ସମ୍ଭୋଗ ଏକ ମିଳନ ଅବସ୍ଥା କିନ୍ତୁ ଏହାର ଅନୁଭୁତି ବ୍ୟକ୍ତି ଠାରୁ ବ୍ୟକ୍ତି ଅଲଗା ହୋଇଥାଏ ? ସମ୍ଭୋଗ ଅର୍ଥାତ ସମ ଭୋଗ , ଯେଉଁ ଅବସ୍ଥା ରେ ଆମ ଶରୀର ର ଦୁଇ ତତ୍ତ୍ଵ ନାରୀ ଓ ପୁରୁଷ ପରସ୍ପର ରତି ରମଣ କରେ । ଶାରୀରିକ ରୂପରେ ଆମେ ନାରୀ ବା ପୁରୁଷ ସହ ମିଳନ ଅବସ୍ଥା ରେ ରହିପାରୁ କିନ୍ତୁ ଶରୀର ମଧ୍ୟରେ ଆମେ ଏହାକୁ ଅନୁଭବ କରୁ । ପ୍ରାଚୀନ ତନ୍ତ୍ର ଯୋଗ ହିସାବରେ , ବାହ୍ୟ ନାରୀ ବା ପୁରୁଷ ଅନ୍ୱେଷଣ ଆମେ ନିଜ ଶରୀର ମଧ୍ୟରେ ଥିବା ନାରୀ ବା ପୁରୁଷ କୁ ଖୋଜିବାକୁ କରିଥାଏ । ଆମେ କେବଳ ବାହ୍ୟ ନାରୀ ବା ପୁରୁଷ ମଧ୍ୟରେ ଆମ ଅନ୍ତର ମଧ୍ୟରେ ଥିବା ଆମ ବିପରୀତ ତତ୍ତ୍ଵ କୁ ଖୋଜୁଥାଏ । ଆଉ ଯେଉଁ ସମୟ ପାଇଁ ଏହା ସହ ମିଳନ ହୁଏ ସେହି ସମୟ ଶୂନ୍ୟ ହୋଇଯାଏ । ଅର୍ଥାତ୍ ଆମ କୁ ସମୟ ଜଣା ପଡ଼େ ନାହିଁ । ଆଉ ଆମେ ନିଜ ମଧ୍ୟରେ ଲୀନ ହେଉ , ଏହି ସମୟ ଅନେକଙ୍କ ପାଇଁ ବହୁତ୍ କମ୍ ଥାଏ । ଆଉ ବ୍ୟକ୍ତି ଏହାକୁ ଅଧିକ ସମୟ ଅନୁଭବ କରିବାକୁ ଚେଷ୍ଟା କରେ । ତେବେ ଏହି ମିଳନ ହିଁ ମନୁଷ୍ୟ ର ପ୍ରକୃତ ଅନ୍ୱେଷଣ ।
୧. ସମୟ ର ପରିକଳ୍ପନା ହିଁ ମସ୍ତିଷ୍କ ବା ମନ୍ । ମନ ସବୁବେଳେ ଅତୀତ ଆଉ ଭବିଷ୍ୟତ ରେ ବୁଲା ବୁଲି କରେ । କିନ୍ତୁ ବର୍ତ୍ତମାନ ରେ ମନ ନଥାଏ । ଆମେ ସବୁବେଳେ ମନ୍ କଳ୍ପନା ,ବିଚାର , ତର୍କ ବିଶ୍ଳେଷଣ ଏହି ସବୁ ରେ ସମୟ ଖର୍ଚ୍ଚ କରୁଛୁ । ଏଣୁ ମନୁଷ୍ୟ ନିଜ ଶରୀର ରେ ଥିବା ଅନ୍ୟ କେନ୍ଦ୍ର ଯେମିତି ହୃଦୟ ନାଭି ନେଇ ଅବଗତ ହୋଇପାରେ ନାହିଁ ।
୨. ସମ୍ଭୋଗ ସମୟ ରେ ଆମ ଅଭ୍ୟାସ ଗତ ହୋଇ ଆମେ ସମ୍ଭୋଗ ରେ ପରବର୍ତ୍ତୀ ସୋପାନ କନ୍ ହେବ ନହେବ ଆଉ ମନରେ ତିଆରି ଚିତ୍ର ହିସାବରେ କିଭଳି କଥା ମନରେ ଚାଲେ। ଯାହା ଦ୍ଵାରା ମସ୍ତିଷ୍କ ଅଧିକ ଟେନ୍ସ ହୁଏ । ଆଉ ମସ୍ତିଷ୍କ ଟେନ୍ସ ହେଲେ ନିଶ୍ବାସ ର ଗତି ଅଧିକ ହୁଏ । ଆଉ ଗତି ଅଧିକ ହେଲେ ସମ୍ଭୋଗ ଖୁବ୍ ଶୀଘ୍ର ସରିଯାଏ । ଆଉ ଶରୀର ନିସ୍ତେଜ୍ ହୋଇଯାଏ । ପ୍ରତିକ୍ରିୟା ରୂପକ ଆତ୍ମା ଗ୍ଲାନି ହୁଏ , ନିଜକୁ ଛୋଟ ଅନୁଭବ ହୁଏ । ଯୌନ ସ୍ବାସ୍ଥ୍ୟ ପାଇଁ ନକାରାତ୍ମକ ହୁଏ ।
