fbpx

ହ୍ରିତିକ୍ ରୋଶନଙ୍କ ପରିବାର ସହ ଦେଖାହେଲେ ‘ଗର୍ଲଫ୍ରେଣ୍ଡ୍’ ସବା ଆଜାଦ୍, ଏକାଠି ବିତାଇଲେ ବେଷ୍ଟ୍ Sunday

ମୁମ୍ବାଇ: ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ୍ ଓ ତାଙ୍କ ର୍ୟୁମରଡ୍ ଗର୍ଲଫ୍ରେଣ୍ଡ୍ ସବା ଆଜାଦ୍ ଙ୍କ ସମ୍ପର୍କ ଏବେ ପରିବାର ପାଖରେ ପହଞ୍ଚିଗଲାଣି । ଏକାଠି ଲଞ୍ଚ୍ ଓ ଡିନର୍ ବ୍ୟତୀତ ଏବେ ସବା ଆଜାଦ୍, ହ୍ରିତିକ୍ ଙ୍କ ପରିବାର ସହ ମଧ୍ୟ ଭେଟ ହୋଇସାରିଛନ୍ତି । ରବିବାର ଦିନ ସବାଙ୍କୁ ହ୍ରିତିକ୍ ନିଜର ପରିବାର ସହିତ ମିଟ୍ କରାଇଛନ୍ତି । ଦୁହେଁ ପରିବାର ସହିତ ସଣ୍ଡେ୍ ଏନଜୟ କରିଥିବା ନଜର ଆସିଛନ୍ତି ।

ସବା ଆଜାଦ୍, ହ୍ରିତିକ୍ ଙ୍କ ପରିବାର ସହିତ ଲଞ୍ଚ୍ ରେ ଉପସ୍ଥିତ ଥିଲେ । ଏହାର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଫଟୋକୁ ଦେଖିଲେ ଲାଗୁଛି ସବାଙ୍କୁ ହ୍ରିତିକଙ୍କ ପରିବାର ଖୁବ୍ ପସନ୍ଦ କରିଛନ୍ତି । ହ୍ରିତିକ୍ ରୋଶନ୍ ଙ୍କ କକା ଓ ମ୍ୟୁଜିକ୍ କମ୍ପୋଜର୍ ରାଜେଶ ରୋଶନ୍ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର୍ କରିଛନ୍ତି । ଏହି ଫଟୋରେ ହ୍ରିତିକ୍ ଓ ସବା ପରିବାର ସହିତ ବସିଥିବା ନଜର ଆସିଛନ୍ତି ।

 

View this post on Instagram

 

A post shared by Rajesh Roshan (@rajeshroshan24)

ଫଟୋରେ ହ୍ରିତିକ୍ ଙ୍କ ମାଆ ପିଙ୍କି ରୋଶନ୍, ପୁଅ ରିହାନ୍ ଓ ରେଦାନ୍, କଜିନ୍ ପର୍ମୀନା, ଭାଣଜୀ ସୁରନିକା ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଅଛନ୍ତି । ସୂଚନାଯୋଗ୍ୟ, ହ୍ରିତିକ ଓ ସବାଙ୍କର ଡେଟିଂ ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି । ଦୁହେଁ କେତେବେଳେ କାଫେ ତ ଆଉ କେତେବେଳେ ଫାଇଭ୍ ଷ୍ଟାର୍ ରେଷ୍ଟୁରାଣ୍ଟ୍ ବାହାରେ କ୍ୟାମେରାରେ ସ୍ପଟ୍ ହୋଇଛନ୍ତି ।

Get real time updates directly on you device, subscribe now.