fbpx

ଆଖି ଦେଖି ଜାଣନ୍ତୁ ପାର୍ଟନରଙ୍କ ମୁଡ୍: କ’ଣ କହୁଛି ଆଖି ଜ୍ୟୋତିଶ ଶାସ୍ତ୍ର?

ଓଡିଶା ଭାସ୍କର: ହସ, ଖୁସି କି ସୁଖ-ଦୁଃଖ, ମଣିଷର ଆଖି ସବୁକିଛି ଧରା ପକାଇ ଦେଇଥାଏ । କଥାରେ କାହାକୁ ଭୁଲେଇ ଦିଆଯାଇପାରେ । କିନ୍ତୁ ମନ ଭିତରର ସବୁ କଥା ଖୋଲି କହି ଦେଇଥାଏ ମଣିଷର ଦୁଇ ଆଖି । ଏହି ଆଖି ଦେଖିଲେ ମଣିଷର ବ୍ୟକ୍ତିତ୍ୱ ବିଷୟରେ ମଧ୍ୟ ଜାଣି ହୁଏ । ଯଦି ଲୋକମାନଙ୍କ ଆଖିର ଗଠନକୁ ପଢିବା ଆପଣ ଜାଣି ନିଅନ୍ତି, ତେବେ ତାଙ୍କ ମନ ଭିତରର କଥାକୁ ମଧ୍ୟ ଆପଣ ଜାଣିପାରିବେ ।

ମଣିଷର ଆଖି ଦ୍ୱାରା ତାଙ୍କ ସ୍ୱଭାବ ସହିତ ଆହୁରି ଅନେକ କିଛି କଥା ଜାଣିପାରିବେ । ତେବେ ଆସନ୍ତୁ ଜାଣିବା ଆଖିର ଗଠନ ପ୍ରଣାଳୀ ଏବଂ ଏଥିରୁ ବ୍ୟକ୍ତିତ୍ୱ ଜାଣିବା ନେଇ କ’ଣ କହୁଛି ସାମୁଦ୍ରିକ ଶାସ୍ତ୍ର ।

ଯେଉଁ ଲୋକମାନଙ୍କ ଆଖି ବଡ ଏବଂ ବାହରକୁ ବାହାରିଥାଏ, ସେମାନେ ପ୍ରାୟତଃ ନରମ ହୃଦୟର ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କ ସହ କଥା ହେବା ସମୟରେ ଆପଣଙ୍କୁ ଜଣାପଡିବ ଯେ ଏମାନେ ଖୁବ ସଚ୍ଚା ହୃଦୟବାନ ଭାବର ମଣିଷ । ଅନ୍ୟମାନଙ୍କ ପାଇଁ ଏହି ବ୍ୟକ୍ତିମାନଙ୍କର ସ୍ୱଭାବ କୁବ ଉଦାର ହୋଇଥାଏ । ଯଦି ଏହି ବ୍ୟକ୍ତିଙ୍କ ଆଖି ଚମକିଲା ହୋଇଥାଏ, ତେବେ ଏମାନେ ଖୁବ ବୁଦ୍ଧିମାନ ବୋଲି କୁହାଯାଏ ।

ଯେଉଁ ଲୋକମାନଙ୍କର ଆଖି ଛୋଟ, ସେମାନେ ଖୁବ ବାହାଦୂର ହୋଇଥାନ୍ତି ବୋଲି ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଛି । ତେବେ ଏମାନେ ଅଧିକାଂଶ ସମୟରେ ଛୋଟ ଛୋଟ କଥାକୁ ନେଇ ରାଗି ଯାଇଥାନ୍ତି । ଭବିଷ୍ୟତକୁ ନେଇ ଏମାନେ ବେଶୀ ଚିନ୍ତା କରିନଥାନ୍ତି ଏବଂ ଆଜିରେ ବିଶ୍ୱାସ ରଖିଥାନ୍ତି ଏଭଳି ବ୍ୟକ୍ତମାନେ ।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଗୋଲ ଆଖି ଥିବା ବ୍ୟକ୍ତି ବୁଲାବୁଲି କରିବା ପାଇଁ ଖୁବ ସଉକ ରଖିଥାନ୍ତି । ଏମାନଙ୍କୁ ଟ୍ରାଭେଲ କରିବା ପାଇଁ ଖୁବ ପସନ୍ଦ ହୋଇଥାଏ । ତେବେ ନୂଆ ନୂଆ ଜାଗା ବିଷୟରେ ଜାଣିବା ପାଇଁ ଏମାନେ ବେଶ ଉତ୍ସୁକ ରହିଥାନ୍ତି । ତେବେ ଏମାନେ ବେଶ କୁସ ମିଜାଜର ଲୋକ ହୋଇଥାନ୍ତି ବୋଲି ସାମୁଦ୍ରିକ ଶାସ୍ତରେ ବର୍ଣ୍ଣନା କରାଯାଇଛି ।

Get real time updates directly on you device, subscribe now.