଛି ଦେଖନ୍ତୁ । ଆପଣ ଦେଖୁ ଦେଖୁ ଏହି ଛୋଟ ବିଚାର ଆପେ ଆପେ ଚାଲିଯିବ । ଆଉ ଆପଣ କେବଳ ନିଜ ଧ୍ୟାନ ବର୍ତ୍ତମାନ ରେ ରଖନ୍ତୁ । ନିଜ ଶ୍ୱାସ ଗତି କୁ ଦେଖନ୍ତୁ ।

୫ . ଏହା ସରଳ ହେଲେ ଏତେ ସହଜ ନୁହେଁ ବିଭିନ୍ନ ସମୟ ଆଉ ମୁହୁର୍ତ୍ତ ରେ ଆପଣଙ୍କୁ ପୁରୁଣା କଥା ମନେ ପଡ଼ିବ କାରଣ ଏହା ଆପଣଙ୍କ ମୁଣ୍ଡ ରେ ଅଛି । ହେଲେ ମୁଣ୍ଡ ନୂଆ ଧରିବାକୁ ସମୟ ନେବ କିନ୍ତୁ ଆପଣ ହିଁ ଏହାର ସୂତ୍ରଧର ରହିବାକୁ ହେବ ।

୬. ଖରାପ୍ ସହ ଜଣକ ଭଲ କଥା ବି ମନରେ ରହେ । ହେଲେ ସାବଧାନ ଯଦି ଛାଡ଼ିବେ ଉଭୟ , ନହେଲେ ସ୍ୱିକର କରିବାକୁ ହେବ ଉଭୟ କଥା । ଏହା ମନର ଚଲାକି , ଗୋଟେ କଥା ମନେ ରଖନ୍ତୁ , ଜୀବନ ନିୟମ ପରସ୍ପର ବିରୋଧୀ ହେଲେ ଯୋଡ଼ା । ଅର୍ଥାତ୍ ଯିଏ ପ୍ରେମ କରିବ ସିଏ କଷ୍ଟ ଦେବ । କଷ୍ଟ ଆମେ ନିଜ ବୁଝାମଣା ପାଇଁ ପାଇଥାଉ । ତେଣୁ ମୋଟା କଥା ଯେ ଆମ ପୁରୁଣା କଥା ମୁଣ୍ଡ ରୁ ଆସେ ଆଉ ମୁଣ୍ଡ ଅତୀତ କଥା ଆଉ ଭବିଷ୍ୟତ କଥା ନ୍ୟୁଜ୍ ବାଲା ଙ୍କ ପରି ବଜେଇ ଥାଏ। ଏଣୁ ଯଦି ଧରିବେ ଜଣକ ଭଲ ଆଉ ଖରାପ୍ ଦୁଇ କି ଧରିବେ ନହେଲେ ଦୁଇ କୁ ଛାଡ଼ିବେ ।

୭. ନିଜକୁ ସବୁବେଳେ ବର୍ତମାନ ରେ ରଖନ୍ତୁ । ଏଥିପାଇଁ ଗୋଟିଏ ସମୟ ରେ ଗୋଟିଏ କାମ କରନ୍ତୁ । ଯଦି ପ୍ରେମିକ କି ପ୍ରେମିକା କଥା ମନେ ପଡ଼ିଲା ତେବେ ସବୁ ଧ୍ୟାନ ଆଖି ବନ୍ଦ କରି ମନରେ କଣ ସବୁ ଆସୁଛି ଧୀର ମନରେ ଦେଖନ୍ତୁ । କାନ୍ଦ୍ ଲାଗିଲେ ରୋକନ୍ତୁ ନାହିଁ ।

୮. ବିଷ ବିଷ କୁ କାଟି ଦିଏ । ଯଦି ପ୍ରେମିକ କି ପ୍ରେମିକା ପାଇଁ ବହୁତ୍ ଘୃଣା ଅଛି ତେବେ ନିଜକୁ ଏକ ରୁମ ରେ ଏକୁଟିଆ କରନ୍ତୁ ଆଉ , ଏକ ତକିଆ କୁ ସେଇ ଲୋକ ପରି କଳ୍ପନା କରନ୍ତୁ ଆଉ ଯାହା ମନକୁ ଆସୁଛି କରନ୍ତୁ । ଯଦି ତଣ୍ଟି ଚିପିବାକୁ ଇଛା ତେବେ ତକିଆ ସହ ସେୟା କରନ୍ତୁ । ଏହାକୁ ମନୋବିଜ୍ଞାନ ରେ ରେଚନ ଆଉ ଇଂରାଜୀ ରେ କ୍ୟାଥାରସିସ କୁହନ୍ତି ।

୯. ଯଦି ପ୍ରେମ ପ୍ରବଳ ଅଛି ତେବେ , ସମ୍ପୂର୍ଣ ବ୍ୟକ୍ତି ନାମ କୁ ଜୋର୍ ରେ ଜୋରରେ ଉଚ୍ଚାରଣ କରନ୍ତୁ , ନହେଲେ ମନେ ମନେ ତା ନାଁ ଦୋହରନ୍ତୁ । ଆଉ ଦେଖନ୍ତୁ ମନରେ କଣ ଭାବନା ଆସୁଛି । ଆଉ ଯାହା ହେଉଛି ତାକୁ ସ୍ବୀକାର କରନ୍ତୁ ଯେ ହଁ ହେଉଛି ଆଉ ମୁଁ ରାଜି ଅଛି ।
ଦେଖିବେ ଏହା ଖୁବ ଶୀଘ୍ର ଆପଣଙ୍କୁ ସବୁ ପୁରୁଣା ସ୍ମୃତି ବୋଝରୁ ହାଲକା କରିଦେବ ।

୧୦. ଯଦି ଆକର୍ଷଣ ଅଛି ତେବେ ବିରହ ମଧ୍ୟ ଜୀବନ ରେ ଆସିବ । ହେଲେ ସବୁ ଘଟଣା ଆଉ କିଛି ଲୋକଙ୍କ ଜୀବନ ରେ ଉପସ୍ଥିତି ଆମକୁ ଅଧିକ ପରିପକ୍ୱା ବା ଅଭିଜ୍ଞ କରିଥାଏ । କିନ୍ତୁ ଠିକ ସମନ୍ୱୟ ସ୍ବୀକାର ମାଧ୍ୟମ ରେ ହିଁ ସମ୍ଭବ ।

Get real time updates directly on you device, subscribe now.