fbpx

Huawei Watch GT 4 ଭାରତରେ ଲଞ୍ଚ ହେଲା: ଥରେ ବ୍ୟାଟେରୀ ଚାର୍ଜ କଲେ ୧୪ ଦିନ ପର୍ଯ୍ୟନ୍ତ ଚାଲିବ!

ନୂଆଦିଲ୍ଲୀ: ହୁୱାୱେ ଭାରତୀୟ ବଜାରରେ ନିଜର ନୂଆ ସ୍ମାର୍ଟୱାଚ ଲଞ୍ଚ କରିଛି । ଏହି ୱାଚ ଅତ୍ୟନ୍ତ ଆକର୍ଷକ ହେବା ସହିତ ବଢ଼ିଆ ପ୍ରାଇସରେ ଏହା ପ୍ଲିପକର୍ଟରେ ଉପଲବ୍ଧ ହୋଇଛି । ପ୍ରଥମ ୧୦୦ ଜଣ ଗ୍ରାହକଙ୍କ ପାଇଁ କମ୍ପାନୀ ରିହାତି ଅଫର କରିଛି । ଏହି ସ୍ମାର୍ଟ ୱାଚକୁ ଥରେ ଚାର୍ଜ କଲେ ୧୪ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ଚାଲିବ । ଏହାକୁ ଆଇଓଏସ ଓ ଆଣ୍ଡ୍ରଏଡ ଉଭୟ ୟୁଜର୍ସ ୟୁଜ୍ କରିପାରିବେ । ହୁୱାୱେ ଫୋନ୍ସରେ ଗୁଗଲ ଆପ୍ସ ନଥିବା କାରଣରୁ କମ୍ପାନୀ ଏହାକୁ ଭାରତୀୟ ବଜାରକୁ ଛାଡ଼ୁନଥିଲା ।

ମାତ୍ର ବର୍ତ୍ତମାନ ହୁୱାୱେ ୱାଚ ଜିଟି ୪କୁ ଭାରତରେ ଲଞ୍ଚ କରଯାଇଛି । ଏହି ସ୍ମାର୍ଟଓବାଚ ଅକ୍ଟାଗୋନଲ ଡିଜାଇନ ସହିତ ଆସୁଛି ଓ ଏଥିରେ ରୋଟେଟିଂ କ୍ରାଉନ ଦିଆଯାଇଛି । ଏହାକୁ ଆପଣମାନେ ଆଣ୍ଡ୍ରଏଡ ଓ ଆଇଓଏସ ଉଭୟ ଡିଭାଇସ ସହିତ ବ୍ୟବହାର କରିପାରିବେ । ହୁୱାୱେ ୱାଚ ଜିଟି ୩କୁ କମ୍ପାନୀ ୧୪,୯୯୯ ଟଙ୍କା ଦାମରେ ଲଞ୍ଚ କରିଛି । ଏହାକୁ ଆପଣମାନେ ତିନୋଟି କଲର ଗ୍ରୀନ, ବ୍ରାଉନ ଓ ବ୍ଲାକରେ କ୍ରୟ କରିପାରିବେ । ଏହି ୱାଚ ଏବେ ଫ୍ଲିପକଟ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି । ପ୍ରଥମ ୧୦୦ ଜଣ ଗ୍ରାହକଙ୍କ ପାଇଁ କମ୍ପାନୀ ୫୦୦ ଟଙ୍କା ଡିସକାଉଣ୍ଟ ଅଫର କରିଛି ।

ହୁୱାୱେ ୱାଚ ଜିଟି ୪ରେ ୧.୪୩ ଇଞ୍ଚର ଆମୋଲଡ ଡିସପ୍ଲେ ଦିଆଯାଇଛି । ୱାଚରେ ଆପଣଙ୍କୁ କଷ୍ଟମ ୱାଚ ଫେସର ଅପସନ ମିଳିବ । ଏଥିରେ ବ୍ଲୁମିଂ ୱାଚ ଫେସ ପରି ଡାଇନୋମିକ ଅପସନ ଦିଆଯାଇଛି । ୟୁଜର୍ସ ଚାହିଁଲେ ନିଜ ମନ ମୁତାବକ ୱାଚ ଫେସ କ୍ରିଏଟ ମଧ୍ୟ କରିପାରିବେ । ଏଥିରେ ଷ୍ଟେସନଲେସ କେସିଂ ଦିଆଯାଇଛି, ଯାହାକି ଏକ ରୋଟେଟିଂ କ୍ରାଉନ ଓ ସାଇଡ ବଟନ ସହିତ ଆସିଥାଏ । ସେଥିରେ ଏକ୍ସଲେରୋମିଟର, ଜାୟରୋସ୍କୋପ, ମ୍ୟାଗ୍ନୋଟୋମିଟର, ଅପ୍ଟିକାଲ ହାର୍ଡ ରେଟ ସେନ୍ସର, ବାରୋମିଟର ଓ ଟେମ୍ପରେଚର ସେନ୍ସର ପରି ସେନ୍ସର ଦିଆଯାଇଛି । ସ୍ମାର୍ଟୱାଚରେ ବ୍ଲୁଟୁଥ କଲିଂର ସପୋର୍ଟ ମଧ୍ୟ ମିଳୁଛି ।

Get real time updates directly on you device, subscribe now.