ଭାରତବର୍ଷରେ ଉପରାଷ୍ଟ୍ରପତି କେମିତି ନିର୍ବାଚିତ ହୋଇଥାନ୍ତି: କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଦେଶରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଛି । ଆସନ୍ତା ଅଗଷ୍ଟ ମାସ ୬ ତାରିଖରେ ସମଗ୍ର ଭାରତବର୍ଷରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଆସନ୍ତା ମାସ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ କହିଛନ୍ତି । ତେବେ ଉପରାଷ୍ଟ୍ରପତି ନିର୍ବଚାନ କେମିତି ହୁଏ, ସେନେଇ ଅଧିକାଂଶ ଲୋକ ଅଜ୍ଞାତ ଥାଆନ୍ତି ।

ଉପରାଷ୍ଟ୍ରପତି ନିର୍ବାଚନ ଇଲେକ୍ସନ ଅନୁପାତିକ ପ୍ରତିନିଧି ପଦ୍ଧତିରେ କରାଯାଇଥାଏ । ଏଥିରେ ଭୋଟିଂ ଖାସ୍ ତରିକାରେ କରାଯାଏ, ଯାହାକୁ କି ସିଙ୍ଗଲ ଟ୍ରାନ୍ସଫରବଲ ଭୋଟ ସିଷ୍ଟମ କୁହାଯାଇଥାଏ । ମତଦାତାମାନେ ଗୋଟିଏ ଭୋଟ ଦେଉଥିବା ବେଳେ ନିଜର ପସନ୍ଦ ଅନୁଯାୟୀ ପ୍ରାଥମିକତା ସ୍ଥିର କରିଥାନ୍ତି । ମତଦାତାମାନେ ସେମାନଙ୍କର ପ୍ରଥମ ପସନ୍ଦଙ୍କୁ ୧, ଦ୍ୱିତୀୟ ପସନ୍ଦଙ୍କୁ ୨ ଏପରି ଭାବେ ପ୍ରାର୍ଥୀଙ୍କୁ ପ୍ରାଥମିକତା ଦେଇଥାନ୍ତି । ପୂର୍ବବର୍ତ୍ତୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମାପ୍ତର ୬୦ ଦିନ ମଧ୍ୟରେ ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସମ୍ବିଧାନର ଅନୁଚ୍ଛେଦ ୬୬ ଅନୁଯାୟୀ ଇଲେକ୍ଟୋରାଲ କଲେଜରେ ମୋଟ ୭୮୮ ଜଣ ସାଂସଦ ରହିଥାନ୍ତି । ଏଥିରେ ରାଜ୍ୟସଭାର ୨୩୩ ଜଣ ନିର୍ବାଚିତ ସଦସ୍ୟ, ୧୨ ଜଣ ମନୋନୀତ ସଦସ୍ୟ ଓ ଲୋକସଭାର ୫୪୩ ଜଣ ସଦସ୍ୟ ସାମିଲ ରହିଥାନ୍ତି । ରାଷ୍ଟ୍ରପତି ନିର୍ବାଚନ ପରି ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରତ୍ୟେକ ସାଂସଦଙ୍କ ଭୋଟ ସମାନ ଅର୍ଥାତ ଏକ ହୋଇଥାଏ ।

ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭାର ମହାସଚିବ ପୁଲିଂ ଅଫିସର ଦାୟିତ୍ୱ ସମ୍ଭାଳିବେ । ନିୟମ ମୁତାବକ, ଲୋକସଭା ଓ ରାଜ୍ୟସଭାର ମହାସଚିବ ପାଳି କରି ପୁଲିଂ ଅଫିସର ହୋଇଥାନ୍ତି । ବତ୍ତର୍ମାନ ରାଜ୍ୟସଭାର ମହାଚିବ ରାଷ୍ଟ୍ରପତି ନିର୍ବାଚନର ରିଟର୍ଣ୍ଣିଂ ଅଫିସର ଅଛନ୍ତି, ଏପରି ସ୍ଥଳେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଲୋକସଭାର ମହାସଚିବ ଦାୟିତ୍ୱରେ ରହିବେ । ଆବଶ୍ୟକ ପଡ଼ିଲେ ସଂସଦ ଭବନର ପ୍ରଥମ ମହଲାର ୬୩ ନମ୍ବର ଗୃହରେ ମତଦାନ କରାଯିବ ।