ଭୁବନେଶ୍ୱର: ରାଜ୍ୟରେ ଅନାଥ ପିଲାଙ୍କ ସର୍ଭେ କରିବେ ରାଜ୍ୟ ସରକାର । ବାପା କିମ୍ବା ମା’ଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ପିଲାଙ୍କ ସର୍ଭେ ବି ହେବ ।
ସର୍ଭେ ସଂକ୍ରାନ୍ତରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ମହିଳା ଓ ଶତିଶୁ କଲ୍ୟାଣ ବିଭାଗ । ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ସର୍ଭେ କରିବାକୁ ଗାଇଡଲାଇନ୍ ଜାରିକରାଯିବ ।
ଡିଏସଡବ୍ଲ୍ୟୁଓ, ଆଇସିଡିଏସ୍ ସୁପରଭାଇଜର, ସିଡିପିଓ, ଡିସିପିଓଙ୍କୁ ତଦାରଖ ଦାୟିତ୍ୱ ପ୍ରଦାନ କରାଯିବ ।