fbpx

Krrish-4 ପାଇଁ ହ୍ରିତିକ୍ ରୋଶନ କରୁଛନ୍ତି ଡାଇରେକ୍ଟର ତଲାଶ ! ରାକେଶ ରୋଶନ କରିବେ ନାହିଁ ଫିଲ୍ମର ନିର୍ଦ୍ଦେଶନା

ମୁମ୍ବାଇ: ହ୍ରିତିକ୍ ରୋଶନଙ୍କ ଅଭିନୀତ ଫିଲ୍ମ “କ୍ରିଶ’ ଏକ ବ୍ଲକବଷ୍ଟର ଫ୍ରାଞ୍ଚାଇଜି । ୨୦୦୩ ରେ ଫିଲ୍ମ “କୋଇ ମିଲ୍ ଗୟା’ ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଖୁବ୍ ସୁନ୍ଦର ଏବଂ ରୋମାଞ୍ଚକର । ଫିଲ୍ମ “କ୍ରିଶ୍’ ଏବଂ କ”କ୍ରିଶ୍-୩’ ହ୍ରିତିକ ରୋଶନ ଏବଂ ରାକେଶ ରୋଶନଙ୍କ ଯୋଡ଼ି ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରିଥିଲେ । ଆଉ ଏବେ ଫ୍ୟାନ୍ସଙ୍କୁ ଏହି ଫିଲ୍ମର ଚତୁର୍ଥ ପାର୍ଟର ଅପେକ୍ଷା କରିଛନ୍ତି । ଫିଲ୍କ ଅନେକ ସମୟରୁ ପୋଷ୍ଟପୋନ୍ ହେଉଛି । କିନ୍ତୁ ଏବେ ଫିଲ୍ମକୁ ନେଇ ଅପଡେଟ୍ ଆସିଛି ।

କୁହାଯାଉଛି ଯେ ଫିଲ୍ମରେ ସୁପରହିରୋ ରୋଲ୍ ତ’ ହ୍ରିତିକ୍ କରିବେ କିନ୍ତୁ ଏହି ଫିଲ୍ମର ନିର୍ଦ୍ଦେଶନା ବୋଧ ହୁଏ ରାକେଶ ରୋଶନ କରିବେ ନାହିଁ । ଏକ ରିପୋର୍ଟ ଅନୂଯାୟୀ ଫିଲ୍ମ କ୍ରିଶ-୪ ପାଇଁ ହ୍ରିତିକ୍ ରୋଶନ ବର୍ତ୍ତମାନ ଅନ୍ୟ କେହି ନିର୍ଦ୍ଦେଶକଙ୍କୁ ତଲାଶ କରୁଛନ୍ତି ।

ତେବେ ଏହା ପଛର କାରଣ କୁହାଯାଉଛି ଯେ ଗତ ୫-୬ ବର୍ଷରେ ଦର୍ଶକଙ୍କ ଫିଲ୍ମ ଦେଖିବା ଅନ୍ଦାଜ ବଦଳିଛି । ଖାସ୍ କରି ଲକଡାଉନ ପରେ ଦର୍ଶକଙ୍କ ଚଏସ ବଦଳିଛି । ଏମିତିରେ ଫିଲ୍ମର ଚତୁର୍ଥ ଫ୍ରାଞ୍ଚାଇଜି ପାଇଁ ବିଲକୁଲ ଆଧୁନିକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି, ଯାହା ସିଧା ସଳଖ ଲୋକଙ୍କୁ ହୃଦୟକୁ ଛୁଇଁପାରିବାରେ ସକ୍ଷମ ହୋଇପାରିବ । ହ୍ରିତିକ୍ ଙ୍କୁ ଲାଗୁଛି ଯେ ଦୃଷ୍ଟିକୋଣ ବଦଳାଇବାର ବହୁତ ଆବଶ୍ୟକତା ରହିଛି ।

Get real time updates directly on you device, subscribe now.