fbpx
BJD SKY
BJD SKY

ଯଦି ଆପଣଙ୍କ ମୋବାଇଲରେ ଏପରି ସଙ୍କେତ ମିଳୁଛ, ତେବେ ଆଲର୍ଟ ହୋଇଯାଅ: ନଚେତ୍ ହ୍ୟାକ୍ ହୋଇପାରେ ଫୋନ୍

BJD

ନୂଆଦିଲ୍ଲୀ: ଆଜିକାଲି ସମସ୍ତଙ୍କ ପାଖରେ ସ୍ମାଟଫୋନ୍ ରହିଛି । କଲିଂ, ଚାଟିଂ ଏବଂ ଗେମିଂ ବ୍ୟତୀତ ବର୍ତ୍ତମାନ ବ୍ୟାଙ୍କିଙ୍ଗ୍, ପର୍ସନାଲ ଏବଂ ପ୍ରୋଫେସନାଲ ଉଦ୍ଦେଶ୍ୟରେ ମଧ୍ୟ ଏହାକୁ ବ୍ୟବହୃତ କରାଯାଉଛି । ଅଧିକ ବ୍ୟବହାର ସହିତ ବିପଦ ମଧ୍ୟ ଅଧିକ ବଢ଼ିଗଲାଣି । ଫୋନ୍ ହ୍ୟାକ୍ ହେବାର ସବୁଠାରୁ ବଡ ବିପଦ ରହିଛି । ଯଦି ଆପଣଙ୍କ ଫୋନ୍ ହ୍ୟାକ୍ ହୁଏ, ତେବେ ଆପଣଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିପାରେ । ସାଇବର ଅପରାଧୀମାନେ ଆପଣଙ୍କ ଫୋନରେ ଥିବା ଡାଟାର ଅପବ୍ୟବହାର କରିପାରିବେ । ଏହା ବ୍ୟତୀତ ସେମାନେ ଆପଣଙ୍କୁ ବ୍ଲାକମେଲ କରି ଟଙ୍କା ମଧ୍ୟ ଦାବି କରିପାରନ୍ତି ।

ଏହି ଅସୁବିଧାକୁ ଏଡାଇବା ପାଇଁ ଆପଣ ସେତେବେଳେ ଠିକ୍ ସମୟରେ ଆକ୍ସନ ନେବେ ଯେତେବେଳେ ଆପଣ ଜାଣିବେ ଯେ ଆପଣଙ୍କର ଫୋନ୍ ହ୍ୟାକ୍ ହୋଇଛି । ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ କହିବାକୁ ଯାଉଛୁ, ଯାହା ଦ୍ୱାରା ଆପଣ ଜାଣିପାରିବେ ଯେ ଆପଣଙ୍କର ଫୋନ୍ ହ୍ୟାକ୍ ହୋଇଛି କି ନାହିଁ ।

ଏହି ଦିଗରେ ଧ୍ୟାନ୍ ଦିଅନ୍ତୁ:-

– ଯଦି ଆପଣ ସପିଂ କିମ୍ବା ବ୍ୟାଙ୍କିଙ୍ଗ୍ କାରବାର ବିଷୟରେ ମେସେଜ୍ ଆସୁଛି, ତେବେ ବୁଝିଯାଆନ୍ତୁ କି ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି । ଆପଣଙ୍କ ଫୋନରେ ଆସୁଥିବା ପ୍ରତ୍ୟେକ ମେସେଜକୁ ଧ୍ୟାନରେ ପଢ଼ନ୍ତୁ । ଅନେକ ଲୋକ ଏହାକୁ ଅଣଦେଖା କରିଦିଅନ୍ତି । ଯଦି ଆପଣ ମେସେଜ ଦେଖୁଛନ୍ତି, ତେବେ ସମୟ ଥାଉ ଥାଉ ନିଜ କାର୍ଡ କିମ୍ବା ବ୍ୟାଙ୍କ ଆକାଉଣ୍ଟକୁ ବ୍ଲକ କରିପାରିବେ ।

– ଯଦି ଆପଣଙ୍କର ଫୋନ୍ ବାରମ୍ବାର ବନ୍ଦ କିମ୍ବା ରି-ଷ୍ଟାର୍ଟ ହୁଏ, ତେବେ ଆପଣଙ୍କୁ ଆଲର୍ଟ ରହିବା ଆବଶ୍ୟକ । ବିଶେଷଜ୍ଞଙ୍କ କହିବା ମୁତାବକ, ଏହା ମଧ୍ୟ ଫୋନ୍ ହ୍ୟାକ୍ ହେବାର ସଙ୍କେତ । ଏପରି ପରିସ୍ଥିତିରେ ତୁରନ୍ତ ଡାଟାକୁ ବ୍ୟାକଅପ୍ କରି ଫୋନକୁ ଫର୍ମାଟ୍ କରିଦିଅନ୍ତୁ ।

– ଫୋନ୍ ହ୍ୟାକ୍ କରିବା ପରେ ସାଇବର ଅପରାଧୀମାନେ ବେଳେବେଳେ ଆପଣଙ୍କ ଫୋନରେ ଥିବା ଥିବା ଆଣ୍ଟି ଭାଇରସକୁ ବନ୍ଦ କରିଦିଅନ୍ତି । ଯଦି ଫୋନରେ ଥିବା ଆଣ୍ଟି ଭାଇରସ୍ କାମ ନକରେ, ତେବେ ଏହା ଫୋନ୍ ହ୍ୟାକ୍ ହେବାର ସଙ୍କେତ ହୋଇପାରେ ।

– ସ୍ମାର୍ଟଫୋନ୍ ବହୁତ ସ୍ଲୋ ହୋଇଗଲେ ସତର୍କ ରୁହନ୍ତୁ । ଏହା ମଧ୍ୟ ଫୋନ୍ ହ୍ୟାକ୍ ହେବାର ଏକ ସଙ୍କେତ ଅଟେ । ତେବେ ଦେଖିବାକୁ ମିଳିଛି ଯେ, ହ୍ୟାକରମାନେ ଫୋନ୍ ହ୍ୟାକ୍ କରି ଏହାର ବ୍ୟବହାର ବିଟକଏନ୍ ମାଇନିଂ ପାଇଁ କରନ୍ତି । ଏହାଦ୍ୱାରା ଫୋନ୍ ହ୍ୟାଙ୍ଗ ହୋଇଯାଏ ।

Get real time updates directly on you device, subscribe now.