ବିନା Internetରେ ମଧ୍ୟ ବ୍ୟବହାର କରିପାରିବେ Google Maps! ଜାଣନ୍ତୁ ଉପାୟ
ଆଜକାଲି Google Maps ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଯାତ୍ରା ସମୟରେ ରାସ୍ତା ଖୋଜିବାଠାରୁ ନେଇ ପାଖରେ ଥିବା ରେଷ୍ଟୁରାଣ୍ଟ ଏବଂ ଗ୍ୟାସ ଷ୍ଟେସନ ପର୍ଯ୍ୟନ୍ତ, ଗୁଗଲ ମ୍ୟାପ୍ସ ପ୍ରତିଟି ସ୍ଥାନରେ ସହାୟକ ହୋଇଛି।
ନୂଆଦିଲ୍ଲୀ: ଆଜିର ସମୟରେ ଗୁଗଲ ମ୍ୟାପ୍ସ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ କାର୍ଯ୍ୟ କରୁଛି। ଯାତ୍ରା ସମୟରେ ରାସ୍ତା ଖୋଜିବାଠାରୁ ନେଇ ପାଖ ରେଷ୍ଟୁରାଣ୍ଟସ୍ ଏବଂ ଗ୍ୟାସ ଷ୍ଟେସନ ପର୍ଯ୍ୟନ୍ତ ଗୁଗଲ ମ୍ୟାପ ସବୁବେଳେ ଆମକୁ ସାହାଯ୍ୟ କରୁଛି।
ହେଲେ ଆପଣ ଜାଣିଛନ୍ତି କି ଗୁଗଲ ମ୍ୟାପ୍ସକୁ ଆପଣ ବିନା ଇଣ୍ଟରନେଟରେ ବି ବ୍ୟବହାର କରିପାରିବେ? ଅଫଲାଇନ ମୋଡରେ ମଧ୍ୟ ଗୁଗଲ ମ୍ୟାପ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଆସନ୍ତୁ ଜାଣିବା ଏହି ସୁବିଧାର କିପରି ଉଠାଇପାରିବେ ଲାଭ।
ଅଫଲାଇନ ମ୍ୟାପ୍ସ ଡାଉନଲୋଡ କରିବାର ଉପାୟ:
-ଗୁଗଲ ମ୍ୟାପକୁ ଅଫଲାଇନ ବ୍ୟବହାର କରିବା ପାଇଁ ଆପଣ ସର୍ବପ୍ରଥମେ ମ୍ୟାପ ଡାଉନଲୋଡ କରନ୍ତୁ।
-Google Maps ଆପ୍ ଖୋଲନ୍ତୁ।
-ସେହି ସ୍ଥାନରେ ପ୍ଲେସ୍ ସର୍ଚ୍ଚ କରନ୍ତୁ, ଯାହାର ମ୍ୟାପ ଆପଣ ଅଫଲାଇନ ଡାଉନଲୋଡ କରିବାକୁ ଚାହୁଁଛନ୍ତି।
-ସର୍ଚ୍ଚ ବାର ତଳେ ବା ଲୋକେସନ ସୂଚନା ପାଖରେ “Download”ର ବିକଳ୍ପ ଦେଖାଯିବ। ତାହା ଉପରେ କ୍ଲିକ୍ କରନ୍ତୁ।
-ଆପଣଙ୍କୁ ସ୍କ୍ରିନ ଉପରେ ଏକ ଅଞ୍ଚଳ ବାଛିବାର ବିକଳ୍ପ ମିଳିବ। ନିଜ ଉପଯୋଗ ଅନୁସାରେ, ଏରିଆକୁ ଆଡଜଷ୍ଟ କରନ୍ତୁ।
– “Download”ବଟନ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କ ମ୍ୟାପ ଡାଉନଲୋଡ ହେବା ଆରମ୍ଭ ହୋଇଯିବ।
ଅଫଲାଇନ ମୋଡର ଉପଯୋଗ କିପରି କରିବେ: ମ୍ୟାପ ଡାଉନଲୋଡ ହେବା ପରେ ଆପଣ ଏହାକୁ ବିନା ଇଣ୍ଟରନେଟ କନେକ୍ସନରେ ଖୁବ ସହଜରେ ବ୍ୟବହାର କରିପାରିବେ। ଯେବେ ଆପଣ ଅଫଲାଇନ ହେବେ, ସେବେ Google Maps ଆପଣଙ୍କୁ ସେହି ଡାଉନଲୋଡ କରାଯାଇଥିବା ଅଞ୍ଚଳ ଭିତରେ ନେଭିଗେସନ ଏବଂ ଅନ୍ୟ ସୂଚନା ପ୍ରଦାନ କରିବ। ଲାଇଭ ଟ୍ରାଫିକ ଅପଡେଟ ଏବଂ କିଛି ଅନ୍ୟ ଫିଚର୍ସ ଅଫଲାଇନ ମୋଡରେ ଉପଲବ୍ଧ ହେବ ନାହିଁ।
ଏହି କଥା ଉପରେ ଧ୍ୟାନ ଦିଅନ୍ତୁ:
-ଡାଉନଲୋଡ କରାଯାଇଥିବା ମ୍ୟାପ୍ସ କିଛି ସମୟ ପରେ ଏକ୍ସପାୟର ହୋଇପାରେ, ଏଥିପାଇଁ ଏମାନଙ୍କୁ ନିୟମିତ ଭାବେ ଅପଡେଟ କରନ୍ତୁ।
-ଏଥିପାଇଁ ଆପଣଙ୍କ ଡିଭାଇସରେ ଷ୍ଟୋରେଜ ସ୍ପେସ ରଖନ୍ତୁ।ଏହି ସୁବିଧା ବିଶେଷ ଭାବେ ସେହି ସ୍ଥାନରେ ଉପଯୋଗୀ ଯେଉଁଠାରେ ଇଣ୍ଟରନେଟ କନେକ୍ସନ କମ ରହିଥାଏ।
ଗୁଗଲ ମ୍ୟାପ୍ସର ଅଫଲାଇନ ଫିଚର୍ସ ସେହି ଯାତ୍ରୀଙ୍କ ପାଇଁ, ଯେଉଁମାନଙ୍କୁ ଯାତ୍ରା ସମୟରେ ଇଣ୍ଟରନେଟ ଆକ୍ସେସ ମିଳିନଥାଏ। ଏହାକୁ ସଠିକ୍ ଭାବେ ବ୍ୟବହାର କରି ଆପଣ ନିଜ ଯାତ୍ରାକୁ ସୁଗମ କରିପାରିବେ।