୨୦୨୫ରେ ଶନି, ରାହୁ, କେତୁ ଗୋଚର ଯୋଗ; ୭ ରାଶି ପାଇଁ ଭୟଙ୍କର ପରିସ୍ଥିତି ବେଳେ ୫ ରାଶିର ରହିଛି ସବୁ କ୍ଷେତ୍ରରେ ଉନ୍ନତି

ଓଡିଶା ଭାସ୍କର: ଆଉ ଦିନ କେଇଟା, ଶେଷ ହେବ ବର୍ଷ ୨୦୨୪ ଓ ଆରମ୍ଭ ହେବ ୨୦୨୫ । ତେଣୁ ଆଗାମୀ ବର୍ଷ କେମିତି ରହିବ କେଉଁ ରାଶି ପାଇଁ ତାକୁ ନେଇ ଲୋକଙ୍କ ମଧ୍ୟରେ ଆଗ୍ରହ । ନିଜ ନିଜ ଜାତକ ଧରି ଅନେକ ଜୋତିଷଙ୍କ ପାଖକୁ ଗଲେଣି । ତେବେ ଜ୍ୟୋତିଷଙ୍କ ମୁତାବକ, ଆସନ୍ତା ବର୍ଷରେ ଶନି, ଗୁରୁ, ରାହୁ ଓ କେତୁଙ୍କ ଗୋଚର ଯୋଗ ରହିଛି । ଯାହାର ପ୍ରଭାବ ସବୁ ରାଶି ଉପରେ ପଡିବ । ତେବେ ଏହି ଗ୍ରହମାନଙ୍କ ଚଳନ ୫ ରାଶି ପାଇଁ ଦେବ ଅପୂର୍ବ ସୁଯୋଗ । ଏହି ରାଶିମାନଙ୍କ ମଧ୍ୟରେ ରହିଛି-

ବୃଷ: ୨୦୨୫ ବର୍ଷଟି ବୃଷ ରାଶି ପାଇଁ ବହୁ ସୁଯୋଗ ସୁବିଧା ଯୋଗାଇ ଦେବ । ଏହି ରାଶିର ବ୍ୟକ୍ତିଙ୍କ ବହୁ ପ୍ରତୀକ୍ଷିତ ଉନ୍ନତି ଘଟିବ । ମନପସନ୍ଦରେ ଚାକିରି, ପଦପଦବୀ, ଅର୍ଥ ରୋଜଗାରର ସୁବିଧା ମିଳିବ । ସମାଜରେ ସମ୍ମାନ ବଢିବ । ଦୂର ଦୂର ପର୍ଯ୍ୟନ୍ତ ଖ୍ୟାତି ବଢିବ । ବ୍ୟବସାୟରେ ମଧ୍ୟ ବହୁ ସଫଳତା ମିଳିବାର ସମ୍ଭବନା ରହିଛି ୨୦୨୫ରେ ।

ସିଂହ:ଯେଉଁମାନଙ୍କର ସିଂହ ରାଶି, ସେମାନଙ୍କ ପାଇଁ ନୂଆବର୍ଷ ବହୁ ଲାଭ ଦେବ । କ୍ୟାରିୟରରେ ସଫଳତା ମିଳିବ । ସ୍ଥାୟୀ ଚାକିରି ପ୍ରାପ୍ତିର ଯୋଗ ରହିଛି । ବ୍ୟବସାୟରେ ମଧ୍ୟ ସିଂହରାଶିର ବ୍ୟକ୍ତି ବହୁ ଉନ୍ନତି କରିବେ । ବିଦେଶରେ ମଧ୍ୟ କାରବାରର ପ୍ରସାର ହେବ । ତେବେ ବ୍ୟକ୍ତିଗତ ଜୀବନରେ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

କନ୍ୟା: ବର୍ଷ ୨୦୨୫ରେ କନ୍ୟା ରାଶି ଜାତକଧାରୀଙ୍କୁ ପ୍ରତି ପାଦରେ ଭାଗ୍ୟ ସାଥ ଦେବ । ଯେଉଁ କାମରେ ହାତ ଦେବେ, ତାକୁ ପୁରା କରିବେ । ଏହି ବର୍ଷ ଉନ୍ନତିର ଶିଖରରେ ପହଞ୍ଚିବାର ସୁଯୋଗ ରହିଛି । ସରକାରୀ ଚାକିରି ପାଇବାର ସ୍ୱପ୍ନ ମଧ୍ୟ ପୂରଣ ହେବ ଓ ଆର୍ଥିକ ସ୍ଥିତି ସୁଧୁରିବ ।

ତୁଳା: ୨୦୨୫ରେ ତୁଳାରାଶିର ବ୍ୟକ୍ତିବିଶେଷଙ୍କ ବହୁ ସ୍ୱପ୍ନ ପୂରା ହେବ । ଚାକିରି କ୍ଷେତ୍ରରେ ସେହିସବୁ ସ୍ୱପ୍ନ ସାକାର ହେବ, ଯାହାର ଅପେକ୍ଷାରେ ବହୁ ବର୍ଷରୁ ବସିଛନ୍ତି । ତୁଳାରାଶି ଲୋକ ବହୁ ଉନ୍ନତି କରିବେ । ନୂଆ ଦାୟିତ୍ୱ ମିଳିବ । ଉଚ୍ଚ ପଦକୁ ଉତ୍ତିର୍ଣ୍ଣ ହେବେ । ବ୍ୟବସାୟରେ ଧନଦେବୀଙ୍କ ଆଶୀର୍ବାଦ ବର୍ଷା ହେବ । ବ୍ୟକ୍ତିଗତ ଜୀବନ ମଧ୍ୟ ସୁଖ ଶାନ୍ତିରେ ଭରିଯିବ ।

ବିଛା: ବିଛା ରାଶିର ଲୋକଙ୍କ ପାଇଁ ବର୍ଷ ୨୦୨୫ ବହୁତ ଭଲ ରହିବ । ଯେଉଁ ସମସ୍ୟାକୁ ନେଇ ଦୀର୍ଘ ବର୍ଷରୁ ଆପଣ ବିବ୍ରତ ଅଛନ୍ତି, ତାହା ଦୂରହେବ । ଚାକିରି କ୍ଷେତ୍ରରେ ଭଲ ଫଳ ମିଳିବ । ଭଲ ଅର୍ଥ ଉପାର୍ଜନର ଯୋଗ ମଧ୍ୟ ରହିଛି ।

Get real time updates directly on you device, subscribe now.