fbpx

ଧନୀଲୋକଙ୍କୁ କେମିତି ବାହାହେବେ! ଲବଗୁରୁ ଶିଖାଉଛନ୍ତି ଫର୍ମୁଲା, ରୋଜଗାର କରୁଛନ୍ତି ୧୬୩ କୋଟି

ଓଡିଶା ଭାସ୍କର: ନିଜର ଜୀବନଶୈଳୀ ବଦଳାଇବା ପାଇଁ ଲୋକେ ଅନେକ ପ୍ରକାର କୋଚିଂର ସାହାରା ନେଇ ଥାଆନ୍ତି । ଏକ୍ସପର୍ଟ ସେମାନଙ୍କୁ ଜୀବନର ଗତି ପଥ ବାବଦରେ ଜ୍ଞାନ ଦେଇ ଥାଆନ୍ତି । ତେବେ ଏମିତି ଜଣେ ବିଶେଷଜ୍ଞ ଅଛନ୍ତି ଯିଏ, ଧନୀ ଲୋକଙ୍କୁ ନିଜ ମାୟାଜାଲରେ ଫସାଇବା ଶିଖାନ୍ତି । ଜାଣିବା ତାଙ୍କ ବାବଦରେ…

ସାଉଥ ଚାଇନାର ଏକ ରିପୋର୍ଟ ଅନୁସାରେ, ଏମିତି ଜଣେ ମହିଳା ଅଛନ୍ତି ଯିଏ କେମିତି ଧନୀ ବ୍ୟକ୍ତିଙ୍କୁ ପଟାଇବେ ତାହା ଶିକ୍ଷା ଦିଅନ୍ତି । ଏହି ମହିଳା ଜଣକଙ୍କ ନାଁ ହେଉଛି ଲେ ଚୁଆନକୁ । ଲେ ଜଣେ ସୋସିଆଲ ମିଡିଆ ଇନଫ୍ୟୁଏଞ୍ଜର୍ସ ଅଟନ୍ତି । ତାହାସହ ଜଣେ ବିବାଦୀୟ ଲବ ଗୁରୁ ମଧ୍ୟ ଅଟନ୍ତି ଲେ ଚୁଆନକୁ । ଯିଏ ମହିଳାମାନଙ୍କୁ ଧନୀ ବ୍ୟକ୍ତିଙ୍କୁ କେମିତି ବାହା ହୋଇପାରିବେ ତାହା ଶିଖାନ୍ତି । ନିଜର ଏହି କାମରୁ ଲେ ବାର୍ଷିକ ପ୍ରାୟ ୧୬୩ କୋଟି ରୋଜଗାର କରନ୍ତି ।

ଚୁଆନକୁ ଲାଇଭ ଷ୍ଟ୍ରିମ ସମୟରେ ପଇସା ନେଇ ଏହି କୋର୍ସ ଶିଖାନ୍ତି । ଗୋଟିଏ ପରାମର୍ଶ ଦେଲେ ସେ ପ୍ରାୟ ୧୨,୯୪୫ ଟଙ୍କା ନିଅନ୍ତି । ତାଙ୍କର ସବୁଠୁ ଲୋକପ୍ରିୟ କୋର୍ସ ଫିସ ରହିଛି ପ୍ରାୟ ୪୩,୧୭୯ ଟଙ୍କା । ଏହବାଦ ସେ ବ୍ୟକ୍ତିଗତ ପରାମର୍ଶ ପାଇଁ ପ୍ରତିମାସ ପ୍ରାୟ ୧,୧୬,୯୨୭ ଟଙ୍କା ନିଅନ୍ତି । ସୋସିଆଲ ମିଡିଆରେ ମଧ୍ୟଲେ ଏହି ବିଷୟକୁ ନେଇ ଅନେକ ୱର୍କସପ ଓ ସେମିନାରର ମଧ୍ୟଅ ଆୟୋଜନ କରନ୍ତି । ଏଥିରେ ସେ ଡେଟିଂକୁ ନେଇ ଲୋକଙ୍କୁ ଅନେକ ଜିନିଷ ଶିଖାଇଥା’ନ୍ତି ।
ଏହି ମହିଳା ଜଣକଙ୍କ ନାଁରେ ବ୍ୟାନ ମଧ୍ୟ ଲାଗିଛି । ଚାଇନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ବିବୋ’ରେ ତାଙ୍କୁ ବ୍ୟାନ କରାଯାଇଛି । ତଥାପି ଏହି ମହିଳା ଲବଗୁରୁ ନ ଡରି ଏଆଇ ଜ୍ଞାନକୌଶଳର ବ୍ୟବହାର କରି ଅନେକ ଚ୍ୟାନେଲରେ ନିଜର ଏହି କାମ ଜାରି ରଖିଛନ୍ତି । ୟୁଜର୍ସ ତାଙ୍କର ଏହି ବ୍ୟବସାୟ ଦେଖି କହୁଛନ୍ତି ଯେ, ସେ ଝିଅମାନଙ୍କୁ ନିଜ ଗୋଡରେ ଛିଡା ହେବାକୁ ନ ଦେଇ ପୁରୁଷ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ କରୁଛନ୍ତି ।

Get real time updates directly on you device, subscribe now.