fbpx

Ind vs Pak ମ୍ୟାଚ ମଝିରେ ବିରାଟ ହଙ୍ଗାମା: ଦର୍ଶକ-ପୋଲିସ ପିଟାପିଟି, ଭିଡିଓ ଭାଇରାଲ

Advertisement

ନୂଆଦିଲ୍ଲୀ: ପାକିସ୍ତାନକୁ ମାତ୍ ଦେଇ ଚଳିତ ବିଶ୍ୱକପରେ ହାଟ୍ରିକ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ୭ ୱିକେଟରେ ପାକିସ୍ତାନକୁ ପରାସ୍ତ କରି ଭାରତ ବିଶ୍ୱକପ ଇତିହାସରେ ପାକିସ୍ତାନ ବିପକ୍ଷରେ ଅଷ୍ଟମ ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚରେ ଭାରତର ଅଧିନାୟକ ରୋହିତ ପାକିସ୍ତାନୀ ବୋଲରଙ୍କୁ ଖୁବ ପିଟିଥିଲେ ଏବଂ ଭାରତକୁ ବିଜୟର ନିକଟରେ ପହଞ୍ଚାଇଥିଲେ । ତେବେ ଏହି ହାଇ ଭୋଲ୍ଟେଜ ମ୍ୟାଚରେ ଆଉ ଏକ ହାଇ ଡ୍ରାମା ଦେଖିବାକୁ ମିଳିଛି । ଜଣେ ଦର୍ଶକ ଏବଂ ପୋଲିସକର୍ମୀଙ୍କ ମଧ୍ୟରେ ମାରପିଟ ହୋଇଥିବାର ଦୃଶ୍ୟ ଦେଖାଯାଇଛି । ଏହାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭାରତ-ପାକିସ୍ତାନ ମ୍ୟାଚରେ ଅନେକ କିଛି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମନ୍ତ୍ର ବଲ୍ ଏବଂ ରୋହିତଙ୍କ ୩୦୦ ଛକାର ରେକର୍ଡ ଏହି ମ୍ୟାଚର ହାଇଲାଇଟ ହୋଇ ରହିଛି । ତେବେ ଏହା ବ୍ୟତୀତ ଦର୍ଶକ ଗ୍ୟାଲେରୀରେ ଏକ ଘଟଣା ମଧ୍ୟ ଏହି ମ୍ୟାଚକୁ ଆହୁରି ଚର୍ଚ୍ଚାକୁ ଆଣିଛି । ଷ୍ଟାଡିୟମରେ ଜଣେ ଦର୍ଶକ ଏବଂ ମହିଳା ପୋଲିସକର୍ମୀଙ୍କ ମଧ୍ୟରେ ମାରପିଟ ହୋଇଥିବା ଦେଖାଯାଇଛି । ପ୍ରଥମେ କୌଣସି ଏକ କାରଣରୁ ମହିଳା ପୋଲିସ ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଛି । ତେବେ ପରେ ଦର୍ଶକ ରାଗି ଯାଇ ମହିଳା ପୋଲିସଙ୍କୁ ଉତ୍ତର ଦେବାରୁ ସେ ମଧ୍ୟ ତାତି ଯାଇଥିଲେ । ଏହାପରେ ହଠାତ୍ ଦର୍ଶକଙ୍କୁ ଚାପୁଡ଼ା ମାରି ଦେଇଛନ୍ତି ମହିଳା ପୋଲିସ କର୍ମୀ ।

ଏହାପରେ ଦର୍ଶକ ଗ୍ୟାଲେରୀରେ ବସିଥିବା ଏହି ଫ୍ୟାନ୍ ମଧ୍ୟ ଖୁବ ଗରମ ହୋଇ ଯାଇଛନ୍ତି । ପୋଲିସକର୍ମୀଙ୍କ ପାଖରୁ ଚାପୁଡ଼ା ବାଜିବା ପରେ ସେ ମଧ୍ୟ ମହିଳା ପୋଲିସଙ୍କୁ ହାତ ଉଠାଇ ଦେଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହପାରେ ଉଭୟଙ୍କ ମଧ୍ୟରେ ଏହି ପାଟିତୁଣ୍ଡ କିଛି ସମୟ ପର୍ଯ୍ୟନ୍ତ ଲାଗି ରହିଥିଲା । ତେବେ କେଉଁ କାରଣ ପାଇଁ ଏହି ଘଟଣା ଘଟିଛି, ସେ ନେଇ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ । କିନ୍ତୁ ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

Get real time updates directly on you device, subscribe now.