୩. ଆମ ଶ୍ୱାସ ଆଉ ସମ୍ଭୋଗ ର ସିଧା ସିଧା ସମ୍ବନ୍ଧ ରହିଛି । ଶ୍ୱାସ ଯେତେ ଧୀର ହେବ ସମ୍ଭୋଗ ଅଧିକ ସମୟ ହେବ । ଆଉ ଶ୍ୱାସ ଜୋର୍ ହେଲେ ଓଲଟା। ଶ୍ୱାସ ବା ଦମ୍ । ଏହାକୁ ଏକ ସାଧନ ରୂପରେ ଆମେ ନେଇ ପାରିବ । ଦିନରେ ୧ ଘଣ୍ଟା ଶାନ୍ତ ହେବାକୁ ଆମେ ବସିବା ଆଉ ଯା ଆସ କରୁଥିବା ଶ୍ୱାସ କୁ ଅନୁଭବ କରିବା , ଆପଣ ଲକ୍ଷ କରିବେ ଶ୍ୱାସ ଗତି ଲକ୍ଷ୍ୟ କରିବା ମାତ୍ରକେ ଏହା ଲମ୍ବା ହେବା ଆରମ୍ଭ କରେ ଆଉ ଏହା ଆମ ନାଭି କୁ ସ୍ପର୍ଶ କରେ । ଆମ ଶରୀର ରେ ନାହି ତଳକୁ ଆମ ମୁଳଧାର ଚକ୍ର ରହିଛି ଯାହା କାମଚକ୍ର ଅଟେ , ତେବେ ନିଶ୍ବାସ ଯେତେ ଧୀରେ ହେବ କ୍ରମଶଃ ଶ୍ୱାସ ଲମ୍ବା ରୁ ଛୋଟ ହେଇ ଆସିବ । ଆଉ ଶରୀର ଶୀତଳ ଅବସ୍ଥା କୁ ଆସିବା ଆରମ୍ଭ କରିବ । ଏହି ଅବସ୍ଥା କି ନିର୍ମଳ ଚିତ୍ତ ଅବସ୍ଥା କୁହନ୍ତି । ଏହା ଶରୀରକୁ ସ୍ଥିରତା ଦିଏ ।
୪. କାମନା ସମୟରେ ଉତେଜନା ଯେତେ କମ୍ ହେବ ସେତେ ସମ୍ଭୋଗ ସମୟ ଅଧିକ ହେବ । ସମ୍ଭୋଗ ସମୟ ରେ ବର୍ତ୍ତମାନ ମୁହୂର୍ତ୍ତ ରେ ରହିବା ଆବଶ୍ୟକ । ଆଉ ସାଥୀ ର ସ୍ପର୍ଶ ରେ ଶରୀର କ୍ରମଶଃ ଆନ୍ଦୋଳିତ ହେବା ଆରମ୍ଭ କରେ , ଏହାକୁ ସ୍ୱୀକାର କରିବା ଆବଶ୍ୟକ ଆଉ ଏହା ସହ ଏକ ଶାରୀରିକ କମ୍ପନ ବି ଅନୁଭବ ହୁଏ । ଏହାକୁ ବି ସ୍ବୀକାର କରିବା ଆବଶ୍ୟକ । ତେବେ ଏପରି ଅନ୍ତଃ ଅନୁଭବ ରେ ଜଣେ ଯୋଡ଼ା ( ନାରୀ ପୁରୁଷ ) ଅନୁଭବ କରେ ଯେ ସମ୍ଭୋଗ ସମୟ ରେ ସ୍ଥିରତା ଆସୁଛି, ଆଉ ପରସ୍ପର ଉର୍ଜା ମିଳନ ହେଉଛି । ଏହାହିଁ ଅନେକ ସମୟ ରେ ଚରମ ସୁଖ ବା ଇଂରାଜୀ ରେ ବିନା ଶକ୍ତି ବା ରସ କ୍ଷୟ ରେ ଓର୍ଗସ୍ମ ସୁଖ ଦିଏ । ଯାହା ତନ୍ତ୍ର ହିସାବ ରେ ସମାଧି ର ଅନୁଭବ ଅଟେ ।
ମନେ ରଖନ୍ତୁ ସମ୍ଭୋଗରେ ମସ୍ତିଷ୍କ ରହିଲେ ସମ୍ଭୋଗ ଅସମ୍ପୂର୍ଣ୍ଣ ଅଟେ । ସମ୍ଭୋଗ ଏକ ହୃଦୟର ସ୍ଥିର ଅନୁଭବ ଅବସ୍ଥା ଅଟେ ଆଉ ସମ୍ଭୋଗ ତେବେ ହିଁ ପରିପୂର୍ଣ୍ଣ ହୋଇ ପାରିବ।