fbpx

ସବୁବେଳେ ଆପଣଙ୍କ ମୁଡ ଅଫ ରହୁଛି କି? ଏହି କାମ କରନ୍ତୁ ଚୁଟକିରେ ମୁଡ ଆପେ ଆପେ ଠିକ ହୋଇଯିବ

ଜୀବନରେ ଏମିତି ଅନେକ ପରିସ୍ଥିତି ଆସେ ଯେତେବେଳେ ଆପଣ ପୂରା ଏକା ଅନୁଭବ କରନ୍ତି । ଆଉ ସାଥୀଟିଏ ଖୋଜନ୍ତି ସାହସ ଦେବା ପାଇଁ । କିନ୍ତୁ ତାହା ହୁଏ ନାହିଁ । ଧିରେ ଧିରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସନ୍ତି । ତେବେ ଏହିଭଳି କିଛି ସମୟରେ ମନରେ ବହୁତ ଗୁଡିଏ ଭ୍ରାନ୍ତ ଧାରଣା ଏବଂ ନକରାତ୍ମକ ଭାବନା ଆସିଥାଏ । ଯାହା ମଣିଷକୁ ଧିରେ ଧିରେ ଦୁର୍ବଳ କରିଦିଏ । ମନରୁ ଆତ୍ମ ବିଶ୍ୱାସ କମିଯାଏ ଏବଂ ଆପଣ ନିଜ ଲକ୍ଷ୍ୟରୁ ଦୂରେଇ ଯାଆନ୍ତି । ଅନେକ କ୍ଷେତ୍ରରେ ମାନସିକ ଭାରସାମ୍ୟ ହରାଇ କେହି କେହି ପାଗଳ ହୋଇଯିବା ସହ ପ୍ରାଣ ହରାଇଥିବା ଭଳି ଘଟଣା ମଧ୍ୟ ସାମନାକୁ ଆସିଛି । ତେବେ ଏଥିରୁ ଆପଣ ବଞ୍ଚିବେ କିପରି ??

What Does Depression Look Like in Men? | AdvantageCare Physicians

କାରଣ:
ମୁଖ୍ୟତଃ ଅଫିସରେ କାର୍ଯ୍ୟଚାପ, କୌଣସି ଘଟଣାର ଦୁଃଖ, ପ୍ରେମରେ ଧୋକା, ନିଜ ଲୋକଙ୍କ ବିଶ୍ୱାସଘାତକ ସହିତ ଟେନସନ, ଷ୍ଟ୍ରେସ ଏବଂ ମାନସିକ ଥକାପଣ ଇତ୍ୟାଦି ହେଉଛି ଏହାର କାରଣ । ଏଭଳି ସବୁ ଘଟଣା ମଣିଷର ମସ୍ତିଷ୍କରେ ଖରାପ ପ୍ରଭାବ ପକାଇଥାଏ । ମଣିଷ ଏସବୁକୁ ସହଜରେ ଭୁଲି ପାରେନାହିଁ ଏବଂ ଧୈର୍ଯ୍ୟହରା ହୋଇପଡେ । ସବୁବେଳେ ଭାବନାରେ ହଜିଯିବା ସହିତ ମୁଡ ମଧ୍ୟ ଅଫ ହୋଇଯାଏ ।
କୌଣସି କାମରେ ମନ ଲାଗେନି କି କୌଣସି କାମ ସଫଳତାର ସହ ଶେଷ ବି ହୁଏନି । ତେଣୁ ଏହି ସମୟରେ କିଛି ଏମିତି କାମ କରିବା ଦରକାର ଯେଉଁଥିରେ ଆପଣ ନିଜକୁ ଏସବୁରୁ ବାହାର କରି ପାରିବେ ଏବଂ ମାନସିକ ସ୍ତରରେ ସତେଜ ହୋଇ ପାରିବେ । ତେବେ ଆସନ୍ତୁ ଜାଣିବା ସେସବୁ ଉପାୟ କ’ଣ ? କ’ଣ କଲେ ଏସବୁରୁ ଦୂରେଇ ରହିପାରିବେ ।

