ହାଇବ୍ରିଡ ଏବଂ ଦେଶୀ ଟମାଟୋକୁ ଚିହ୍ନିବେ କେମିତି, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଓଡ଼ିଶା ଭାସ୍କର: ସାଧାରଣତଃ ୨ ପ୍ରକାରର ଟମାଟୋ ବଜାରରେ ମିଳିଥାଏ । ଗୋଟିଏ ହେଉଛି ହାଇବ୍ରିଡ ଓ ଅନ୍ଯଟି ଦେଶୀ । ହେଲେ ଏମାନଙ୍କ ମଧ୍ୟରୁ ହାଇବ୍ରିଡ ଓ ଦେଶୀ ଟମାଟୋ ରହିଛି। ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ ଚିହ୍ନିବେ କିପରି..

ସାଧାରଣ ଭାବରେ ଦେଖାଗଲେ ଦେଶୀ ଟମାଟୋର ଚାହିଦା ବେଶ୍ ଅଧିକ । ଏହି ଟମାଟୋରେ କେମିକାଲର ବ୍ଯବହାର ପ୍ରାୟ କମ ହୋଇଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଫଳପ୍ରଦ । ଚାଷୀ ମଧ୍ଯ ଏହି ଚାଷରୁ ଅଧିକ ଟଙ୍କା ରୋଜଗାର କରିପାରେ ।

ସେହିଭଳି ହାଇବ୍ରିଡ ଟମାଟୋ ହାଲୁକା ଲାଲ ରଙ୍ଗର ହୋଇ ଟାଣ ଥାଏ । ଏହାର ସ୍ୱାଦ ମଧ୍ଯ ଦେଶୀ ଟମାଟୋଠୁ ଭିନ୍ନ । ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ମଧ୍ଯ ବ୍ୟବହାର କରାଯାଇ ପାରେ ନାହିଁ । ଫଳରେ ଏହା ଶୀଘ୍ର ଖରାପ ହୋଇଯାଏ।

ବିଶେଷଜ୍ଞଙ୍କ କହିବାନୁସାରେ; ଏହି ଟମାଟୋ ଶରୀର ପାଇଁ ଅତ୍ଯଧିକ ହାନିକାରକ । କାରଣ ଏହାକୁ ଚାଷ କରିବା ସମୟରେ ଅନେକ ରାସାୟନିକ ବା କେମିକାଲର ବ୍ଯବହାର ହୁଏ ।ଦେଶୀ ଟମାଟୋ ହାଇବ୍ରିଡ ଟମାଟୋଠୁ ଭିନ୍ନ। ପନିପରିବାରେ କିମ୍ୱା ଡାଲିରେ କେବଳ ଗୋଟିଏ ଦେଶୀ ଟମାଟୋ ପକାଇଦେଲେ ତାହାର ସ୍ୱାଦ ଦ୍ଵିଗୁଣିତ ହୋଇଥାଏ । ମାତ୍ର ହାଇବ୍ରିଡ ଟମାଟୋରେ ସେତେ ସ୍ୱାଦ ନ ଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ମଧ୍ଯ ଦେଶୀ ଟମାଟୋ ଭଳି ଲାଭଦାୟକ ନୁହେଁ । ଫଳରେ ଲୋକେ ହାଇବ୍ରିଡ ଟମାଟୋକୁ ବେଶୀ ପସନ୍ଦ କରନ୍ତି ।

ଦେଶୀ ଟମାଟୋକୁ ‘ହୀରଲୁମ ଟମାଟୋ’ ମଧ୍ଯ କୁହାଯାଏ । ଏହା ପ୍ରାକୃତିକ ଉପାୟରେ ଉତ୍ପାଦନ କରାଯାଏ । ସେପଟେ ହାଇବ୍ରିଡ ଟମାଟୋ ବିଭିନ୍ନ କୃତ୍ରିମ ଉପାୟ ମାଧ୍ଯମରେ ଉତ୍ପାଦିତ ହୋଇଥାଏ । ଯେଉଁଥିରେ ରସାୟନର ପ୍ରୟୋଗ ବେଶୀ ।

ହାଇବ୍ରିଡ ଟମାଟୋ ସ୍ୱାଦ ସେତେ ସୁସ୍ୱାଦୁ ନୁହେଁ, ଯେତେ ଦେଶୀ ଟମାଟୋର । ହାଇବ୍ରିଡ ଟମାଟୋରେ ମୋଟା ତ୍ୱଚା ଥାଏ ଓ ଏହାର ମଞ୍ଜି ବି ଭିନ୍ନ । କିନ୍ତୁ, ଦେଶୀ ଟମାଟୋର ତ୍ୱଚା ହାଲୁକା । ଯାହା ରୋଷେଇ ସମୟରେ ଶୀଘ୍ର ଫାଟି ଏହାକୁ ସହଜ କରେ ।

ଦେଶୀ ଟମାଟୋର ମାର୍କେଟରେ ଅଧିକ ଚାହିଦା ଥାଏ । ଏହାକୁ ଲୋକେ ସେତେ ପସନ୍ଦ କରନ୍ତି ନାହିଁ । ମାତ୍ର ଦେଶୀ ଟମାଟୋ ମାର୍କେଟରେ ରାଜ କରେ ନିଜ ସ୍ୱାଦ ସହ ଅନେକ ଗୁଣ ପାଇଁ ।