fbpx

(Video) କିପରି ବୃଦ୍ଧି ପାଇବ ଯୌନ କ୍ଷମତା? ମୋଗଲ ସାମ୍ରାଜ୍ୟରେ ଏପରି କରୁଥିଲେ ସମ୍ରାଟ…

ନୂଆଦିଲ୍ଲୀ: ମୋଗଲମାନେ ଭାରତକୁ ଅନେକ ବର୍ଷ ଧରି ଶାସନ କରିଥିଲେ। ମୋଗଲ ଶାସନ କାଳ ବିଷୟରେ ଅନେକ ପୁସ୍ତକ ମଧ୍ୟ ଲେଖାଯାଇଛି । ଏହି ସବୁ ପୁସ୍ତକରେ ମୋଗଲ ମାନଙ୍କ ଜବୀନଶୈଳୀକୁ ନେଇ ବହୁତ କିଛି ତଥ୍ୟ ଦେଖିବାକୁ ମିଳେ । ସେମାନଙ୍କ ଖାଦ୍ୟ ବ୍ୟବସ୍ଥା, ଚାଲିଚଳନ ଓ ପୋଷାକ ପରିଚ୍ଛଦ ଇତ୍ୟାଦି ବିଷୟରେ ଅନେକ କିଛି ପୁସ୍ତକ ଗୁଡିକରୁ ଜାଣିବାକୁ ମିଳେ । ଏପରିକି ସେମାନଙ୍କ ଯୌନ କ୍ଷମତା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ତେବେ ଆଜି ଆସନ୍ତୁ ଜାଣିବା ମୋଗଲ ଶାସକ ମାନେ ଯୌନ ଶକ୍ତି ବଢ଼ାଇବା ପାଇଁ କଣ କରୁଥିଲେ । ମୋଗଲମାନେ ଭାରତକୁ ପ୍ରାୟ ଶହେ ବର୍ଷ ଧରି ଶାସନ କରିଥିଲେ ।

ଦୀର୍ଘ ବର୍ଷ ଧରି ଭାରତ ଭୂଖଣ୍ଡରେ କ୍ଷମତାରେ ରହିଥିବା ମୋଗଲ ଶାସକ ମାନଙ୍କ ସମ୍ପର୍କରେ ଅନେକ କିଛି କଥା ଇତିହାସରେ ଉଲ୍ଲେଖ ରହିଛି । ଯେଉଁମାନେ ଇତିହାସ ପଢିବାକୁ ଭଲ ପାଆନ୍ତି ସେମାନେ ମୋଗଲ ଶାସନ ସମୟର ଅନେକ କିଛି ଜାଣିବାକୁ ପାଇଥାନ୍ତି । ଏବଂ ମୋଗଲ ଶାସନ କାଳର ଅନେକ କଳା ସତ ମଧ୍ୟ ଜାଣି ଯାଇଥାନ୍ତି । ମୋଗଲ ମାନେ ଅନେକ ସ୍ୱାଦିଷ୍ଟ ଖାଦ୍ୟ ଖାଇଥାନ୍ତି ବୋଲି ଜଣାପଡିଥାଏ । ଖଜୁରୀ ଭଳି ଶୁଷ୍କ ଫଳ ସେମାନେ ଅଧିକ ମାତ୍ରାରେ ବ୍ୟବହାର କରିଥାନ୍ତି । ତେବେ ଇତିହାସରେ ମୋଗଲ ଶାସନର ଚର୍ଚ୍ଚା ଆସିଲେ ହରମ୍ କଥା ନିଶ୍ଚୟ ଆଲୋଚନା ହୋଇଥାଏ । ମୋଗଲ ଶାସକମାନେ ସେମାନଙ୍କ ମହଲରେ ହରମ୍ ନିଶ୍ଚୟ ରଖୁଥିଲେ । ଆଉ ଏହି ହରମ୍ ହେଉଛି ଏମିତି ସ୍ଥାନ ଯେଉଁଠି ସୁନ୍ଦରୀ ଯୁବତୀ ଓ ମହିଳା ମାନଙ୍କୁ ରଖାଯାଉଥିଲା ଏବଂ ସେଠାରେ ନୃତ୍ୟ ଗୀତ ଇତ୍ୟାଦିର ଆସର ସବୁବେଳେ ଜମୁଥିଲା ।