9,825 Thinking Man Indian Photos - Free & Royalty-Free Stock Photos from Dreamstime

ଲମ୍ବା ପ୍ରଶ୍ୱାସ ନିଅନ୍ତୁ:

4 Deep Breathing Exercises to Induce Relaxation - Z Living
ଯେତେବେଳେ ଏହିଭଳି କିଛି ପରିସ୍ଥିତିରେ ଆପଣ ନିଜକୁ ପାଆନ୍ତି ତାହେଲେ ପ୍ରଥମେ ଏକ ଲମ୍ବା ପ୍ରଶ୍ୱାସ ନିଅନ୍ତୁ । ଏହାଦ୍ୱାରା ଶରୀରକୁ ଅମ୍ଳଜାନ ଯାଏ ଏବଂ ଆପଣଙ୍କ ମସ୍ତିସ୍କ ହାଲକା ଅନୁଭବ କରେ । ମସ୍ତିସ୍କ ରିଲାକ୍ସ ହେଲେ ଶରୀରରେ ତିବା ଫିଲ-ଗୁଡ ହରମୋନ ରିଲିଜ ହୋଇଥାଏ । ଯାହାଦ୍ୱାରା ଆପଣ ମାନସିକ ସ୍ତରରେ ସୁସ୍ଥ ଅନୁଭବ କରିଥାନ୍ତି ।

 

ଗୀତ ଶୁଣନ୍ତୁ:

relaxed man listening music headphones park Stock Footage Video (100% Royalty-free) 1136425 | Shutterstock

ମାନସିକ କ୍ଳାନ୍ତ କିମ୍ବା ଟେନସନରୁ ବାହାରିବାର ସବୁଠୁ ସହଜ ଏବଂ ଚମତ୍କାରୀ ଉପାୟ ହେଉଛି ଗୀତ ଶୁଣିବା । ପଜିଟିଭ ଲିରିକ୍ସ ଗୀତ କିଛି ଶୁଣିବା ଦ୍ୱାରା ମନରେ କିଛି ସକରାତ୍ମକ ଭାବନା ଜାଗ୍ରତ ହୋଇଥାଏ । ହଜି ଯାଇଥିବା ଆତ୍ମବିଶ୍ୱାସ ଫେରିପାଏ ମଣିଷର ମସ୍ତିସ୍କ । ଶରୀରରେ ଏଣ୍ଡୋର୍ଫିନ ହରମୋନ ରିଲିଜ ହେବା ସହ ଆପଣଙ୍କୁ ସୁସ୍ଥ ଅନୁଭବ କରାଇଥାଏ ।

 

ଖୋଲା ପବନରେ ସମୟ ବିତାନ୍ତୁ:

A Fresh Air - TheinNews
ମୁଡ ପରିବର୍ତ୍ତନ ପାଇଁ ଖୋଲା ପବନ ଏକ ବହୁତ ସୁନ୍ଦର ଔଷଧ ଭାବେ ଗଣନା କରାଯାଏ । କର୍ମ ଜୀବନରୁ ସାମାନ୍ୟ ବିରତୀ ନେଇ କିଛି ସମୟ ଖୋଲା ପବନରେ ରୁହନ୍ତୁ । ଏହାଦ୍ୱାରା ଆପଣଙ୍କ ମନରୁ ଚିନ୍ତା ଏବଂ ନକରାତ୍ମକ ଭାବନା ଦୂର ହେବା ସହ ମନରେ ଖୁସି ଏବଂ ପ୍ରକୃତିକ ସୌନ୍ଦର୍ଯ୍ୟରେ ଭରି ଦିଏ । କୌଣସି ପାର୍କ କିମ୍ବା ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନକୁ ଗଲେ ଆପଣ ଅଧିକ ଖୁସି ଅନୁଭବ କରିବେ ।

 

ରୋଷେଇ କରନ୍ତୁ:

