ନୂଆଦିଲ୍ଲୀ: ଭାରତରୁ ବାଙ୍ଗଲାଦେଶକୁ କଫସିରଫ ତସ୍କରୀ ହେଉଥିବା ବେଳେ ସୀମାରେ ବିଏସଏଫ ଜବତ କରିଛି । କଫସିରଫ କାଶ ପାଇଁ ବ୍ୟବହାର ହେଉଥିବା ବେଳେ କିନ୍ତୁ ବାଙ୍ଗଲାଦେଶରେ ଏହାକୁ ନିଶା ଦ୍ରବ୍ୟଭାବେ ବ୍ୟବହାର କରାଯାଉଛି । ପଶ୍ଚିମ ବଙ୍ଗ ଦେଇ ଏହି ଔଷଧକୁ ପଡୋଶୀ ଦେଶକୁ ସ୍ମଗଲିଂ କରାଯାଉଛି । ନିକଟରେ ତସ୍କରୀ କଫସିରଫକୁ ଜବତ କରିଛି ବିଏସଏଫ । ଏହାର ଆନୁମାନିକ ମୂଲ୍ୟ ଦେଢ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି ।
ପଶ୍ଚିମ ବଙ୍ଗର ଉତ୍ତର ୨୪ ପ୍ରଗଣା ଓ ମାଲଦା ଜିଲ୍ଲାରେ ଆସୁଥିବା ଦୁଇ ଦେଶ ମଧ୍ୟର ସୀମାରେ ବର୍ଡର ସିକ୍ୟୁରିଟି ଫୋର୍ସର ଯବାନମାନେ କଫ ସିରଫ ତସ୍କରୀ ବେଳେ ୩ ହଜାରରୁ ଅଧିକ ବୋତଲ ଜବତ କରିଛନ୍ତି । ଏତେ ପରିମାଣର କଫ ସିରଫ ଜବତ ହେବା ପରେ ବିଏସଏଫ ଅଧିକାରୀ କହିଛନ୍ତି, ବାଙ୍ଗଲାଦେଶରେ ଭାରତୀୟ କଫ ସିରଫର ବହୁ ଡିମାଣ୍ଡ ରହିଛି । କିଛି ଦିନ ଆଗରୁ ମୁର୍ଶିଦାବାଦରେ ବିଏସଏଫ ମୁରୁଟିୟା ପୋଲିସ ସହ ୧୩,୬୦୨ ବୋତଲ କଫ ସିରଫ ଜବତ କରିଥିଲା । ଏତେ ମାତ୍ରରେ କଫସିରଫ ତସ୍କରୀକୁ ଦେଖି ସୀମାରେ ତୀକ୍ଷ୍ନ ନଜର ରଖିଛି ବିଏସଏଫ ।
ଭାରତୀୟ ସୀମାରେ ଥିବା ମେଡିକାଲ ଷ୍ଟୋରରେ କଫସିରଫ ସବୁ ସମୟରେ ଆଉଟ ଅଫ ଷ୍ଟକ ରହୁଛି । ଲୋକେ ଏହି ସିରଫକୁ ଏମଆରପିଠାରୁ ବହୁ ଅଧିକ ଦରରେ କିଣିଥାନ୍ତି । କଫସିରଫରେ ନିଶା ସାମଗ୍ରୀ ରହିଥିବାରୁ ଏହାକୁ ସେଠାକାର ଯୁବପିଢି ନିଶା ଭାବେ ଗ୍ରହଣ କରିଥାନ୍ତି ।