fbpx

DA ବଢ଼ିଥିଲା, ଏବେ HRA ବଢ଼ିବ! କେନ୍ଦ୍ର କର୍ମଚାରୀଙ୍କୁ ପୁଣି ମିଳିବାକୁ ଯାଉଛି ଏକ ବଡ଼ ଉପହାର

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ନିକଟରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିଥିବା ବେଳେ ଏବେ ପୁଣି ଦେବାକୁ ଯାଉଛନ୍ତି ଏକ ବଡ଼ ଉପହାର । ସୂଚନା ମୁତାବକ, କେନ୍ଦ୍ର ସରକାର ଖୁବଶୀଘ୍ର ହାଉସିଂ ରେଣ୍ଟ ଆଲାଉନ୍ସ (ଏଚଆରଏ) ବୃଦ୍ଧି ଘୋଷଣା କରିପାରନ୍ତି । ପୂର୍ବରୁ କେନ୍ଦ୍ର ସରକାର ଡିଏ ୪ ପ୍ରତିଶତ ବୃଦ୍ଧି କରିଥିବା ବେଳେ ଏବେ ଏଚଆରଏ ବୃଦ୍ଧି କରିବା ଫଳରେ କର୍ମଚାରୀଙ୍କ ପକେଟକୁ ଅଧିକ ଅର୍ଥ ଆସିବ ।

ସରକାରୀ କର୍ମଚାରୀଙ୍କ ଏଚଆରଏ ବୃଦ୍ଧି ନିଷ୍ପତ୍ତି ପାଇଁ ଏକ ସ୍ପେଶାଲ ଫର୍ମୂଲା ଆପ୍ଲାଏ ହୋଇଥାଏ । ଯେଉଁ ସହରର ଜନସଂଖ୍ୟା ୫୦ ଲକ୍ଷରୁ ଅଧିକ ହୋଇଥାଏ, ତାହା ‘ଏକ୍ସ’ ବର୍ଗରେ ଆସିଥାଏ । ସେହିପରି ଯେଉଁ ସହରର ଜନସଂଖ୍ୟା ୫୦ ଲକ୍ଷରୁ ଅଧିକ ହୋଇଥାଏ, ତାହା ‘ୱାଇ’ ବର୍ଗରେ ଆସିଥାଏ । ୫ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ‘ଜେଡ୍’ ବର୍ଗରେ ଆସିଥାଏ । ଏହି ତିନି ବର୍ଗ ପାଇଁ ସର୍ବନିମ୍ନ ଏଚଆରଏ ଯଥାକ୍ରମେ ୫୪୦୦, ୩୬୦୦ ଓ ୧୮୦୦ ରହିଥାଏ ।

କର୍ମଚାରୀଙ୍କ ଏଚଆରଏ ସହରର ଶ୍ରେଣୀ ଅନୁସାରେ ନିର୍ଦ୍ଧାରିତ ହୋଇଥାଏ । ଏକ୍ସ ଶ୍ରେଣୀ ସହରରେ କାମ କରୁଥିବା କର୍ମଚାରୀଙ୍କ ଏଚଆରଏ ୪-୫ ପ୍ରତିଶତ ବୃଦ୍ଧି ହୋଇଥାଏ । ବର୍ତ୍ତମାନ ଏହି ଶ୍ରେଣୀ ପାଇଁ ଏଚଆରଏ ୨୭ ପ୍ରତିଶତ ରହିଛି । ୱାଇ ଶ୍ରେଣୀ ପାଇଁ ଏଚଆରଏ ୨ ପ୍ରତିଶତ ବଢ଼ିଥାଏ । ବର୍ତ୍ତମାନ ଏହି ଶ୍ରେଣୀର ଏଚଆରଏ ୧୮-୨୦ ପ୍ରତିଶତ ରହିଛି । ଜେଡ୍ ଶ୍ରେଣୀ ପାଇଁ ୧ ପ୍ରତିଶତ ଏଚଆରଏ ବଢ଼ିବାର ସମ୍ଭାବନା ରହିଥାଏ । ବର୍ତ୍ତମାନ ଏହି ଶ୍ରେଣୀ ପାଇଁ ୯-୧୦ ପ୍ରତିଶତ ଏଚଆରଏ ମିଳୁଛି ।

Get real time updates directly on you device, subscribe now.