fbpx

ସାମ୍ନା ବ୍ୟକ୍ତି କେତେ ସତ କହୁଛି ଆଉ କେତେ ମିଛ, ଜାଣନ୍ତୁ ଏହି ସଂକେତରୁ

ଓଡ଼ିଶା ଭାସ୍କର: ପ୍ରତ୍ୟେକ ବ୍ୟକ୍ତି ଜୀବନରେ କେବେ ନା କେବେ ମିଛ କହିଥାନ୍ତି । ବେଳେ ବେଳେ ସେମାନେ ଏମିତି କୌଶଳ ଆପଣାଇଥାନ୍ତି ଯେ ମିଛ ସହଜରେ ଧରା ପଡ଼ିନଥାଏ । କିଛି ମିଛ ବ୍ୟକ୍ତିର ଭଲ ପାଇଁ ଥାଏ ତ କିଛି ମିଛ ଅନ୍ୟକୁ ଜାଣ ଅଜାଣତରେ ଆଘାତ ଦେଇଥାଏ । କିଛି ଲୋକମାନେ ମନ୍ଦ ଉଦ୍ଦେଶ୍ୟ ରଖି ଅନ୍ୟକୁ ମିଛ କଥା ଦ୍ୱାରା ସହଜରେ ମାନିପ୍ୟୁଲେଟ୍ କରିଥାନ୍ତି । ସାଧାରଣତଃ ଛୋଟ ଥିଲା ବେଳେ ସ୍କୁଲ ଯିବାକୁ ଇଚ୍ଛା ନଥିଲେ, କଲେଜ ବଙ୍କ୍ କରିବା, ସାଙ୍ଗସାଥିଙ୍କ ସହ ପାର୍ଟି କରିବା ଇତ୍ୟାଦିକୁ ନେଇ ଆମେ ମିଛର ସାହାରା ନେଇଥାଉ । ସାଇକୋଲୋଜି ଆନୁଯାୟୀ ଏପରି କିଛି ସଂକେତ ରହିଛି ଯଦ୍ୱାରା କୌଣସି ବ୍ୟକ୍ତି ମିଛ କହୁଥିଲେ ସହଜରେ ଜାଣିପାରିବ । ତେବେ ବହୁତ କମ୍ ଲୋକମାନେ ଏ ବିଷୟରେ ଜାଣିଥାନ୍ତି ।

୧. କଥା କହିବାର ଶୈଳୀ: ବ୍ୟକ୍ତି ଜଣଙ୍କ ମିଛ କହୁଥିବା ସମୟରେ ସେମାନଙ୍କ କଥା କହିବା ଶୈଳୀରେ ପରିବର୍ତ୍ତନ ଦେଖାଯାଇଥାଏ । ଏଭଳି ବ୍ୟକ୍ତି ସାଧାରଣ କଥା କହିବା ଗତି ତୁଳନାରେ ମିଛ କହିବା ସମୟରେ ଶୀଘ୍ର ଶୀଘ୍ର କଥାବାର୍ତ୍ତା କରିଥାନ୍ତି । ସେହିପରି କିଛି ବ୍ୟକ୍ତି ବହୁତ ଭାବିଚିନ୍ତି କଥାବାର୍ତ୍ତା କରିଥାନ୍ତି ।

୨. ନଜର ହଟାଇବା: ମିଛ କହୁଥିବା ବ୍ୟକ୍ତି କେବେ ବି ଆଖିରେ ଆଖି ମିଶାଇ କଥାବାର୍ତ୍ତା କରିନଥାଏ । ପ୍ରାୟତଃ ସେମାନେ ଆଖି ତଳକୁ କରିଥାନ୍ତି କିମ୍ବା ଏପଟ ସେପଟ ଦେଖୁଥାନ୍ତି । ତେବେ ସମ୍ଭାବନା ରହିଛି ଯେ ସେହି ବ୍ୟକ୍ତି ଆପଣଙ୍କୁ କିଛି ଲୁଚାଉଛନ୍ତି ।

୩. ବଡି ଲାଙ୍ଗୁଲଜ୍‌: ବ୍ୟକ୍ତିଙ୍କ ବଡି ଲାଙ୍ଗୁଏଜ୍ ସେମାନଙ୍କ ବିଷୟରେ ଅନେକ କଥା କହିଥାଏ । ସେମାନଙ୍କ ବସିବା, ହାତ ଓ ଗୋଡ଼ ହଲାଇବା, ଚାଲିବା, ଛିଡ଼ା ହେବା ଇତ୍ୟାଦି । ବେଳେ ବେଳେ ଏଭଳି ବ୍ୟକ୍ତି ଆପଣଙ୍କ ସହ କଥାବାର୍ତ୍ତା ହେବାରେ ଇଚ୍ଛା ପ୍ରକାଶ କରିନଥାଏ ।

୪. ଆତ୍ମବିଶ୍ୱାସର ଅଭାବ: ମିଛ କହୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଅତ୍ମବିଶ୍ୱାସର ଅଭାବ ଦେଖାଦେଇଥାଏ । ସେମାନଙ୍କୁ ସବୁବେଳେ ଧରା ପଡ଼ିଯିବାର ଭୟ ରହିଥାଏ ।

୫. ଅସହଜ ଅନୁଭବ କରିବା: ମିଛ କହିବା ସମୟରେ ବ୍ୟକ୍ତି ଜଣଙ୍କ ଅସହଜ ଅନୁଭବ କରିଥାଏ । ସେମାନଙ୍କ ଶବ୍ଦ ଏବଂ କାର୍ଯ୍ୟ ମଧରେ ପାର୍ଥକ୍ୟ ବାରି ହୋଇପଡ଼େ । କୌଣସି ପ୍ରଶ୍ନର ଉତ୍ତର ଦେବା ସମୟରେ ସେମାନେ ଘାବରାଇ ଯାନ୍ତି । ସେମାନେ ଏପରି ପ୍ରଶ୍ନ ପାଇଁ ପ୍ରସ୍ତୁତ ନଥାନ୍ତି ଏବଂ କଥା କହିବା ସମୟରେ ବାରମ୍ବାର ଅଟକି ଥାନ୍ତି । ଜାଣ ଅଜାଣତରେ ତାଙ୍କ ବ୍ୟବହାର ସବୁକିଛି କହିଦିଏ ।

Get real time updates directly on you device, subscribe now.