fbpx

ATMରୁ କ୍ୟାଶ୍ ଉଠାଇଲେ ଆପଣଙ୍କ ଆକାଉଣ୍ଟରୁ ପଇସା କଟି ଯାଉଛି କି: ଏଣିକି ଆଉ କଟିବନି, ଆସିଗଲା ଏକ ଖାସ୍ ଟ୍ରିକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ରାହକ ପାଇଁ ଅନଲାଇନ ପେମେଣ୍ଟ ଅର୍ଥାତ ୟୁପିଆଇ ଫ୍ରି ହୋଇଥାଏ । ମାତ୍ର ଏଟିଏମରୁ ଟଙ୍କା ଉଠାଇଲେ ଏବେ ପୂର୍ବାପେକ୍ଷା ଅଧିକ ଚାର୍ଜ ଦେବାକୁ ପଡ଼ିବ । ଟଙ୍କା ଉଠାଣ ପରେ ପ୍ରତ୍ୟେକ କାରବାର ପାଇଁ ଆପଣଙ୍କୁ ଏବେ ପୂର୍ବାପେକ୍ଷା ଅଧିକ ଅର୍ଥ ଗଣିବାକୁ ପଡ଼ିବ । ସାରା ଦେଶର ବଡ଼ ବଡ଼ ସରକାରୀ ଓ ଘରୋଇ ବ୍ୟାଙ୍କର ଏଟିଏମ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ ହୋଇଛି । ଟଙ୍କା ଉଠାଇବାକୁ ନେଇ ଏବେ ବ୍ୟାଙ୍କ ୧୫ରୁ ୨୫ ଟଙ୍କା ଚାର୍ଜ ଆଦାୟ କରୁଛି ।

ଏସବିଆଇ ଗ୍ରାହକମାନେ ମେଟ୍ରୋ ସହରରେ କାର୍ଡ ବ୍ୟବହାର କରୁଥିଲେ ୩ ଥର ମାଗଣା ସେବା ମିଳିବ । ୩ ଥରରୁ ଅଧିକ ବ୍ୟବହାର କଲେ ପ୍ରତି ଥର ପାଇଁ ୧୦ ଟଙ୍କା ଲାଗିବ । ଯଦି ଆପଣ ଅନ୍ୟ ବ୍ୟାଙ୍କର ଏଟିଏମ ୟୁଜ୍ କରିବେ ତେବେ ପ୍ରତି ଥର ୨୦ ଟଙ୍କା ଦେବେ । ଏଥିସହିତ ଗ୍ରାହକଙ୍କଠାରୁ ଜିଏସଟି ମଧ୍ୟ ଆଦାୟ କରାଯାଇଥାଏ ।

ପିଏନବିରେ ଏହି ସେବା ୫ ପର୍ଯ୍ୟନ୍ତ ସୀମିତ ରହିଛି । ଏହା ଠାରୁ ଅଧିକ ଉଠାଇଲେ ପ୍ରତି ଥର ୧୦ ଟଙ୍କା ଦେବାକୁ ପଡ଼ିବ । ଅନ୍ୟ ବ୍ୟାଙ୍କରୁ ଉଠାଇଲେ ମେଟ୍ରୋ ସିଟିରେ ୩ ଥର ଫ୍ରି ରହିବ ଓ ଅଣମେଟ୍ରୋରେ ୫ ଥର ଫ୍ରି ରହିବ । ବ୍ୟାଙ୍କ ଏଟିଏମ ପାଇଁ ପ୍ରତି ୬ ମେଟ୍ରୋ ସହରରେ ୩ ଟ୍ରାଞ୍ଜାକସନ ସମ୍ପୂର୍ଣ୍ଣ ମାଗଣା । ସେଗୁଡ଼ିକ ମଧ୍ୟରେ ରହିଛି ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, କୋଲକତା, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ।

ତେବେ ବ୍ୟାଙ୍କର ଏହି ନିୟମକୁ ନେଇ ଅଧିକାଂଶ ଗ୍ରାହକ ଅସନ୍ତୋଷ ବ୍ୟକ୍ତ କରିଥାନ୍ତି । ଯଦି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥାନ୍ତି ତେବେ ଆପଣ ଆଇସିଆଇସିଆଇ ବ୍ୟାଙ୍କର ୱେଲଥ ଆକାଉଣ୍ଟ ୟୁଜ୍ କରିପାରିବେ । ଏହି ଖାତ।।ରେ ଆପଣଙ୍କୁ ବାର୍ଷିକ ଡେବିଟ୍ କାର୍ଡ ଫିସ୍ ଦେବାକୁ ପଡ଼ିବନି । ଯଦି ଆପଣ ଆଇସିଆଇସିଆଇ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବେ ତେବେ ଏଥିପାଇଁ ଆପଣଙ୍କୁ ଟଙ୍କାଟିଏ ମଧ୍ୟ ଦେବାକୁ ପଡ଼ିବ ନାହିଁ । ଅନ୍ୟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇଲେ ଚାର୍ଜ ଦେବାକୁ ପଡ଼ିବ ।

Get real time updates directly on you device, subscribe now.