Man Cooking Pictures | Download Free Images on Unsplash
ମନ ପସନ୍ଦର କୌଣସି ଖାଦ୍ୟ ରୋଷେଇ କରିବା ସମୟରେ ଆପଣଙ୍କ ଧ୍ୟାନ ସର୍ବଦା ରୋଷେଇ ଉପରେ ରହିଥାଏ । ଯାହାଦ୍ୱାରା ଆପଣଙ୍କ ବ୍ରେନ ରୋଷେଇରେ ରହିଯାଏ । ଏବଂ ଦୁଶ୍ଚିନ୍ତା ଏବଂ ଷ୍ଟ୍ରେସରୁ ଆପଣଙ୍କୁ ଦୂରେଇ ନେଇଥାଏ । ଫଳରେ ଆପଣଙ୍କ ମୁଡ ଧିରେ ଧିରେ ହାଲକା ହେବା ସହ ମନରେ ଖୁସି ଆସେ ।

 

ହସନ୍ତୁ:

15,823 Man Looking In Mirror Stock Photos, Pictures & Royalty-Free Images - iStock
ଜୀବନରେ ସବୁବେଳେ ସୁସ୍ଥ ରହିବାର ସବୁଠୁ ବଡ ଔଷଧ ହସ । ହସ ନଥିଲେ ଜୀବନ ଅଧୁରା ଏବଂ ବେରଙ୍ଗୀ ଅନୁଭବ ହୁଏ । ତେଣୁ ଏହି ସମୟରେ ଆପଣ ହସିବା ପାଇଁ ଚେଷ୍ଟା କରନ୍ତୁ । ଗାଧୁଆଘରର ଆଇନା ଆଗରେ ଆପଣ ନିଜକୁ ଦେଖି ହସି ପାରନ୍ତି । ଏହାଦ୍ୱାରା ନିଜ ମନରେ ଭରଷା ଏବଂ ଆତ୍ମ ବିଶ୍ୱାସ ଫେରିଆସେ ବୋଲି କୁହାଯାଏ । ତେଣୁ ହସ ଏକ ମୂଲ୍ୟବାନ ଏବଂ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ ।

 

ସାହାଯ୍ୟ କରନ୍ତୁ :

685 Muslim Charity Illustrations & Clip Art - iStock
ଏହି ଉପାୟ ଆପଣଙ୍କୁ ସାମାନ୍ୟ ଆଶ୍ଚର୍ଯ୍ୟ କରିଥିବ । କିନ୍ତୁ କୌଣସି ଅସହାୟ କିମ୍ବା ଅଭାବୀ ଲୋକଙ୍କୁ ଦାନ କରି ପାରନ୍ତି । ଏହାଦ୍ୱାରା ମନରେ ସନ୍ତୁଷ୍ଟି ଭାବ ଆସିଥାଏ । ମଣିଷ ଶରୀରରେ ଥିବା ହାପି ହରମୋନ ରିଲିଜ ହୋଇଥାଏ । ଯାହାଦ୍ୱାରା ଆପଣ ଟେନସନରୁ ବାହାରି ଖୁସି ହୋଇ ପାରନ୍ତି ।

Serene Calm Man Relaxing On Sofa Enjoying Comfort Peaceful Mood Stock Video - Download Video Clip Now - iStock

ତେବେ ଟେନସନ, ମୁଡ ଅଫ କିମ୍ବା ଷ୍ଟ୍ରେସ ଭଳି କିଛି ଘଟଣା ଯଦି ଆପଣଙ୍କ ସହ ଘଟୁଛି ତେବେ ଆପଣ ଏହି ସବୁ ଉପାୟ ଅବଲମ୍ବନ କରନ୍ତୁ । ମାତ୍ର ୧୦ ମିନିଟ ମଧ୍ୟରେ ଆପଣ ସୁସ୍ଥ ଅନୁଭବ କରିବେ ଏବଂ ମୁଡ ଅଫରୁ ବାହାରି ଟେନସନ ଫ୍ରି ହୋଇଯିବେ ଆପଣ ।

Get real time updates directly on you device, subscribe now.