fbpx

ରାହୁଲଙ୍କୁ ନେଇ ବଡ ବୟାନ ଦେଲେ ପୂର୍ବତନ କ୍ରିକେଟର ଅଜିତ ଅଗରକର

ନୂଆଦିଲ୍ଲୀ: ଭାରତୀୟ ସୀମିତ ଓଭର କ୍ରିକେଟର ଭାଇସ କ୍ୟାପ୍ଟେନ କେ.ଏଲ ରାହୁଲଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଭାରତର ପୂର୍ବତନ କ୍ରିକେଟର ଅଜିତ ଅଗରକର । ରାହୁଲଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଖେଳାଇବା ଉଚିତ ବୋଲି ମତ ଦେଇଛନ୍ତି ଅଜିତ । ତେଣୁ ରାହୁଲ ଦଳ ପାଇଁ ଓପନ କରିବେ ନା ମଧ୍ୟକ୍ରମରେ ଖେଳିବେ ତାହା ସ୍ପଷ୍ଟ କରିବାକୁ ଅଜିତ ଦଳ ପ୍ରବନ୍ଧକଙ୍କୁ ପରାମର୍ଶ ଦେଇଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାହୁଲଙ୍କର ପ୍ରଦର୍ଶନ ଅତ୍ୟନ୍ତ ନିରାଶଜନକ ରହିଥିଲା । ଶିଖର ଧୱନଙ୍କ ସହ ପାଳି ଓପନ କରିଥିଲେ ରାହୁଲ । ତେବେ ସେଥିରେ ସେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । କିନ୍ତୁ ପୂର୍ବରୁ ୪ ନମ୍ବର କିମ୍ବା ୫ ନମ୍ବରରେ ଅନେକ ମହତ୍ତ୍ୱପୂର୍ଣ୍ଣ ପାଳି ଖେଳିଛନ୍ତି । ରାହୁଲଙ୍କୁ ଏହି ଭଳୂମିକାରେ ହିଁ ଦେଖିବାକୁ ଚାହୁଁଥିଲେ ବୋଲି କହିଛନ୍ତି ଅଜିତ ଅଗରକର ।

ଆସନ୍ତା ୬ ତାରିଖରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ସିରିଜ । ଏହାପରେ ୧୬ରୁ ଟି-୨୦ ସିରିଜ ମଧ୍ୟ ଖେଳାଯିବ । ତେବେ ଏହି ସିରିଜରେ ଅଧିନାୟକ ରୋହିତ ଶର୍ମାଙ୍କ ସହ କିଏ ଓପନ କରୁଛି ତାହାକୁ ସମସ୍ତଙ୍କର ଅପେକ୍ଷା । ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଦମଦାର କମବ୍ୟାକ କରିଛନ୍ତି ଶିଖର ଧୱନ । ଧୱନଙ୍କ ପ୍ରତ୍ୟାବର୍ତ୍ତନ ରାହୁଲଙ୍କୁ ଓପନିଂ ସ୍ଥାନ ପାଇଁ ଅସୁବିଧାର କାରଣ ପାଲଟିପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.