ଶୀତଦିନିଆ ରୋଗରୁ ମୁକ୍ତି ପାଇବେ କିପରି: ଗୋଟିଏ ସାମଗ୍ରୀ ଦୂର କରିଦେବ କୋଲେଷ୍ଟରଲ ବୃଦ୍ଧି, ଓଜନ ବୃଦ୍ଧି, ଭୋକ ନହେବା, ଦାନ୍ତ, ଓଠ ଓ ନାକ ସମସ୍ୟା
ବର୍ତ୍ତମାନ ଶୀତ ଋତୁ ଚାଲିଥିବା ବେଳେ ଏହି ସମୟରେ ଲୋକମାନେ ପ୍ରବଳ ଥଣ୍ଡାରେ କଲବଲ ହେଉଛନ୍ତି । ତେବେ ଶୀତଦିନେ ଆମ ଶରୀରରେ ଅନେକ ପ୍ରକାରର ରୋଗ ଦେଖାଦେଇଥାଏ । ସାଧାରଣ ଭାବେ ସୋରିଷ ତେଲ ପ୍ରତ୍ୟେକ ଲୋକଙ୍କ ଘରେ ମିଳିଥାଏ । ସୋରିଷ ତେଲକୁ ଅଧିକାଂଶ ଲୋକ ରୋଷେଇ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ସୋରିଷ ତେଲରେ ଅନେକ ଉପକାରୀ ଗୁଣ ଭରି ରହିଛି । ଉତ୍ତର ଭାରତରେ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥାଏ । ପୁରାତନ କାଳରେ ରୋଗ ସଂକ୍ରମଣରୁ ଦୂରେଇବା ପାଇଁ ପିଲାମାନଙ୍କ ଶରୀରରେ ଏହି ତେଲକୁ ସମସ୍ତେ ମାଲିସ କରାଯାଉଥିଲା ।
– ଏଥିରେ ଥାୟାମିନ, ନିଆସିନ ପରି ଭିଟାମିନ ରହିଥାଏ, ଯାହାକି ଓଜନ ହ୍ରାସରେ ସହାୟକ ହୋଇଥାଏ । ସୋରିଷ ତେଲକୁ ମାଲିସ କରିବା ଦ୍ୱାରା ଶରୀରରୁ ଅତିରିକ୍ତ ଚର୍ବି ହ୍ରାସ ଘଟିଥାଏ ।
– ସୋରିଷ ତେଲ ଆପଣଙ୍କ ଭୋକ ବଢ଼ାଇବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କୁ ଭୋକ ଠିକ ଭାବେ ହେଉନାହିଁ, ତେବେ ଆପଣ ଏହି ତେଲକୁ ଉପଯୋଗ କରିପାରିବେ । ଏଥିସହ ଏହାଦ୍ୱାରା ଆମର ପାଚନ ଶକ୍ତି ଠିକ୍ ଭାବେ କାର୍ଯ୍ୟ କରିଥାଏ ।
– ଶରୀରରେ ସୋରିଷ ତେଲର ମାଲିସ କରିବା ଫଳରେ ମାଂସପେଶୀ ମଜବୁତ ହେବା ସହ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇଥାଏ । ୧ ଚାମଚ ସୋରିଷ ତେଲ ଔଷଧ ରୂପେ ସେବନ କରିବା ଫଳରେ କାଶ, ଗଳାର ଯନ୍ତ୍ରଣା କମ୍ ହୋଇଥାଏ ।
– ଥଣ୍ଡାରେ ଆଜିକାଲି ସମସ୍ତଙ୍କ ଠାରେ ଓଠ ଫାଟିବା ସମସ୍ୟା ଦେଖାଦେଉଛି । ତେଣୁ ଆପଣ ରାତିରେ ଶୋଇବା ପୂର୍ବରୁ ନାଭିରେ ତେଲ ଲଗାଇ ଶୁଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଓଠ ନରମ ଓ ମୁଲାୟମ ହୋଇଥାଏ ।
– ସୋରିଷ ତେଲ ସହ ହଳଦୀ ଓ ଲୁଣକୁ ମିଶାଇ ଦାନ୍ତ ମୂଳରେ ନିୟମିତ ମାଲିସ କରନ୍ତୁ । ଏହାଦ୍ୱାରା ଦାନ୍ତର ବିନ୍ଧା, ପାଇରିଆ ଆଦି ରୋଗରୁ ରକ୍ଷା ମିଳିଥାଏ ।
– ଶରୀରରେ କୋଲେଷ୍ଟରଲର ପରିମାଣକୁ ନିୟନ୍ତ୍ରଣ କରିବାରେ ସୋରିଷ ତେଲ ସହାୟକ ହୋଇଥାଏ । ରିଫାଇନଡ୍ ତେଲ ଅପେକ୍ଷା ସୋରିଷ ତେଲ ବ୍ୟବହାର କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ ।
– ଶ୍ୱାସ କ୍ରିୟାରେ ଅସୁବିଧା ହେଲେ ତେଲକୁ ନାକରେ ଲଗାଇବା ଫଳରେ ତତକ୍ଷଣାତ ଉପଶମ ମିଳିଥାଏ । ଏଥିସହ ନାକ କୁଣ୍ଡାଇ ହେବା, ନାକ ଶୁଷ୍କ ହେବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ।