fbpx

ଇନଷ୍ଟାଗ୍ରାମରେ ବର୍ଷିବ ଟଙ୍କା, ଭାଇରାଲ ହେବା ପାଇଁ ଫଲୋ କରନ୍ତୁ ଏହି ଟ୍ରିକ୍ସ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମକୁ କୋଟି କୋଟି ଲୋକେ ବ୍ୟବହାର କରୁଛନ୍ତି । ଲୋକେ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ବହୁତ କମ ସମୟରେ ଲକ୍ଷ ଠାରୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଆଜି ଆମେ ଆପନଙ୍କୁ ଇନଷ୍ଟାଗ୍ରାମରେ କିପରି ଭାଇରାଲ ହେବେ ସେହି ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ନିଜ ଅଡିଏନ୍ସଙ୍କୁ ବୁଝନ୍ତୁ: ଆପଣଙ୍କୁ ସର୍ବପ୍ରଥମେ ଜାଣିବାକୁ ହେବ ଯେ, ଆପଣଙ୍କ ଅଡିଏସଙ୍କୁ କେଉଁ ଭଳି କଣ୍ଟେଣ୍ଟ ଭଲ ଲାଗୁଛି । ସେମାନେ କେଉଁ ଭିଡିଓକୁ ଭଲ ପାଉଛନ୍ତି, ତାହା ଆପଣଙ୍କୁ ବୁଝିବାକୁ ପଡିବ ।

ଟ୍ରେଣ୍ଡିଙ୍ଗ କଣ୍ଟେଣ୍ଟକୁ ଧ୍ୟାନ ଦିଅନ୍ତୁ: ଯଦି ଆପଣ କିଛି ପୋଷ୍ଟର ସେୟାର କରୁଛନ୍ତି ତେବେ ସେଥିରେ ଟ୍ରେଣ୍ଡିଙ୍ଗ ଜିନିଷ ରହିବା ନିହାତି ଆବଶ୍ୟକ । ଆପଣ ଭିଡିଓ ସେୟାର କରିବା ବେଳେ ଟ୍ରେଣ୍ଡିଙ୍ଗ ହାସଟ୍ୟାଗ ଲଗାଇବା ଆବଶ୍ୟକ ।

ପ୍ରତିଦିନ ପୋଷ୍ଟ କରନ୍ତୁ: ନିଜ ଅଡିଏନ୍ସଙ୍କ ସହ ଯୋଡି ହୋଇ ରହିବା ପାଇଁ ଏହା ଜରୁରୀ ଯେ, ପ୍ରତିଦିନ ହାଇ-କ୍ୱାଲିଟୀ କଣ୍ଟେଣ୍ଟ ପୋଷ୍ଟ କରିବା ଜାରି ରଖନ୍ତୁ ।

ଅନ୍ୟ କ୍ରିଏଟର୍ସଙ୍କ ସହ କୋଲାବ କରନ୍ତୁ: ଯଦି ଆପଣ ଇନଷ୍ଟାଗ୍ରାମରେ ନିଜ ପରିଚୟ ବଢାଇବା ପାଇଁ ଚାହୁଁଛନ୍ତି ତେବେ ଅନ୍ୟ କ୍ରିଏଟର୍ସଙ୍କ ସହ କୋଲାବ କରନ୍ତୁ । ଏଥିସହ ଆପଣ ଇନଷ୍ଟାଗ୍ରାମରେ ଆଡ କ୍ୟାମ୍ପେନର ସାହାଯ୍ୟ ନେଇପାରିବେ ।

Get real time updates directly on you device, subscribe now.