ମୋଗଲ ଶାସକ ବା ବାଦଶାହ ମାନଙ୍କର ଖୁବ୍ ନିବିଡ ସମ୍ପର୍କ ରହୁଥିଲା । ସେମାନେ ହରମ୍ ର ମହିଳାମାନଙ୍କୁ ନିଜ ମନୋରଞ୍ଜନ ପାଇଁ ବ୍ୟବହାର କରୁଥିଲେ । ନିଜ ପସନ୍ଦର ମହିଳାଙ୍କୁ ଉପଭୋଗ ମଧ୍ୟ କରୁଥିଲେ । ମୋଗଲ ଶାସକ ମାନଙ୍କର କାମବାସନା ମେଣ୍ଟାଇବା ପାଇଁ ହରମ୍ର ମହିଳାମାନଙ୍କୁ ସବୁବେଳେ ପ୍ରସ୍ତୁତ କରି ରଖାଯାଉଥିଲା । ତେଣୁ ସ୍ୱାଭାବିକ ଭାବେ ମୋଗଲ ଶାସକ ମାନେ ନିଜ ଯୌନ କ୍ଷମତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦେଉଥିଲେ । ତେଣୁ ସେମାନେ ଏଥିପାଇଁ ବିଭିନ୍ନ ଖାଦ୍ୟ ପାନୀୟ ଇତ୍ୟାଦି ବ୍ୟବହାର କରୁଥିଲେ । ଯୌନ ଶକ୍ତି ବଢାଇବା ପାଇଁ ଖଜୁରୀ, ପିଆଜ ଓ ରସୁଣ ଇତ୍ୟାଦି ସେମାନେ ଖାଦ୍ୟରେ ବ୍ୟବହାର କରୁଥିଲେ ବୋଲି କିଛି ପୁସ୍ତକରେ ଲେଖାଯାଇଛି । କିନ୍ତୁ ଆଉ କିଛି ପୁସ୍ତକରେ ମୋଗଲ ବାଦଶାହ ମାନଙ୍କ ଖାଦ୍ୟ ଅଭ୍ୟାସ ଉପରେ ଭିନ୍ନ କଥା ଲେଖାଯାଇଛି ।

ନିକଟରେ ଆସିଥିବା ଏକ ରିପୋର୍ଟରେ କୁହାଯାଇଥିଲା ଯେ ମୋଗଲ ବାଦଶାହ ମାନେ ନିଜ ଭୋଜନରେ କେଉଁ କେଉଁ ଖାଦ୍ୟ ଖାଉଥିଲେ । ଏଥିରେ କୁହାଯାଇଛି କି ଯୌନ କ୍ଷମତା ବଢ଼ାଇବା ପାଇଁ ମୋଗଲମାନେ ବିଭିନ୍ନ ପ୍ରକାର ମାଂସ ଖାଉଥିଲେ, ଯେମିତି କି ସେମାନଙ୍କ ଶରୀର ଦୁର୍ବଳ ହେବନାହିଁ। ସେମାନେ ଗରମ ତାସିର ମାଂସ ଖାଇବାକୁ ବେଶ୍ ଭଲ ପାଉଥିଲେ। ସେମାନଙ୍କୁ ଖାଦ୍ୟରେ ମଦ ମଧ୍ୟ ପିଇବାକୁ ଦିଆଯାଉଥିଲ। ଏମିତି ଅନେକ ଶାସକ ମଧ୍ୟ ଥିଲେ, ଯେଉଁମାନେ ପାନରେ ଛେଳିର ମାଂସ ଜଡିବୁଟି ଭଳି ମିଶାଇ ଖାଉଥିଲେ। ଏପରିକି ନିଜ ଯୌନ ଶକ୍ତି ବୃଦ୍ଧି କରିବା ପାଇଁ ସେମାନେ ହରିଣ ନାଭି, ଜଙ୍ଗଲୀ ଠେକୁଆର ଅନ୍ତନଳୀ ମଧ୍ୟ ଖାଉଥିଲେ। ଖାଲି ସେତିକି ନୁହେଁ, ଆଉ କିଛି ମୋଗଲ ଶାସକ ସିଝା ମାଂସ ଓ ପାନରେ ଭସ୍ମ ମିଶାଇ ଖାଉଥିଲେ ବୋଲି ମଧ୍ୟ କୁହାଯାଏ ।

Get real time updates directly on you device, subscribe now.